୪ ହଜାର ଘରବାହୁଡ଼ାଙ୍କ ଲାଗି ୯୫ କ୍ୱାରାଣ୍ଟାଇନ୍‌ ସେଣ୍ଟର: ପଞ୍ଜୀକରଣ କଲେଣି ୩୭୪୨ ଜଣ

ନିଶ୍ଚିନ୍ତକୋଇଲି,୨୯ା୪(ସ୍ବ.ପ୍ର.): ବାହାର ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ସହାନୁଭୂତି ଦେଖାଇଛନ୍ତି। ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ସହ ସ୍ବତନ୍ତ୍ର କ୍ୱାରାଣ୍ଟାଇନ୍‌ରେ ୧୪ ଦିନ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଥିବା ୪୧ଟି ପଞ୍ଚାୟତକୁ ପ୍ରାୟ ୪ ହଜାର ପ୍ରବାସୀ ଘର ବାହୁଡ଼ା ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ୯୫ଟି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୪ ହଜାର ବେଡ୍‌ ପକାଇବାର ବ୍ୟବସ୍ଥା କରାଯାଇଛି। ଏହି ସେଣ୍ଟରଗୁଡ଼ିକ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସରକାରୀ ଦପ୍ତରରେ ଖୋଲାଯାଇଛି। ପ୍ରବାସୀମାନେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସେମାନେ ଘରକୁ ଫେରିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ଇତିମଧ୍ୟରେ ୪୧ଟି ପଞ୍ଚାୟତରୁ ୩ହଜାର ୭୪୨ ଜଣ ନାମ ପଞ୍ଜୀକରଣ କରିଛନ୍ତି। ତେବେ ୩ ତାରିଖରେ ଲକ୍‌ଡାଉନ୍‌ ଉଠିବା ପରେ ସେମାନେ ଘର ବାହୁଡ଼ା ହେବେ। ତେବେ ୩ ତାରିଖ ପୂର୍ବରୁ ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡ଼ିକ ପ୍ରସ୍ତୁତ କରାଯାଉଛି। ବ୍ଲକ ପରିସରରେ ମହିଳାମାନଙ୍କ ପାଇଁ ଏକ ସ୍ବତନ୍ତ୍ର କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ କରାଯାଉଛି। ପ୍ରତି କ୍ୱରାଣ୍ଟାଇନ୍‌ ସେଣ୍ଟରକୁ ବିଶୋଧନ କରାଯିବା ସହ ବେଡ୍‌ ପକାଯିବା ସହ ସେମାନଙ୍କ ପାଇଁ ରହିବା,ଖାଇବା ଓ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସ୍ବତନ୍ତ୍ର ଚିଠା ପ୍ରସ୍ତୁତ କରାଯାଇଛି। କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡ଼ିକ ମରାମତି କରାଯିବା ସହ ଶୌଚାଳୟ, ଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି। କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିବେଶକୁ ସ୍ବଚ୍ଛ ପରିମଳ ରଖିବା ପାଇଁ ସାନିଟାଇଜେସନ ବ୍ୟବସ୍ଥା କରାଯାଇଛି। ତେବେ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡିକୁ ପରିଦର୍ଶନ କରିବା ପାଇଁ ପଞ୍ଚାୟତସ୍ତରୀୟ କମିଟି ଓ ସ୍ବତନ୍ତ୍ର ପରିଦର୍ଶନ ପାଇଁ ଟିମ୍‌ ମଧ୍ୟ ଗଠନ କରାଯାଇଛି। କେନ୍ଦ୍ରଗୁଡ଼ିକୁ ବିଡିଓ କର୍ଣ୍ଣଦେବ ସମାଦ୍ଦାର, ତହସିଲଦାର ଜିତେନ୍ଦ୍ର ପାତ୍ର ପରିଦର୍ଶନ କରୁଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ଆଗକୁ ନିର୍ବାଚନ: ବଦଳିଲେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ଭଦ୍ରକ,୨୯।୩(ସନାତନ ରାଉତ): ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦରେ ବଦଳ କରାଯାଇଛି। ଭଦ୍ରକ ବ୍ଲକ ଅଧୀନ କୋରକୋରା ପଞ୍ଚାୟତ ନୂଆସାହିର...

ଦ୍ୱିତୀୟ ଥର ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଷ୍ଣୁବ୍ରତ

ବାସୁଦେବପୁର,୨୯ା୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପୁନର୍ବାର ଏହି ନିର୍ବାଚନ ମଣ୍ଡଳୀରୁ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri