୫ଭାଷାରେ ଅଭିଭାଷଣ ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: ୨୪।୬(ବ୍ୟୁରୋ): ପ୍ରଥମ ଥର କେନ୍ଦ୍ରମନ୍ତ୍ରୀ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ସୋମବାର ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିଛନ୍ତି। ସେ ହିନ୍ଦୀ, ଇଂଲିଶ, ସଂସ୍କୃତ, ବଙ୍ଗଳା ଏବଂ ଓଡ଼ିଆ ଭାଷାରେ ସେ ତାଙ୍କର ଅଭିଭାଷଣ ଦେଇଛନ୍ତି। ଷଡ଼ଙ୍ଗୀ ନିଜର ଅଭିଭାଷଣ ଦେଉଥିବା ବେଳେ ଗୃହରେ ଏକ ସ୍ବତନ୍ତ୍ର ପରିବେଶ ସୃଷ୍ଟି ହୋଇଥିଲା। ସଦସ୍ୟମାନେ ଟେବୁଲ ବାଡ଼େଇ ପ୍ରତାପଙ୍କ ଭାଷଣକୁ ସ୍ବାଗତ କରିବା ଦେଖାଯାଇଥିଲା। ସେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ତାଙ୍କର ‘ସବ୍‌ କା ସାଥ୍‌ ସବ୍‌ କା ବିକାଶ’ ବିଷୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଉପରେ ଲୋକମାନେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ତାଙ୍କୁ ପୁଣି ଥରେ ନିର୍ବାଚିତ କରିଛନ୍ତି ବୋଲି କହିବା ସହିତ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ। ପ୍ରତାପଙ୍କ ଅଭିଭାଷଣ ଶୈଳୀକୁ ଲୋକ ସଭାର ସଦସ୍ୟମାନେ ବେଶ୍‌ ଉପଭୋଗ କରିଥିଲେ।