Categories: ଖେଳ

୫୦ ବର୍ଷରେ ଚେସ୍‌ ଯାଦୁଗର ଆନନ୍ଦ

ଚେନ୍ନାଇ, ୧୨।୧୨ (ପି.ଟି.)- ଭାରତର କିମ୍ବଦନ୍ତୀ ଚେସ୍‌ ତାରକା ତଥା ୫ ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ବୁଧବାର ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଚେନ୍ନାଇ ଜନ୍ମିତ ବିଶ୍ୱନାଥନ ପରିବାର ସଦସ୍ୟଙ୍କ ଗହଣରେ ଜନ୍ମଦିନ ପାଳନ କରିଛନ୍ତି। ପୁଅ ଅଖିଲଙ୍କ ସହ ଏକ ଫଟୋ ମଧ୍ୟ ସେ ନିଜ ଟୁଇଟର୍‌ ପେଜ୍‌ରେ ଶେୟାର କରିଛନ୍ତି। ସେହିଭଳି କ୍ରୀଡ଼ା ଖବରଦାତା ସୁସାନ ନିନାନ୍‌ଙ୍କ ସହଯୋଗରେ ଆନନ୍ଦଙ୍କ ଦ୍ୱାରା ଲିଖିତ ବହି ‘ମାଇଣ୍ଡ ମାଷ୍ଟର୍ସ’ ମଧ୍ୟ ସଂଯୋଗକ୍ରମେ ବୁଧବାର ରିଲିଜ ହୋଇଛି। ଚେସ୍‌ରେ ଆନନ୍ଦ ହେଉଛନ୍ତି ଭାରତର ପଥ ପ୍ରଦର୍ଶକ ଏବଂ ଦେଶର ପ୍ରଥମ ଗ୍ରାଣ୍ଡସ୍ଲାମ ବିଜେତା। ପ୍ରଥମଥର ଲାଗି ସେ ୨୦୦୦ ମସିହାରେ ବିଶ୍ୱ ଚେସ୍‌ରେ ଚାମ୍ପିୟନ ହୋଇଥିଲେ। ସେହିଭଳି ୨୦୦୩ ଓ

Share