୩ ଟ୍ୟାଙ୍କର ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ ଅଫିସ,୯ା୫ – ଢେଙ୍କାନାଳ ଟାଉନ ଓ ସଦରଥାନା ସୀମା ହରିପୁର ଅଞ୍ଚଳର ୫୫ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଶକ୍ତିସୁଗାର କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖ ପାର୍କିଂସ୍ଥଳରେ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଅଘଟଣ। ସ୍ପିରିଟ୍‌ ନେବାକୁ ଖୋର୍ଦ୍ଧାର ଏକ ମଦ କମ୍ପାନୀରୁ ଆସିଥିବା ୩ଟି ଟ୍ୟାଙ୍କର ଚାଳକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଛି। ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ମୃତ ୩ ଚାଳକ ହେଲେ ବିହାର ଗୌରାଖାଲିସପୁର ଗ୍ରାମର ରୁବେଲ ଭାରତୀ, ଦିଲୀପ ଭାରତୀ ଏବଂ ହରେରାମ ଭାରତୀ। ସେମାନେ ସମ୍ପର୍କରେ ୩ ଭାଇ। ଖବରପାଇ ଟାଉନ ଓ ସଦର ଥାନା ପୋଲିସ, ଅବକାରୀ ବିଭାଗ, ଜିଲା ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଫୁଡ୍‌ ପଏଜନିଂ କିମ୍ବା କୌଣସି ବିଷାକ୍ତ ଖାଦ୍ୟ ଯୋଗୁ ସେମାନଙ୍କ ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି। ତେବେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ଚାଳକଙ୍କ ମୃତଦେହ କରୋନା ଅପପ୍ରଚାର ଯୋଗୁ ଦୀର୍ଘ ୧୨ ଘଣ୍ଟା ପଡ଼ିରହିବା ଚର୍ଚ୍ଚାର ବିଷୟ ହୋଇଛି।


ଘଟଣାରୁ ଜଣାପଡିଛି, ଶକ୍ତିସୁଗାରରୁ ସ୍ପିରିଟ୍‌ ନେବା ନିମନ୍ତେ ଖୋର୍ଦ୍ଧାର ଏକ ମଦ କମ୍ପାନୀରୁ ଏହି ୩ଟି ଟ୍ୟାଙ୍କର ପ୍ରାୟ ଦେଢମାସ ତଳୁ ଆସିଥିଲା। ଗୁରୁବାର ରାତି ପ୍ରାୟ ୧ଟାରେ ସମ୍ପୃକ୍ତ ଚାଳକମାନେ ଏକାଠି ଖିଆପିଆ ପରେ ଶୋଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ୩ଜଣ ଯାକ ଅସୁସ୍ଥ ଅନୁଭବ କରିଥିଲେ। କମ୍ପାନୀ ଫାଟକ ନିକଟରେ ସୁରକ୍ଷା କର୍ମଚାରୀ ଥିଲେ ମଧ୍ୟ ଅସୁସ୍ଥ ଚାଳକମାନଙ୍କୁ ନିକଟସ୍ଥ ଜିଲା ମୁଖ୍ୟ ଚିକିତ୍ସାଳୟ ନେବାର କୌଣସି ବ୍ୟବସ୍ଥା କମ୍ପାନୀ ପକ୍ଷରୁ କରାଯାଇ ନ ଥିଲା। ଫଳରେ ଛଟପଟ ହୋଇ ଜଣଙ୍କର ଗାଡି ଭିତରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଦୁଇ ଗୁରୁତରଙ୍କୁ ପାର୍କିଂସ୍ଥଳରେ ଥିବା ଆଉ ଜଣେ ଚାଳକ ଟ୍ୟାଙ୍କରରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଖବରପାଇ ଶୁକ୍ରବାର ଏସ୍‌ପି ଅନୁପମା ଜେମ୍‌ସ, ଅବକାରୀ ଅଧୀକ୍ଷକ ମନୋଜ ସେଠୀ, ସଦର ତହସିଲଦାର ଲକ୍ଷ୍ମୀଧର ରାଉତ, ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ଟାଉନଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ, ସଦର ଥାନା ଅଧିକାରୀ ସନ୍ଧ୍ୟାରାଣୀ ବେଉରିଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏ ସଂକ୍ରାନ୍ତରେ ଟାଉନଥାନାରେ ନଂ-୧୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ଏ ସମ୍ପର୍କରେ ଅବକାରୀ ଅଧୀକ୍ଷକ ମନୋଜ ସେଠୀ କହିଛନ୍ତି, ସ୍ପିରିଟ୍‌ ନେବା ପାଇଁ ଖୋର୍ଦ୍ଧାର ମଦ କମ୍ପାନୀ କୌଣସି ଅନୁମତି ପାଇ ନ ଥିଲା। ଅଧିକ ତଦନ୍ତ ଜାରି ରହିଛି। ଏସ୍‌ପି ଜେମ୍‌ସ କହିଛନ୍ତି, ମୃତଦେହ ବ୍ୟବଚ୍ଛେଦ ସହ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଜିଲାପାଳ ଭୂମେଶଚନ୍ଦ୍ର ବେହେରା କହିଛନ୍ତି, ଦୀର୍ଘସମୟ ଧରି ମୃତଦେହ ଘଟଣାସ୍ଥଳରେ ପଡି ରହିଥିବା ଖବର ମଳିବା ପରେ ତୁରନ୍ତ ତାହାକୁ ଉଠାଇ ବ୍ୟବଚ୍ଛେଦ କରାଇବାକୁ ଶକ୍ତିସୁଗାର କମ୍ପାନୀ ଓ ପୋଲିସ ପ୍ରଶାସନକୁ କୁହାଯାଇଥିଲା। ପ୍ରଶାସନ ପକ୍ଷରୁ ମଧ୍ୟ ତଦନ୍ତ କରାଯାଉଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ଦିଗପହଣ୍ଡି ସହରର ବିକାଶ-ଡ୍ରେନେଜ୍‌ ବ୍ୟବସ୍ଥା: ୫୦ ବର୍ଷର ମାଷ୍ଟର ପ୍ଲାନ୍‌ ପାଇଁ ବ୍ରହ୍ମପୁର MPଙ୍କ ନିର୍ଦ୍ଦେଶ, ଗଠନ ହେଲା…

ଦିଗପହଣ୍ଡି, ୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ମାଷ୍ଟର ପ୍ଲାନ୍ ଓ ସୁଦୃଢ଼…

ଦିଗପହଣ୍ଡିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରସ୍ତୁତି ବୈଠକ: ବାର୍ଷିକ ସମ୍ମିଳନୀ ପାଇଁ ଗଠନ ହେଲା ୧୫ ଜଣିଆ କମିଟି

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ସଭା ବୁଧବାର ଅନୁଷ୍ଠିତ ହୋଇଥିଲା। ସଂଘର…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଛତ୍ରପୁର,୧୦।୬( ଦିଲ୍ଲୀପ ସାମଲ) : ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଗତ ଏକ ମାସରୁ ଅଧିକ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri