ଖରିଫ ଧାନ ବିହନର ମୂଲ୍ୟ ବଢିଲା:ବିହନ ନିଗମ ଓ ଜିଲାକୃଷି ବିଭାଗ କଥାରେ ରହୁନି ତାଳମେଳ

ଭୋଗରାଇ, ୧୯।୫(ଡି.ଏନ.ଏ.)-ବାଲେଶ୍ୱରସ୍ଥିତ ଓଡ଼ିଶା ବିହନ ନିଗମ ପକ୍ଷରୁ ଏଥର ୨ଶହ ଟଙ୍କା ଦର ବଢାଇ ବିହନ ବିକ୍ରି କରାଯାଉଛି। ରବିବାର କେତେକ ଡିଲର ନିଗମ ଡିପୋରୁ ପୂର୍ବ ନିର୍ଦ୍ଧରିତ ଦର ୧୮ଶହ ଟଙ୍କା ପରିବର୍ତ୍ତେ ୨ହଜାର ଟଙ୍କା ଦେଇ ବିହନ କିଣିଥିବା ପ୍ରକାଶ କରିଛନ୍ତି। ଏହି ଜିଲାରେ ନିଗମ ପକ୍ଷରୁ ନିଯୁକ୍ତ ଡିଲରମାନେ ଡିପୋରୁ ବିହନ କିଣି ଚାଷୀଙ୍କୁ ଯୋଗାଇଥାନ୍ତି। ଭୋଗରାଇ ଅଞ୍ଚଳର ଡିଲର ନୀଳକଣ୍ଠ ଘୋଷ ଏବଂ ଜଳେଶ୍ୱର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ପାତ୍ର ରବିବାର ୨ଶହ ଟଙ୍କା ଅଧିକ ଦର ଦେଇ ବିହନ କିଣିଥିବା ନେଇ ଗଣାମାଧ୍ୟମ ପ୍ରତିନିଧିଙ୍କୁ ଏହି ସୂଚନା ପ୍ରଦାନ କରିଛନ୍ତି।
ସମ୍ପ୍ରତି ‘ଫନୀ’ ବାତ୍ୟାରେ ଡାଳୁଅ ଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ଖରିଫ ଋତୁ ପାଇଁ ଧାନ ବିହନ ଚଢାଦରରେ ବିକ୍ରି ହେବା ଘଟଣା ଚାଷୀକୁଳଙ୍କୁ ଆଲୋଡିତ କରିଛି। ତେବେ ବିହନ ନିଗମ ଓ ଜିଲା କୃଷି ବିଭାଗ ମଧ୍ୟରେ ବିହନ ଦରବୃଦ୍ଧିକୁ ନେଇ ଟଣାଓଟରା ଚାଲିଥିବା ଜଣାପଡିଛି। ବିହନ ନିଗମ ଅଧିକାରୀ ଚନ୍ଦ୍ରଶେଖର ପାଢ଼ୀଙ୍କୁ ପଚାରିବାରୁ କହିଛନ୍ତି, ଏଥର କଳାଚମ୍ପା ଓ ସିଆର୍‌-୫୦୦ ଧାନର ଦର ବଢିନାହିଁ। କିନ୍ତୁ ଅନ୍ୟ ଧାନ ବିହନର ଦର ବୃଦ୍ଧି ହୋଇଛି। ଗତ ରବିଋତୁରେ ୧୮ଶହ ଟଙ୍କାରେ ଧାନ ବିହନ ବିକ୍ରି ହୋଇଥିଲା। ଏଥର ଧାନ ବିହନର ମୂଲ୍ୟ ୨ହଜାର ରଖାଯାଇଛି। ଏ ସମ୍ପର୍କରେ ଜଳେଶ୍ୱର କୃଷି ଅଧିକାରୀ ସୁରେନ୍ଦ୍ର କୁମାର ମହାପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ଚଳିତ ଖରିଫ ଋତୁ ପାଇଁ ବିହନ ଧାନର ମୂଲ୍ୟ ୧୮ଶହ ଟଙ୍କା ରହିବ ବୋଲି ପୂର୍ବରୁ ସରକାରୀ ସର୍କୁଲାର ସମସ୍ତ ବ୍ଲକ କୃଷି ବିଭାଗକୁ ଦିଆଯାଇଥିଲା। ଦର ବୃଦ୍ଧି ହେବା ସମ୍ପର୍କରେ ତାଙ୍କ ନିକଟରେ ଅଧିକ ତଥ୍ୟ ନାହିଁ। ଉଭୟ ବିଭାଗୀୟ ଅଧିକାରୀଙ୍କ କଥାରେ ଏଭଳି ତାଳମେଳ ନ ଥିବା ଚର୍ଚ୍ଚାକୁ ଆସିଛି। ଫନୀ ବାତ୍ୟା ପରେ ଚାଷୀଙ୍କୁ ଫସଲ କ୍ଷତିଜନିତ ସହାୟତା ମିଳି ନ ଥିବା ବେଳେ ଧାନ ବିହନର ଦରବୃଦ୍ଧି ବେଡି ଉପରେ କୋରଡା ମାଡ ଭଳି ହୋଇଛି। ଗତ କିଛି ଦିନ ଧରି ଧାନ ବିହନର ଦରବୃଦ୍ଧି ଘଟିବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏନେଇ ଗତ ୧୭ ତାରିଖରେ ଧରିତ୍ରୀରେ ଏକ ଅଭିଯୋଗମୂଳକ ଖବର ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri