୪୫୦ ବର୍ଷର ନିଆରା ପରମ୍ପରା: ବୁଢ଼ା ଗଣେଶଙ୍କୁ ୧୫୧ ଥାଳି ଭୋଗ ସମର୍ପଣ

ଆରଡ଼ି, ୩।୯ (ଡି.ଏନ.ଏ.)- ଗଣେଶ ଚତୁର୍ଥୀରେ ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ମନ୍ଦିର ବେଢ଼ାର ଦକ୍ଷିଣପାର୍ଶ୍ୱରେ ଥିବା ଶ୍ରୀ ବୁଢ଼ା ଗଣେଶଙ୍କୁ ସ୍ବତନ୍ତ୍ର ପୂଜା କରାଯାଇଛି। ଏଠାରେ ନିଆରା ପରମ୍ପରା ଅନୁଯାୟୀ ପ୍ରଭୁଙ୍କୁ ୧୫୧ ଥାଳି ଭୋଗ ସମର୍ପଣ କରାଯାଇଛି। ବିଧି ଅନୁସାରେ, ମନ୍ଦିର ଖୋଲା ହେବା ପରେ ବାବା ଆଖଣ୍ଡଳମଣିଙ୍କ ପାଖରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ସମସ୍ତ ପୂଜା ରୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଗଣପତିଙ୍କୁ ସ୍ନାନ କରାଯାଇ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ପୀଠରେ ଥିବା ସମସ୍ତ ସେବାୟତ ପରିବାର ସକାଳୁ ପ୍ରଭୁଙ୍କ ପାଖରେ ନଡ଼ିଆ ବାଡ଼େଇ ଚରଣାମୃତ ପାନ କରିଥିଲେ। ପୀଠ ଚତୁପାର୍ଶ୍ୱରେ ଥିବା ବାରପଡା ଅଞ୍ଚଳର ଶ୍ରଦ୍ଧାଳୁମାନେ ଗଜାନନଙ୍କ ପାଖରେ ନଡ଼ିଆ ବାଡ଼େଇ ପୁଷ୍ପାଞ୍ଜଳି ଦେଇ ବ୍ରତ ଭାଙ୍ଗିଥିଲେ। ଏହାପରେ ହୋମଯଜ୍ଞ ହୋଇଥିଲା। ଅପରାହ୍ନ ୪ଟା ପରେ ବୁଢା ଗଣେଶଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ଏହି ବେଶ ଦର୍ଶନ କଲେ ସମସ୍ତ ବିଘ୍ନ ଅପସରି ଯାଏ ବୋଲି ଲୋକବିଶ୍ୱାସ ରହିଛି। ଏଣୁ ଏଠାରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେବାୟତ ଓ ଅନ୍ୟ ଅଧିବାସୀମାନେ ପ୍ରଭୁଙ୍କୁ ଭୋଗଥାଳି ସମର୍ପଣ କରିଥିଲେ। ଭୋଗଥାଳିରେ ଖଜା, ପେଡା, ଖସାଲଡୁ, ନବାତ, ଘିଅପିଠା, ମାଲପୁଆ, କାକରା, ରସାବଳି ଏମିତି ଭଳିକି ଭଳି ମିଠା ରହିଥିଲା। ରାତିରେ ଏହି ବିଧି ସମ୍ପନ୍ନ ହୋଇଥିଲା। ଦିନତମାମ ଉପବାସ ରହିଥିବା ମହିଳା, ପୁରୁଷ, ଯୁବତୀ ଯୁବକ ଓ ଛାତ୍ରୀଛାତ୍ର ଭୋଗ ସମର୍ପଣ ପରେ ବ୍ରତ ଭଙ୍ଗ କରିଥିଲେ। ୪୫୦ ବର୍ଷ ଧରି ଏଭଳି ପରମ୍ପରା ହୋଇଆସୁଛି ବୋଲି ପୀଠର ବରିଷ୍ଠ ସେବାୟତମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ /ଭୁବନେଶ୍ୱର,୧୮।୪:ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ପଡ଼ିଛି ଭିତରକନିକା

କେନ୍ଦ୍ରାପଡ଼ା, ୧୮ା୪ (ଜଗନ୍ନାଥ ଧଳ)ଏପ୍ରିଲ ୧୮ ତାରିଖ ବିଶ୍ୱ ଐତିହ୍ୟ ଦିବସ। ବିଶ୍ୱ ଐତିହ୍ୟ ତାଲିକାରେ ସଂଲଗ୍ନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଧୀନ...

ସହରାଞ୍ଚଳରେ ଛୁଇଁନି ୮୦% ମତଦାନ

ଯାଜପୁର,୧୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର କୋରେଇ ଓ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ପ୍ରମୁଖ ସହର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ରହିଛି। ତେବେ ଗତ ୩...

ମନ୍ତ୍ରୀପଦ ନିମାପଡ଼ା ପାଇଁ ଅଭିଶପ୍ତ

ନିମାପଡ଼ ୧୮ା୪ (ରଞ୍ଜନ କୁମାର ପଟ୍ଟନାୟକ) ମନ୍ତ୍ରୀ ପଦବୀ ନିମାପଡ଼ା ପାଇଁ ଅଭିଶପ୍ତ ସାବ୍ୟସ୍ତ ହୋଇଛି।  ଅତୀତ ପୃଷ୍ଠାକୁ ଓଲଟାଇଲେ ଜଣାପଡ଼େ ନିମାପଡ଼ା ବିଧାନସଭା କ୍ଷେତ୍ରରୁ ୩ଜଣ...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

ଶ୍ରାଦ୍ଧ ଦିବସରେ ବିଜୁଙ୍କୁ ଭୁଲିଗଲେ

ମହାକାଳପଡ଼ା,୧୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ)ତତ୍କାଳୀନ ରାଜନଗର ବିଧାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ବୁଧବାର ରାଜ୍ୟସାରା ପାଳିତ ହୋଇଯାଇଛି। ହେଲେ ମହାକାଳପଡ଼ାରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri