Categories: ଖେଳ

୩ ଖେଳାଳିଙ୍କୁ ବାସନ୍ଦ କଲା ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ, ୨୫।୧୧ (ପି.ଟି.)- ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଶନିବାର ୩ ଖେଳାଳିଙ୍କୁ ବାସନ୍ଦ କରିଛି। ସେମାନେ ହେଲେ ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଟିମ୍‌ ଏଫ୍‌ସି ଗୋଆର ସେଇମିନଲେନ ଡୋଉଙ୍ଗେଲ ଓ ହୁଗୋ ବୋଉମୋଉସ ଏବଂ ନର୍ଥଇଷ୍ଟ ୟୁନାଇଟେଡର ଡିଫେଣ୍ଡର କାଇ ହେଉରିଙ୍ଗ୍ସ। ଗୁଆହାଟୀରେ ନଭେମ୍ବର ୧ରେ ଗୋଆ ଓ ନର୍ଥଇଷ୍ଟ ମଧ୍ୟରେ ଅନୁଷ୍ଠିତ ଆଇଏସ୍‌ଏଲ୍‌ ମ୍ୟାଚ୍‌ ଅବସରରେ ଏହି ୩ ଖେଳାଳି ଦୁବ୍ୟବହାର କରିଥିବା ଜଣାପଡ଼ିଛି। ଡୋଇଙ୍ଗେଲଙ୍କୁ ୩ଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ନର୍ଥଇଷ୍ଟ ବିପକ୍ଷ ମ୍ୟାଚରେ ସେ ରେଡ୍‌ କାର୍ଡ ପାଇ ପଡ଼ିଆ ଛାଡ଼ିଥିବାରୁ ମୁମ୍ବାଇ ସିଟି ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ବିପକ୍ଷ ମ୍ୟାଚ୍‌ରେ ବାହାର ବସିବା ନିଶ୍ଚିତ ହୋଇଛି। ସେହିଭଳି ହୁଗୋ ଏବଂ ନର୍ଥଇଷ୍ଟର ହେଇରିଙ୍ଗ୍ସ ୨ ଲେଖାଏ ମ୍ୟାଚ୍‌ରୁ ବାସନ୍ଦ ହୋଇଛନ୍ତି। ଡୋଇଙ୍ଗେଲ ଓ ହୁଗୋ ଡିସେମ୍ବର ୮ରେ ଗୋଆ ଓ ହାଇଦ୍ରାବାଦ ଏଫ୍‌ସି ମଧ୍ୟରେ ମ୍ୟାଚ୍‌ରେ ଉପଲବ୍ଧ ହେବେ ବୋଲି ଜଣାପଡ଼ିଛି।

Share