୩ ଯୁବକ ଗିରଫ: ୭୨ ବ୍ୟାଟେରି ଜବତ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜଧାନୀବାସୀଙ୍କ ସୁରକ୍ଷା ନିମନ୍ତେ ସହରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଖଞ୍ଜାଯାଇଥିବା ସିସିଟିଭି କ୍ୟାମେରାର ବ୍ୟାଟେରି ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ୍‌ କରିଛି କମିଶନରେଟ ପୋଲିସ। ସିସିଟିଭି କଣ୍ଟ୍ରୋଲ ରୁମ୍‌ କର୍ମଚାରୀଙ୍କ ସହଯୋଗରେ କ୍ୟାପିଟାଲ ଥାନା ପୋଲିସ ଏହି ଗ୍ୟାଙ୍ଗର ୩ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭୨ଟି ବ୍ୟାଟେରି ଜବତ କରିଛି। ଗିରଫ ୩ ଯୁବକ ହେଲେ ଖାରବେଳନଗର ଥାନା ଅନ୍ତର୍ଗତ ମସଜିଦ କଲୋନୀ ଅଞ୍ଚଳର ଖେଖ ମୁସ୍ତାକିମ, ଶେଖ୍‌ କୌସର ଅଲି ଓ ଶେଖ୍‌ ଶାହାଦତ୍‌।
ସୂଚନା ଅନୁଯାୟୀ, କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ସିସିଟିିଭି କ୍ୟାମେରା ଖଞ୍ଚାଯାଇଛି। ଏଜି ଛକ, ଶିଶୁଭବନ ଛକ, ରାଜମହଲ, ମାଷ୍ଟରକ୍ୟାଣ୍ଟିନ ଟ୍ରାଫିକ ପୋଷ୍ଟରେ ଲାଗିଥିବା ସିସିଟିଭି କ୍ୟାମେରାର ବ୍ୟାଟେରି ଚୋରି ହେଉଥିବା ଜଣାପଡ଼ିିଥିଲା। ଏହାକୁ କଣ୍ଟ୍ରୋଲ ରୁମ କର୍ମଚାରୀ ଯାଞ୍ଚ କରିବା ପରେ ରାତି ୨ଟା ପରେ କେତେଜଣ ଯୁବକ କଟର ସାହାଯ୍ୟରେ ବକ୍ସକୁ କାଟି ସିସିଟିଭି ବ୍ୟାଟେରି ଚୋରି କରି ଫେରାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏ ନେଇ କଣ୍ଟ୍ରୋଲ ରୁମ କର୍ମଚାରୀ ପ୍ରଦୀପ ମାହାଲ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ତଦନ୍ତ ଜାରି ରଖିଥିଲା। କଣ୍ଟ୍ରୋଲ ରୁମ୍‌ କର୍ମଚାରୀମାନେ ଅଭିଯୁକ୍ତଙ୍କ ଫଟୋ ବାହାର କରିବା ସହ ସେମାନଙ୍କୁ ଧରିବା ପାଇଁ ରାତିରେ ସଜାଗ ରହିଥିଲେ। ଗୁରୁବାର ରାତି ୨ଟା ପରେ ଶିଶୁଭବନ ଟ୍ରାଫିକ ଛକରେ ଉପରୋକ୍ତ ୩ ଅଭିଯୁକ୍ତ ବ୍ୟାଟେରି ଚୋରି କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। କଣ୍ଟ୍ରୋଲ ରୁମ୍‌ କର୍ମଚାରୀ ପ୍ରଦୀପ ତୁରନ୍ତ ଥାନାକୁ ଜଣାଇବା ପରେ ଘଟଣାସ୍ଥଳରେ ୨ଟି ପିସିଆର୍‌ ଚଢାଉ କରି ୩ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଥାନାକୁ ଆଣି ପୋଲିସ ପଚରାଉଚରା କରିବା ସହ ତଲାସି କରିବାରୁ ସେମାନଙ୍କ ନିକଟରୁ ୭୨ଟି ବ୍ୟାଟେରି ମିଳିଥିଲା। ଏଥିସହ ଏହି ଗ୍ୟାଙ୍ଗରେ ଆହୁରି ଅନେକ ଯୁବକ ସାମିଲ ଥିବା ତଦନ୍ତରୁ ଜଣାପଡ଼ିିଥିଲା। ଏ ନେଇ ପୋଲିସ କେସ୍‌ (ନଂ ୭୦/୨୦) ରୁଜୁ କରି ୩ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri