୩ ଦିନ ପରେ ଗଣତି, ବଢୁଛି ଉତ୍କଣ୍ଠା

ବାଲେଶ୍ୱର ଅଫିସ, ୧୯।୫-ଭୋଟ ଗଣତି ଦିନ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ସେମାନେ ଆଶା, ଆଶଙ୍କାରେ ରହି ଦିନ ବିତାଉଛନ୍ତି। ଏଥର ସାଧାରଣ ନିର୍ବାଚନର ଫଳାଫଳ ଉଭୟ ରାଜ୍ୟ ଓ କେନ୍ଦ୍ର ପାଇଁ କାହା ସପକ୍ଷରେ ଯିବ ସେନେଇ ନାନା ଚର୍ଚ୍ଚା ଲାଗିରହିଛି। ଗତ ୨୯ ତାରିଖରେ ଅନୁଷ୍ଠିତ ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରୁ ୧୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଏହା ଅଧୀନ ୮ ବିଧାନସଭା କ୍ଷେତ୍ର ପାଇଁ ୬୬ଜଣ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଆସନ୍ତା ୨୩ତାରିଖରେ ହେବାକୁ ଥିବା ଗଣତିକୁ ଦୃଷ୍ଟିରେ ରଖି ଦଳୀୟ ନେତାମାନେ କର୍ମୀଙ୍କୁ ଡାକି ଆଲୋଚନା ଓ ପର୍ଯ୍ୟାଲୋଚନା କରୁଥିବା ଦେଖିବାକୁ ମିଳିଛି। ଏଥର ଶାସକ ବିଜେଡି ଦଳକୁ ଭାଜପା ଓ କଂଗ୍ରେସ ଟକ୍କର ଦେଇ ନିର୍ବାଚନ ମୁକାବିଲା କରିଥିବାରୁ ନିର୍ବାଚନ ସମୀକରଣ ବଦଳିପାରେ ବୋଲି ପୂର୍ବରୁ ଆଲୋଚନା ହୋଇଥିଲା। ବାଲେଶ୍ୱର ଲୋକସଭା ଆସନ ଅଧିକ ଚର୍ଚ୍ଚାରେ ରହିଥିଲା। ବିଜେଡି ପ୍ରାର୍ଥୀ ଇଂ. ରବୀନ୍ଦ୍ର କୁମାର ଜେନା, ଭାଜପା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କଂଗ୍ରେସର ନବାଗତ ଏମ୍‌ପି ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଉକ୍ତ ଆସନ ପାଇଁ ଭାଗ୍ୟ ପରୀକ୍ଷା କରିଛନ୍ତି। ସେହିପରି ବିଧାନସଭା କ୍ଷେତ୍ରରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଅନନ୍ତ ଦାସ, ଅନନ୍ତ ପ୍ରସାଦ ସେଠୀ, ଜୀବନ ପ୍ରଦୀପ ଦାଶ, ଗୋବିନ୍ଦ ଚନ୍ଦ୍ର ଦାସ, ଇଂ. ସୁକାନ୍ତ କୁମାର ନାୟକ, ଅଶ୍ୱିନୀ ପାତ୍ର, ନିତ୍ୟାନନ୍ଦ ସାହୁ, ପର୍ଶୁରାମ ଧଡ଼ା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଚର୍ଚ୍ଚାରେ ରହିଛନ୍ତି। ଚଳିତ ନିର୍ବାଚନରେ ଜିଲାରେ ୭୪.୭୬% ମତଦାନ ହୋଇଛି। ଏଥିମଧ୍ୟରୁ ୭୬.୪୧% ମହିଳା, ୭୩.୧୯% ପୁରୁଷ ଏବଂ ଅନ୍ୟାନ୍ୟ ୩.୯୫% ମତଦାନ କରିଛନ୍ତି। ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୬.୮୨%, ଭୋଗରାଇରେ ୭୩.୩୦%, ବସ୍ତାରେ ୭୭.୦୭%, ବାଲେଶ୍ୱର ସଦରରେ ୭୧.୨୪%, ରେମୁଣାରେ ୭୫.୧୯%, ନୀଳଗିରିରେ ୭୬.୯୫%, ସୋରରେ ୭୧.୦୪%, ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ୭୨.୫୭% ମତଦାନ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri