Categories: ଖେଳ

୫ମ ଉଇକେଟରେ ରେକର୍ଡ ଭାଗୀଦାରି

ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି)- ନିକୋଲାସ ପୁରନ ଓ କିରନ ପୋଲାର୍ଡ ୫ମ ଉଇକେଟ ଯୋଡ଼ିରେ ୧୩୫ ରନ ସଂଗ୍ରହ କରିଥିଲେ। ବାରବାଟୀ ଗ୍ରାଉଣ୍ଡରେ ୫ମ ଉଇକେଟରେ ଏହା ରେକର୍ଡ ପାର୍ଟନରଶିପ୍‌। ପୂର୍ବରୁ ୨୦୦୩ ନଭେମ୍ବର ୬ରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ସ୍କଟ ଷ୍ଟାଇରିସ ଓ କ୍ରେଗ ମ୍ୟାକକୁଲମ ୧୨୭ ରନ ସଂଗ୍ରହ କରି ଏପର୍ଯ୍ୟନ୍ତ ରେକର୍ଡର ଅଧିକାରୀ ଥିଲେ। ତେବେ ବାରବାଟୀରେ ଯେ କୌଣସି ଉଇକେଟରେ ସର୍ବାଧିକ ଭାଗୀଦାରି ଗଢ଼ିବା ରେକର୍ଡ ମହମ୍ମଦ ଆଝାରୁଦ୍ଦିନ ଓ ଅଜୟ ଜାଡେଜାଙ୍କ ନାମରେ ରହିଛି। ୧୯୯୮ ଏପ୍ରିଲ ୯ରେ ଜିମ୍ବାୱେ ବିପକ୍ଷରେ ଏହି ଭାରତୀୟ ଯୋଡ଼ି ୪ର୍ଥ ଉଇକେଟରେ ୨୭୫* ରନର ଭାଗୀଦାରି ଗଢ଼ିଥିଲେ।

Share