୫୨ କି.ମି. ଦୂରତାରେ ପାଣିକୋଇଲି-ମଙ୍ଗୁଳି ଟୋଲଗେଟ୍‌ : ବେଆଇନ ଭାବେ କୋଟି କୋଟି ଟଙ୍କା ଆଦାୟ

ଯାଜପୁର ଅଫିସ,୩୦ା୯: ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପାଳନ କରିବାକୁ ଯାଇ ରାଜ୍ୟ ସରକାର ନୂଆ ପରିବହନ ଆଇନକୁ କଡାକଡ଼ି କରିଛନ୍ତି। ଆରଟିଓରେ ନିୟୋଜିତ ଦଲାଲଙ୍କୁ ଗିରଫ କରାଯାଉଛି। କିନ୍ତୁ ରାଜ୍ୟ ପରିବହନ ବିଭାଗ କମିଶନରଙ୍କ ନିଷ୍ପତ୍ତିକୁ ୩ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ବି କାର୍ଯ୍ୟକାରୀ ହୋଇପାରୁ ନାହିଁ। ଇତିମଧ୍ୟରେ ବିନା ଅଟୋମେଟିକ ବୁମରେ ପାଣିକୋଇଲି ଓ ଶ୍ରୀରାମପୁର ଟୋଲଗେଟରୁ ସମ୍ପୃକ୍ତ ଠିକାସଂସ୍ଥା ଗାଡ଼ି ମୋଟରରୁ ଦୈନିକ ଲକ୍ଷାଧିକ ଟଙ୍କା ଆଦାୟ କରୁଛନ୍ତି। ରାଜ୍ୟ ସରକାର ୫-ଟି ଉପରେ ଅଧିକ ମନୋଯୋଗ କରୁଥିଲେ ହେଁ ଟୋଲଗେଟ ମାଧ୍ୟମରେ ଏହି ବ୍ୟାପକ ବେଆଇନ କାରବାରକୁ ରୋକିବାରେ ବିଫଳ ହୋଇଛନ୍ତି। ଫଳରେ ଲକ୍ଷାଧିକ ଗାଡ଼ି ମାଲିକ ଅସନ୍ତୁଷ୍ଟ ହେଉଛନ୍ତି। ଏପରିକି ବିଭିନ୍ନ ସମୟରେ ସେଠାରେ ଟୋଲ ପ୍ଲାଜା କର୍ତ୍ତୃପକ୍ଷ ଓ ଗାଡ଼ି ମାଲିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଉଥିବା ନଜିର ରହିଛି।
୬ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌)ର ଚଣ୍ଡିଖୋଲରୁ ଭଦ୍ରକ ୭୪.୫ କି.ମି. ୬ ଲେନ ସମ୍ପ୍ରସାରଣ ସମୟରେ ପାଣିକୋଇଲି ଟୋଲପ୍ଲାଜା ଭଦ୍ରକ ଜିଲାର ଆଖୁଆପଦାକୁ ସ୍ଥାନାନ୍ତରଣ ହେବ ବୋଲି ୨୦୧୮ ନଭେମ୍ବରରେ ଏନ୍‌ଏଚ୍‌ଆଇ ପକ୍ଷରୁ ସୂଚନା ମିଳିଥିଲା। ତେବେ ଟୋଲପ୍ଲାଜା ଠିକାସଂସ୍ଥାର ଅର୍ଥ ଓ ରାଜନୈତିକ କ୍ଷମତା ବଳରେ ଏନ୍‌ଏଚ୍‌ଆଇର ଏହି ନିଷ୍ପତ୍ତି ମଧ୍ୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଅନ୍ୟପକ୍ଷେ ଟୋଲପ୍ଲାଜା ପାଇଁ ଆଖୁଆପଦାରେ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଛି ଏବଂ ୬ ଲେନ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଲେ ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତରଣ ହେବ ବୋଲି ଏନଏଚ୍‌ଆଇ ପକ୍ଷରୁ ଗତ ମେ ମାସରେ କୁହାଯାଇଥିଲା। କିନ୍ତୁ ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତରଣ ନେଇ ଏଯାଏ କୌଣସି ଅଗ୍ରଗତି ହୋଇପାରି ନାହିଁ। ସୂଚନାଯୋଗ୍ୟ ଯେ, ଏନ୍‌ଏଚ୍‌ଆଇର ଗାଇଡଲାଇନ ଅନୁଯାୟୀ ଗୋଟିଏ ଟୋଲଗେଟରୁ ଅନ୍ୟ ଟୋଲଗେଟର ଦୂରତା ଅତିକମ୍‌ରେ ୬୦ କିଲୋମିଟର ହେବା ଆବଶ୍ୟକ। କିନ୍ତୁ ୬ ନମ୍ବର ଜାତୀୟ ରାଜପଥ, ଚଣ୍ଡୀଖୋଲ-ପାରାଦୀପ ୫୩ ନମ୍ବର ଏବଂ ପାଣିକୋଇଲି-କେନ୍ଦୁଝର ୨୦ନମ୍ବର ଜାତୀୟ ରାଜପଥର ୧୦୦ କି.ମି. ଦୂରତା ମଧ୍ୟରେ ୪ଟି ଟୋଲପ୍ଲାଜା ରହିଛି।ସେଥିମଧ୍ୟରୁ ଯାଜପୁର ଜିଲାରେ ପାଣିକୋଇଲି ଓ ଶ୍ରୀରାମପୁରରେ ୨ଟି ଟୋଲପ୍ଲାଜା କାର୍ଯ୍ୟ କରୁଛି। କେବଳ ୬ ନମ୍ବର ଏନଏଚ୍‌ରେ ୫୨ କି.ମି. ଦୂରତା ମଧ୍ୟରେ ପାଣିକୋଇଲି ଓ ମଙ୍ଗୁଳି ଟୋଲପ୍ଲାଜାରୁ ଦୈନିକ ଲକ୍ଷାଧିକ ଟଙ୍କା ଟୋଲ୍‌ ଫି’ ଆଦାୟ ଚାଲିଛି। ତେଣୁ ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଆଇ) ପକ୍ଷରୁ ମଙ୍ଗୁଳି ଟୋଲପ୍ଲାଜାକୁ ବନ୍ଦାଳୋ, ପାଣିକୋଇଲି ଟୋଲପ୍ଲାଜାକୁ ଭଦ୍ରକ ଜିଲା ଆଖୁଆପଦା ଏବଂ ଶ୍ରୀରାମପୁର ଟୋଲପ୍ଲାଜାକୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇକୁ ସ୍ଥାନାନ୍ତରଣ କରିବାକୁ ୨୦୧୬ ଜୁଲାଇରେ ନିଷ୍ପତ୍ତି ହୋଇଥିଲା। ଏହି ତିନି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପରିବହନ କମିଶନର ତାଙ୍କ ପତ୍ରସଂଖ୍ୟା ୧୧୦୬୩/୧୯ା୭ା୨୦୧୬ରେ ୱାର୍କର୍ସ ସେକ୍ରେଟାରୀଙ୍କୁ ପତ୍ର ଲେଖିଥିଲେ। ହେଲେ ପତ୍ର ଜାରି ହେବାର ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ସାରିିଥିଲେ ହେଁ ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତରଣକୁ ନେଇ ସନ୍ଦୀହାନ ଦେଖାଦେଇଛି। ଏ ସଂକ୍ରାନ୍ତରେ ବାଲେଶ୍ୱର ଏନ୍‌ଏଚ୍‌ଆଇ ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ ପଚାରିବାରୁ, ବର୍ଷା ପରେ ଆଖୁଆପଦା ଟୋଲପ୍ଲାଜା କାର୍ଯ୍ୟ ଆରମ୍ଭ ହେବ। ବର୍ଷକ ପରେ ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତରଣ କରାଯିବ ବୋଲି ସେ କହିଛନ୍ତି। ତେବେ ଏଭଳି ଭାବେ ଦିନ ଗଡି ଚାଲିଥିବାବେଳେ ପାଣିକୋଇଲି ଟୋଲାପ୍ଲାଜା ସ୍ଥାନାନ୍ତରଣକୁ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri