୪୫୦ ବର୍ଷର ନିଆରା ପରମ୍ପରା: ବୁଢ଼ା ଗଣେଶଙ୍କୁ ୧୫୧ ଥାଳି ଭୋଗ ସମର୍ପଣ

ଆରଡ଼ି, ୩।୯ (ଡି.ଏନ.ଏ.)- ଗଣେଶ ଚତୁର୍ଥୀରେ ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ମନ୍ଦିର ବେଢ଼ାର ଦକ୍ଷିଣପାର୍ଶ୍ୱରେ ଥିବା ଶ୍ରୀ ବୁଢ଼ା ଗଣେଶଙ୍କୁ ସ୍ବତନ୍ତ୍ର ପୂଜା କରାଯାଇଛି। ଏଠାରେ ନିଆରା ପରମ୍ପରା ଅନୁଯାୟୀ ପ୍ରଭୁଙ୍କୁ ୧୫୧ ଥାଳି ଭୋଗ ସମର୍ପଣ କରାଯାଇଛି। ବିଧି ଅନୁସାରେ, ମନ୍ଦିର ଖୋଲା ହେବା ପରେ ବାବା ଆଖଣ୍ଡଳମଣିଙ୍କ ପାଖରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ସମସ୍ତ ପୂଜା ରୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଗଣପତିଙ୍କୁ ସ୍ନାନ କରାଯାଇ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ପୀଠରେ ଥିବା ସମସ୍ତ ସେବାୟତ ପରିବାର ସକାଳୁ ପ୍ରଭୁଙ୍କ ପାଖରେ ନଡ଼ିଆ ବାଡ଼େଇ ଚରଣାମୃତ ପାନ କରିଥିଲେ। ପୀଠ ଚତୁପାର୍ଶ୍ୱରେ ଥିବା ବାରପଡା ଅଞ୍ଚଳର ଶ୍ରଦ୍ଧାଳୁମାନେ ଗଜାନନଙ୍କ ପାଖରେ ନଡ଼ିଆ ବାଡ଼େଇ ପୁଷ୍ପାଞ୍ଜଳି ଦେଇ ବ୍ରତ ଭାଙ୍ଗିଥିଲେ। ଏହାପରେ ହୋମଯଜ୍ଞ ହୋଇଥିଲା। ଅପରାହ୍ନ ୪ଟା ପରେ ବୁଢା ଗଣେଶଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ଏହି ବେଶ ଦର୍ଶନ କଲେ ସମସ୍ତ ବିଘ୍ନ ଅପସରି ଯାଏ ବୋଲି ଲୋକବିଶ୍ୱାସ ରହିଛି। ଏଣୁ ଏଠାରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେବାୟତ ଓ ଅନ୍ୟ ଅଧିବାସୀମାନେ ପ୍ରଭୁଙ୍କୁ ଭୋଗଥାଳି ସମର୍ପଣ କରିଥିଲେ। ଭୋଗଥାଳିରେ ଖଜା, ପେଡା, ଖସାଲଡୁ, ନବାତ, ଘିଅପିଠା, ମାଲପୁଆ, କାକରା, ରସାବଳି ଏମିତି ଭଳିକି ଭଳି ମିଠା ରହିଥିଲା। ରାତିରେ ଏହି ବିଧି ସମ୍ପନ୍ନ ହୋଇଥିଲା। ଦିନତମାମ ଉପବାସ ରହିଥିବା ମହିଳା, ପୁରୁଷ, ଯୁବତୀ ଯୁବକ ଓ ଛାତ୍ରୀଛାତ୍ର ଭୋଗ ସମର୍ପଣ ପରେ ବ୍ରତ ଭଙ୍ଗ କରିଥିଲେ। ୪୫୦ ବର୍ଷ ଧରି ଏଭଳି ପରମ୍ପରା ହୋଇଆସୁଛି ବୋଲି ପୀଠର ବରିଷ୍ଠ ସେବାୟତମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ଗଛରେ ପିଟହେଲା ଯାତ୍ରୀବାହୀ ବସ୍‌, ଚାଳକ ମୃତ, ୩୦ ଯାତ୍ରୀ ଆହ, ୧୦ ଗୁରୁତର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ଶୋଇଥିଲେ ସ୍ତ୍ରୀ-ସ୍ବାମୀ, ଭୁଶୁଡିଲା କାନ୍ଥ: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୪।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲଜ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ କେନ୍ଦ୍ରାପଡା ଡାକ୍ତରଖାନାରେ…

ତ୍ରିଶୂଳୀ ସୁଡ଼ଙ୍ଗ ଭିତରେ ‘ହରେ କୃଷ୍ଣ’ ଜପ କରୁଥିଲେ ସଞ୍ଜୟ; ଜନ୍ମାଷ୍ଟମୀରେ ମିଳିଲା ନୂଆ ଜୀବନ

କାଠମାଣ୍ଠୁ,୪।୯: ନେପାଳର ତ୍ରିଶୁଳିରେ ଥିବା ଏକ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରୁ ଶୁକ୍ରବାର ଦୁଇଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ୧୦୦ ଫୁଟ ଲମ୍ବର ଘେରିବନ୍ଧ, ଗାଁ ପ୍ରତି ଘନେଇଲା ବିପଦ

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ସାମୁଦ୍ରିକ ଝଡ଼ ଜୁଆର ମାଡ଼ିବା ଅଞ୍ଚଳକୁ ସୁରକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ରୁଷିଆ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ ଆକ୍ରମଣ; ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

ନୂଆଦିଲ୍ଲୀ,୪।୯: ସେପ୍ଟେମ୍ବର ୨, ୨୦୨୬ ରେ, ଭାରତୀୟ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ରୁଷିଆର ନୋଭୋରୋସିସ୍କରୁ କରାଚୀ ଯାଉଥିବା ମାଲବାହୀ ଜାହାଜ MV BARYON (IMO 9151412)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri