Posted inଫୁରସତ

୪ ଶାବକ ଜନ୍ମଦେଲା ‘ଜୀବଦା’

ଜୟପୁର: ସାଧାରଣତଃ ଚିତାବାଘ ଥରକରେ ୨ରୁ ୩ଟି ଛୁଆ ଜନ୍ମ ଦେଇଥାଏ। ହେଲେ ରାଜସ୍ଥାନର ପାଲି ଜିଲା ଅଧୀନ ଜଓ୍ବାଇ ବନ୍ଧ ଲିଓପାର୍ଡ କଞ୍ଜର୍ଭେଶନ ରିଜର୍ଭରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ଚିତାବାଘ ନିକଟରେ ୪ଟି ଛୁଆ ଜନ୍ମ ଦେଇଛି। ତେବେ ଚିତାବାଘ ଏକାସଙ୍ଗେ ୪ଟି ଛୁଆ ଜନ୍ମ ଦେବା ଘଟଣା ଏହି ଅଞ୍ଚଳର ଇତିହାସରେ ଦ୍ୱିତୀୟ ଘଟଣା ବୋଲି କୁହାଯାଉଛି। ଏହି ଚିତାର ନାମ ‘ଜୀବଦା’ ବୋଲି ଜଣାପଡ଼ିଛି। ଶନିବାର ସନ୍ଧ୍ୟାରେ ସେ ୪ ଛୁଆଙ୍କୁ ଜନ୍ମ ଦେଇଛି। କେତେଜଣ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ଚିତା ଛୁଆମାନଙ୍କ ସହ ଜୀବଦାର ଫଟୋ ଉତ୍ତୋଳନ କରିଥିବା ଜଣାପଡ଼ିଛି। ବନ ବିଭାଗର ଜଣେ କର୍ମଚାରୀଙ୍କ କହିବା ହେଲା ଏହି ଅଞ୍ଚଳର ନାମ ମଧ୍ୟ ଜୀବଦା। ତେବେ ଏହି ଚିତାବାଘ(ଜୀବଦା) ୨୦୧୮ରେ ମଧ୍ୟ ୨ଟି ଛୁଆ ଜନ୍ମ ଦେଇଛି। ଅଞ୍ଚଳରେ ଚିତାଙ୍କ ସଂଖ୍ୟା ବୃଦ୍ଧି ପାଇବା ନିଶ୍ଚିତଭାବେ ଶୁଭ ସଙ୍କେତ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅନେକ ବନ୍ୟପ୍ରାଣୀ ପ୍ରେମୀ ଏବଂ ତଥ୍ୟ ଅନୁଯାୟୀ, ଗୋଟିଏ ଚିତା ୪ଛୁଆ ଜନ୍ମଦେବା ଜଓ୍ବାଇରେ ପ୍ରଥମ ଘଟଣା। ଏ ନେଇ ‘ଲିଓପାର୍ଡ ଆଣ୍ଡ ଶେଫର୍ଡସ୍‌ ଅଫ୍‌ ଜଓ୍ବାଇ’ ନାମକ ଏକ ପୁସ୍ତକର ସହ ଲେଖକଭାବେ ବନ୍ୟପ୍ରାଣୀ ସଂରକ୍ଷକ ଶତ୍ରୁଞ୍ଜୟ ପ୍ରତାପ ସିଂ କୁହନ୍ତି, ଏଥିପୂର୍ବରୁ ୨୦୧୮ ନଭେମ୍ବରରେ ‘ଦେବା’ ନାମକ ଅନ୍ୟ ଏକ ଚିତାବାଘ ୪ଟି ଛୁଆ ଜନ୍ମ ଦେଇଥିବା ଏହି ପୁସ୍ତକରେ ଫଟୋ ସହ ପ୍ରମାଣ ରହିଛି। ଏହି ଶାବକଗୁଡ଼ିକ ମାର୍ଚ୍ଚ ୨୦୧୯ରେ ବାହାରକୁ ଯିବା ଆରମ୍ଭ କରିଥିଲେ ବୋଲି ସେ କୁହନ୍ତି। ସେହିପରି ବନ୍ୟପ୍ରାଣୀ ପ୍ରେମୀ ନବୀନ ମେନନ୍‌ଙ୍କ କହିବା ହେଲା ଜଓ୍ବାଇ ଅଞ୍ଚଳର ସ୍ବାତନ୍ତ୍ର୍ୟ ରହିଛି। କର୍ନାଟକର କାବିନି ସଂରକ୍ଷିତ ଜଙ୍ଗଲ ଭଳି କେତେକ ଜଙ୍ଗଲରେ ଚିତାବାଘମାନେ ଗଛରେ ରହିଥାନ୍ତି। ତେବେ ଜଓ୍ବାଇ ବନ୍ଧ ଏକମାତ୍ର ସ୍ଥାନ, ଯେଉଁଠାରେ କି ଚିତାମାନେ ଗୁମ୍ଫାରେ ରହୁଥିବା ଦେଖିବାକୁ ମିଳିଥାଏ। ଜଓ୍ବାଇର ୬୦ କି.ମି. ପର୍ଯ୍ୟନ୍ତ ଅଞ୍ଚଳ ବିଶ୍ୱ ମାନଚିତ୍ରରେ ଚିତାବାଘ ଅଞ୍ଚଳଭାବେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri