୪ ଦଶନ୍ଧି ପରେ କମିଛି ଅଙ୍ଗାରକାମ୍ଳ ନିର୍ଗମନ

ନୂଆଦିଲ୍ଲୀ,୧୪ା୫: ଭାରତରେ ଗତ ମାର୍ଚ୍ଚ ୨୫ରୁ ବିଭିନ୍ନ ପର୍ଯ୍ୟାୟରେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ କଳକାରଖାନା ବନ୍ଦ ହୋଇଯାଇଥିବାବେଳେ ପ୍ରାୟତଃ ଗାଡ଼ିମୋଟର ଚଳାଚଳ କରୁନାହିଁ। ଅର୍ଥନୀତି ଉପରେ ଏହାର ପ୍ରଭାବ ଗୁରୁତର ଭାବେ ପଡ଼ିଛି। କିନ୍ତୁ ଅନ୍ୟ ପ୍ରକାର ଫାଇଦା ଦେଶକୁ ମିଳିଛି। ତାହା ହେଉଛି ସ୍ବଚ୍ଛ ବାୟୁମଣ୍ଡଳ। କାରଣ ଗତ ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିଷାକ୍ତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଛି। ସେଣ୍ଟର ଫର୍‌ ରିସର୍ଚ୍ଚ ଅନ୍‌ ଏନର୍ଜି ଆଣ୍ଡ କ୍ଲିନ୍‌ ଏୟାର(ସିଆରଇଏ)ର ଲାଉରି ମିଲିଭର୍ଟା ଏବଂ ସୁନୀଲ ଡାହିଆଙ୍କ ଦ୍ୱାରା କରାଯାଇଥିବା ଅଧୁନାତନ ବିଶ୍ଳେଷଣରେ ଏହା ପ୍ରକାଶ ପାଇଛି।
ବିଶ୍ଳେଷଣ ଅନୁଯାୟୀ, ମାର୍ଚ୍ଚରେ ଦେଶରେ ଅଙ୍ଗାରକାମ୍ଳ ନିର୍ଗମନ ପ୍ରାୟ ୧୫% ହ୍ରାସ ପାଇଥିଲା ଏବଂ ଏପ୍ରିଲରେ ଏହା ୩୦% ହ୍ରାସ ପାଇଥିବା ଅନୁମାନ କରାଯାଉଛି। ଲକ୍‌ଡାଉନ୍‌ ସ୍ଥିତି ଆଗକୁ ଜାରି ରହିଲେ, ଏହି ବିଷାକ୍ତ ବାୟୁ ନିର୍ଗମନ ଆହୁରି ଯଥେଷ୍ଟ ହ୍ରାସ ପାଇବ ବୋଲି କୁହାଯାଉଛି। କୋଇଲା, ତୈଳ ଏବଂ ଗ୍ୟାସ୍‌ ବ୍ୟବହାରର ତଥ୍ୟକୁ ଆଧାର କରି ବିଶ୍ଳେଷକମାନେ କହିଛନ୍ତି ଯେ, ପୂର୍ବ ଆର୍ଥିକବର୍ଷ ତୁଳନାରେ ୨୦୧୯-୨୦ ଆର୍ଥିକବର୍ଷରେ ଅଙ୍ଗାରକାମ୍ଳ ନିର୍ଗମନ ୩୦ ନିୟୁତ ଟନ୍‌ ହ୍ରାସ ପାଇଛି। ଶକ୍ତି ଓ ପରିବହନ କ୍ଷେତ୍ର ହେଉଛି ଦେଶରେ ଅଙ୍ଗାରକାମ୍ଳ ବୃଦ୍ଧିର ପ୍ରମୁଖ କାରଣ। କୁହାଯାଉଛି ଯେ, ଥର୍ମାଲ ସେକ୍ଟର ଦ୍ୱାରା ବର୍ଷକୁ ପ୍ରାୟ ୯୨୯ ନିୟୁତ ଟନ୍‌ ଅଙ୍ଗାରକାମ୍ଳ ନିର୍ଗତ ହୁଏ। ବର୍ତ୍ତମାନ ଜୀବାଶ୍ମ ଇନ୍ଧନ ବ୍ୟବହାରରେ ହ୍ରାସ ଯୋଗୁ ଅଙ୍ଗାରକାମ୍ଳ ଉତ୍ପନ୍ନ ହେବା ମଧ୍ୟ କମିଛି ବୋଲି ଡାହିଆ କହିଛନ୍ତି। ବିଭିନ୍ନ ମନ୍ତ୍ରଣାଳୟର ତଥ୍ୟକୁ ଆଧାରକରି ଏହି ବିଶ୍ଳେଷଣରେ ଦର୍ଶାଯାଇଛି ଯେ, କୋଇଲାଚାଳିତ ପ୍ଲାଣ୍ଟରୁ ଉତ୍ପାଦିତ ବିଦ୍ୟୁତ୍‌ ଶକ୍ତି ମାର୍ଚ୍ଚରେ ୧୫% ଏବଂ ଏପ୍ରିଲର ପ୍ରଥମ ତିନି ସପ୍ତାହରେ ୩୧% ହ୍ରାସ ପାଇଛି। ଏହା ତୁଳନାରେ ସ୍ବଚ୍ଛ ଊର୍ଜା ତଥା ଅକ୍ଷୟ ଶକ୍ତି(ଆର୍‌ଇ) ଉତ୍ପାଦନ ମାର୍ଚ୍ଚରେ ୬.୪% ବୃଦ୍ଧିପାଇଛି। କିନ୍ତୁ ଏପ୍ରିଲର ପ୍ରଥମ ତିନି ସପ୍ତାହରେ ଏହି ଉତ୍ପାଦନ ୧.୪% ହ୍ରାସ ଘଟିଛି। କୋଇଲାଚାଳିତ ବିଦ୍ୟୁତ୍‌ ଉତ୍ପାଦନ ଅଧିକ ନ ବଢ଼ିବା ଯୋଗୁ ଅଙ୍ଗାରକାମ୍ଳ ନିର୍ଗମନ ବୃଦ୍ଧିରେ ବିଶେଷ ହ୍ରାସ ଘଟିପାରେ ବୋଲି ଗତବର୍ଷ ହୋଇଥିବା ଏକ ଅଧ୍ୟୟନରେ ମିଲିଭର୍ଟା ଓ ଡାହିଆ ପୂର୍ବାନୁମାନ କରିଥିଲେ। କେବଳ କୋଇଲା ନୁହେଁ, ତୈଳର ବ୍ୟବହାର ମଧ୍ୟ ହ୍ରାସ ପାଇଛି। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ମାର୍ଚ୍ଚରେ ତୈଳ ବ୍ୟବହାର ୧୮% କମିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri