୪୨ ବର୍ଷରେ ନାଲ୍‌କୋ ଆଜି ପ୍ରତିଷ୍ଠା ଦିବସ

ବଅଁରପାଳ,୭।୧(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋ ଶୁକ୍ରବାର ଏହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଚଳିତ ବର୍ଷ କମ୍ପାନୀ ୪୨ ବର୍ଷରେ ପଦାର୍ପଣ କରିଛି। ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ବହୁ ସୁନାମ ଅର୍ଜନ କରିଥିବା ନାଲ୍‌କୋ ବିଶ୍ୱ ବଜାରରେ ବେଶ୍‌ ସଫଳତା ହାସଲ କରିଛି। ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ୨୦୨୧-୨୨ ବର୍ଷରେ କମ୍ପାନୀ ୯୧୦୨.୩୯ କୋଟି ଟଙ୍କାର ବ୍ୟବସାୟ କରିବା ସହିତ ୧୨୯୯.୫୩ କୋଟି ଟଙ୍କା ଲାଭ ପ୍ରଦାନ କରିଛି।
ଚଳିତ ଆର୍ଥିକ ବର୍ଷରେ ସ୍ମେଲଟର ଓ ସିପିପିରୁ ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ହଟ୍‌ ମେଟାଲ ଏବଂ କାଷ୍ଟ ମେଟାଲ ଉତ୍ପାଦନ କରାଯାଇଛି। ସେହିପରି ସିପିପିରେ ୭୨୫୫.୪୮ ୟୁନିଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହୋଇଛି। ଏହାବ୍ୟତୀତ ନାଲ୍‌କୋର ଲାଇଫ୍‌ଲାଇନ କୁହାଯାଉଥିବା ୨ଶହ କୋଟି ଟଙ୍କାର ଲିନ୍ସି ସ୍ଲୋରି ପ୍ରୋଜେକ୍ଟକୁ ଚଳିତ ବର୍ଷ ଖଣି ସଚିବଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି। ଏଥିସହ ଉତ୍କଳ-ଡି ନିଜସ୍ବ କୋଇଲା ଖଣିରୁ ଖୁବ୍‌ଶୀଘ୍ର କୋଇଲା ଖନନ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କର୍ତ୍ତୃପକ୍ଷ ଆଶାବାଦୀ ରହିଛନ୍ତି। ସ୍ମେଲଟର ପ୍ଲାଣ୍ଟରେ ୯୬୦ ପଟ୍‌ ମଧ୍ୟରୁ ୯୫୬ ପଟ୍‌ ଚାଲୁ ରହିଛି। ପ୍ଲାଣ୍ଟର ପଞ୍ଚମ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଆଗେଇ ଚାଲିଛି। କମ୍ପାନୀ ବ୍ୟବସାୟିକ ସଫଳତା ହାସଲ କରିବା ସହିତ ପରିପାର୍ଶ୍ୱିକ ଗ୍ରାମଗୁଡିକରେ ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିଛି। ଚଳିତ ଆର୍ଥିକ ବର୍ଷରେ ୧୫୦ ବିପିଏଲ ପରିବାରର ମେଧାବୀ ଛାତ୍ରୀମାନଙ୍କୁ ଶିକ୍ଷା ପାଇଁ ଅର୍ଥିକ ସହାୟତା ପ୍ରଦାନ କରାଯାଇଛି। ସର୍ବାଧିକ ନମ୍ବର ରଖିଥିବା ୨୬ ଛାତ୍ରୀଙ୍କୁ କମ୍ପାନୀ ସହାୟତା କରିଛି। ତେବେ ଏହି ଲାଭଦାୟକ କମ୍ପାନୀର ଘରୋଇକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ଉଦ୍ୟମ କରାଯାଉଥିବାରୁ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି।
ଉତ୍ପାଦନ ଲକ୍ଷ୍ୟ ପୂରଣ ହେବ
ନାଲ୍‌କୋର ଭବିଷ୍ୟତ ସର୍ବଦା ଉଜ୍ଜ୍ୱଳ ରହିବ। ବର୍ତ୍ତମାନ ପୂର୍ଣ୍ଣ କ୍ଷମତାରେ ପ୍ଲାଣ୍ଟ ଚାଲୁଛି। ଚଳିତବର୍ଷ ୪ ଲକ୍ଷ ୬୦ ହଜାର ମେଟ୍ରିକ ଟନ୍‌ ଆଲୁମିନିୟମ ଉତ୍ପାଦନ କରାଯିବା ଲକ୍ଷ୍ୟ ରଖାଯାଇଛି।
-ଅମ୍ବିକା ପ୍ରସାଦ ପଣ୍ଡା, ଇଡି
ବିକାଶ ପ୍ରତି ଧ୍ୟାନ ରହିବ
ନାଲ୍‌କୋ ସର୍ବଦା ପାର୍ଶ୍ୱବର୍ତ୍ତୀ ଗ୍ରାମ ଓ ସମାଜର ଉନ୍ନତିରେ ବିଶ୍ୱାସ କରେ। ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତ୍ୱରାନ୍ବିତ କରାଯିବ।
-ଏସ୍‌.ଏନ୍‌. ସାହୁ, ଜିଜିଏମ୍‌
ଘରୋଇକରଣରୁ ନିବୃତ ରୁହନ୍ତୁ
ନାଲ୍‌କୋ ଭାରତ ବର୍ଷରେ ଏକମାତ୍ର ରାଷ୍ଟ୍ରାୟତ ଆଲୁମିନିୟମ କମ୍ପାନୀ। ପାରିପର୍ଶ୍ୱିକ ଅଞ୍ଚଳର ବିକାଶରେ ଏହା ବହୁ ସହାୟକ ହୋଇଆସିଛି। କେନ୍ଦ୍ର ସରକାର ଏହାର ଘରୋଇକରଣ ଚକ୍ରାନ୍ତରୁ ନିବୃତ ରୁହନ୍ତୁ।
-ବିଭବ ଜେନା, ଶ୍ରମିକ ନେତା
ମହାରତ୍ନ ମାନ୍ୟତା ଆବଶ୍ୟକ
ବିଶ୍ୱରେ ନାଲ୍‌କୋର ସ୍ବତନ୍ତ୍ର ପରିଚୟ ରହିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କମ୍ପାନୀ ଲାଭାଂଶ ଦେଇ ଆସିଛି। ନବରତ୍ନ ମାନ୍ୟତା ପ୍ରାପ୍ତ ଏହି କମ୍ପାନୀକୁ ମହାରତ୍ନ ମାନ୍ୟତା ଦିଆଯିବା ଆବଶ୍ୟକ।
-ପ୍ରସନ୍ନ କୁମାର ମଲିକ, ସଭାପତି, ଅଫିସର୍ସ ଆସୋସିଏଶନ
ନାଲ୍‌କୋ ଗର୍ବ ଓ ଗୌରବ
ନାଲ୍‌କୋ ଆମର ଗର୍ବ ଓ ଗୌରବ। ବିଶ୍ୱରେ ଏହା ନିଜ ସ୍ବତନ୍ତ୍ରତା ବଜାୟ ରଖିଛି। ଏହି କମ୍ପାନୀ ଯୋଗୁ ଅଞ୍ଚଳର ବହୁ ବିକାଶ ଘଟିଛି। ଅନେକ ବେକାର ଯୁବତୀ ଯୁବକ ଚାକିରି କ୍ଷେତ୍ରରେ ନିୟୋଜିତ ହୋଇପାରିଛନ୍ତି।
-ବୈରାଗୀ ସେଠ, ସାଧାରଣ ସମ୍ପାଦକ, ନେପୁ
ଘରୋଇକରଣ ଉଦ୍ୟମ ନିନ୍ଦନୀୟ
ନାଲ୍‌କୋ ଏକ ଲାଭଦାୟକ କମ୍ପାନୀ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହା ବାର୍ଷିକ ବହୁ କୋଟି ଟଙ୍କାର ଟିକସ ଦେଉଛି। ହେଲେ କେନ୍ଦ୍ର ସରକାର ଏଭଳି କମ୍ପାନୀକୁ ପୁଞ୍ଜିପତିଙ୍କ ହାତକୁ ଟେକିଦେବାକୁ ଉଦ୍ୟମ କରିବା ନିନ୍ଦନୀୟ।
-ରତ୍ନାକର ପରିଡ଼ା, ଏନ୍‌ଏନ୍‌ଇୟୁ ସାଧାରଣ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri