୪ ବର୍ଷ ପରେ ଜେଲରୁ ମୁକୁଳିଲେ ସାରଥି

କଟକ ଅଫିସ, ୨୫।୭: ସାରଥି ଓରଫ୍‌ ସନ୍ତୋଷ ରାଉଳ ଗୁରୁବାର ଜେଲରୁ ମୁକୁଳିଛନ୍ତି। ସମସ୍ତ ୩ଟି ଯାକ ମାମଲାର ଜାମିନ୍‌ ପାଇବା ପରେ କଟକ ଚୌଦ୍ୱାର ଜେଲରୁ ସେ ବାହାରିଛନ୍ତି। ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟରୁ ରିଲିଜ୍‌ ଅର୍ଡର ଆସିବା ପରେ ଶେଷରେ ଜେଲରୁ ମୁକୁଳିଛନ୍ତି ସାରଥି।
ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ ମିଳି ସାରିଥିଲେ ବି କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ ଅଦାଲତରେ ବିଚାରାଧୀନ ମାମଲାରେ ଜାମିନ ନ ମିଳିଥିବାରୁ ସେ ଚୌଦ୍ୱାର ଜେଲରେ ରହିଆସୁଥିଲେ। କିନ୍ତୁ ସେହି ମାମଲାରେ ଜାମିନ ମିଳିବାର ତିନି ଦିନ ବିତି ଯାଇଥିଲେ ମଧ୍ୟ ସାରଥି ଜେଲରୁ ମୁକୁଳିପାରି ନ ଥିଲେ। ତେବେ ଆଜି ରିଲିଜ୍‌ ଅର୍ଡର ପହଞ୍ଚିବାରୁ ଶେଷରେ ସେ ଜେଲରୁ ମୁକୁଳିଛନ୍ତି।