୪୦ ବିହାରୀ ଶ୍ରମିକ ଉଦ୍ଧାର

ଓଡ଼ାପଡ଼ା,୧ା୫(ଡି.ଏନ.ଏ.) – ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ହିନ୍ଦୋଳ ରୋଡ୍‌ ଛକରୁ ଗୁରୁବାର ୪୦ଜଣ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି। ସମ୍ପୃକ୍ତ ଶ୍ରମିକମାନେ ଏକ ଟ୍ରେଲର (ନଂ. ଆର୍‌ଜେ ୦୨ ଜିବି ୪୧୦୨)ରେ ବେଆଇନ ଭାବେ ବସି ବିହାରସ୍ଥିତ ନିଜ ଘରକୁ ଯାଉଥିଲେ। ଏ ନେଇ ନଂ. ୯୪/୨୦, ଦଫା ୨୭୯, ୨୭୦ ଓ ଏପିଡେମିକ୍‌ ଡିଜିଜେସ୍‌ ଆକ୍ଟର ଧାରା-୩ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଗାଡ଼ି ଚାଳକଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ଥାନାଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତ ୨୭ ତାରିଖରେ ଟାଟାଷ୍ଟିଲ୍‌ ବିଏସ୍‌ଏଲ କମ୍ପାନୀରୁ ଲୁହା ପ୍ଲେଟ୍‌ ନେଇ ଉକ୍ତ ଟ୍ରେଲର ଉତ୍ତର ପ୍ରଦେଶ ଅଭିମୁଖେ ବାହାରିଥିଲା। ବିଆର୍‌ଜି ଛକ ନିକଟରେ ସମ୍ପୃକ୍ତ ୪୦ଜଣ ଶ୍ରମିକ ଡ୍ରାଇଭରକୁ ହାତକରି ଟ୍ରେଲରରେ ବସିଥିଲେ। ତେବେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଜାମଶୋଲା ଚେକ୍‌ପୋଷ୍ଟରେ ମୁତୟନ କର୍ମଚାରୀମାନେ ଟ୍ରେଲରକୁ ଧରିଥିଲେ। ବେଆଇନ ଭାବେ ଶ୍ରମିକଙ୍କୁ ନିଆଯାଉଥିବାରୁ ଟ୍ରେଲରକୁ ସୀମା ପାର କରିବାକୁ ଅନୁମତି ମିଳି ନ ଥିଲା। ଏଥିସହ ଶ୍ରମିକମାନଙ୍କୁ ସେମାନେ ରହୁଥିବା କମ୍ପାନୀ ନିକଟରେ ଛାଡ଼ିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଟ୍ରେଲରଟି ଶ୍ରମିକଙ୍କୁ ଧରି ଫେରୁଥିବାବେଳେ ଗୁରୁବାର ଅପରାହ୍ନ ୨ଟାରେ ହିନ୍ଦୋଳ ରୋଡ ବଜାର ନିକଟରେ ଅଞ୍ଚଳବାସୀ ଅଟକାଇ ପୋଲିସକୁ ଖବର ଦେଇଥିଲେ। ମୋଟଙ୍ଗା ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ହିନ୍ଦୋଳ ରୋଡ୍‌ ଫାଣ୍ଡି ଅଧିକାରୀ ଅକ୍ଷୟ କୁମାର ଦାସ ସଦଳବଳ ଗାଡ଼ି ଜବତ କରିବା ସହ ଶ୍ରମିକଙ୍କୁ ସେମାନେ କାର୍ଯ୍ୟ କରୁଥିବା କମ୍ପାନୀକୁ ପଠାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri