Posted inରାଜ୍ୟ

୩୮ଜଣଙ୍କୁ ମିଳିଲା ପୋଲିସ ପଦକ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ ଓ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି। ସ୍ଥାନୀୟ ଜୟଦେବ ଭବନରେ ଗୁରୁବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ ପ୍ରଦାନ କରିଛନ୍ତି। ଉଲ୍ଲେଖନୀୟ ସେବା ପାଇଁ ୩୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ପଦକ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୨୬ଜଣଙ୍କୁ ସାହସିକତା ମେଡାଲ, ବିଶିଷ୍ଟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଓ ୧୦ଜଣଙ୍କୁ ମେରିଟୋରିୟସ୍‌ ସେବା ପଦକ ମିଳିଛି।
ସାହସିକତା ପାଇଁ ରାଉରକେଲା ପୋଲିସ ଜିଲାର ଏଏସ୍‌ଆଇ ସୁନିଲ କୁମାର ନନ୍ଦ, ହାବିଲଦାର କମଳେନ୍ଦୁ ଷଡଙ୍ଗୀ, କନ୍‌ଷ୍ଟେବଳ ମଦନ କିଷାନ, କନ୍‌ଷ୍ଟେବଳ ଆଥନାସିୟାସ ଜୋଜୋ, କନ୍‌ଷ୍ଟେବଳ ମୁକେଶ କୁମାର ବ୍ରହ୍ମା, କଟକ ଷଷ୍ଠ ବାଟାଲିୟନର ସୁବେଦାର ବିଦ୍ୟାଧର ସେଠୀ, ଭୁବନେଶ୍ୱର ଏସ୍‌ଓଜି କମାଣ୍ଡୋ ବିଶାଲ ବୋମ୍‌ଜାନ୍‌, ଏସ୍‌ଓଜି କମାଣ୍ଡୋ ରାଜେନ୍ଦ୍ର ମଲ୍ଲ, ଏସ୍‌ଓଜି କମାଣ୍ଡୋ ଦୀପକ ସିଂ କନଓ୍ବର, ଏସ୍‌ଓଜି ହାବିଲଦାର ଧ୍ରୁବ ବାହାଦୂର ବାସ୍‌ନେଟ, ଏସ୍‌ଓଜି ହାବିଲଦାର ରାକେଶ ବିଶ୍ୱକର୍ମା, ଏସ୍‌ଓଜି କନ୍‌ଷ୍ଟେବଳ କାହ୍ମୁଚରଣ ମାଝି, ଏସ୍‌ଓଜି ସୁବେଦାର ରବିନ୍ଦ୍ର ଶବର, ଏସ୍‌ଓଜି ସୁବେଦାର ଅଶୋକ କୁମାର ରଥ, ଏସ୍‌ଓଜି ହାବିଲଦାର ଆଲୋକ କୁମାର ସେଠୀ, ଏସ୍‌ଓଜି କମାଣ୍ଡୋ ଧନଞ୍ଜୟ ବରାଡ, ଏସ୍‌ଓଜି କମାଣ୍ଡୋ କୃଷ୍ଣଚନ୍ଦ୍ର ପିଙ୍ଗ, ଭୁବନେଶ୍ୱର ଏସ୍‌ଓଜି କମାଣ୍ଡୋ ସନ୍ତୋଷ କୁମାର ଧାନ୍‌।
କୋରାପୁଟର ଅତିରିକ୍ତ ଏସ୍‌ପି ନିରଞ୍ଜନ ସାହୁ, ହାବିଲଦାର କେଶବ ସୀସା, ହାବିଲଦାର ଜିତେନ୍ଦ୍ର କୁମାର ଦାସ, କନ୍‌ଷ୍ଟେବଳ ସିନିୟା ଶେଖର ବେପାରି, କୋରାପୁଟର କନ୍‌ଷ୍ଟେବଳ ଉଦ୍ଧବ ଚାଲାଣ, କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ, କନ୍‌ଷ୍ଟେବଳ ମଧୁସୂଦନ ମଲ୍ଲିକ, କନ୍ଧମାଳ ଓଏପିଏଫ୍‌ ଜଗନ୍ନାଥ କହଁର।
ରାଷ୍ଟ୍ରପତି ପୋଲିସ ପଦକ ପାଇଥିବା ଦୁଇ ପୋଲିସ ଅଫିସର ହେଲେ ଭୁବନେଶ୍ୱର ଏସ୍‌ଆଇଡବ୍ଲ୍ୟୁର ଡିଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ଏବଂ ଏସିପି ଅସୀମ କୁମାର ପଣ୍ଡା। ସେହିଭଳି ୧୦ଜଣ ମେରିଟାରିୟସ୍‌ ସେବା ପଦକ ପାଇଛନ୍ତି। ସେମାନେ ହେଲେ ଢେଙ୍କାନାଳ ଓଏସ୍‌ଏପି ପ୍ରଥମ ବାଟାଲିୟନ କମାଣ୍ଡାଣ୍ଟ ନବକିଶୋର ଦାସ, ଭୁବନେଶ୍ୱର ଏସ୍‌ଓଜି କମାଣ୍ଡାଣ୍ଟ ଅଜୟ କୁମାର ପାଢୀ, ଭୁବନେଶ୍ୱର ଏସ୍‌ଆଇଡବ୍ଲ୍ୟୁ ଡିଏସ୍‌ପି ଅଶୋକ କୁମାର ଦେଓ, ଭୁବନେଶ୍ୱର ଏସିପି(ସିକ୍ୟୁରିଟି)ଏସ୍‌.ଏସ୍‌ ବି.ଏନ୍‌. ପ୍ରଫୁଲ୍ଲ କୁମାର ସିଂ, କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଭାରପ୍ରାପ୍ତ ଡିଏସ୍‌ପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀ, ଭୁବନେଶ୍ୱର ଇଓଡବ୍ଲ୍ୟୁ ଏବଂ ସିଆଇଡି ସିବିର ଭାରପ୍ରାପ୍ତ ଡିଏସ୍‌ପି ସ୍ନିଗ୍ଧା ଭଞ୍ଜ, ଭୁବନେଶ୍ୱର ଏସ୍‌ଆଇଡବ୍ଲ୍ୟୁର ଏସ୍‌ଆଇ ବ୍ରହ୍ମାନନ୍ଦ ପଣ୍ଡା, ସମ୍ବଲପୁର ଜିଲାର ଏଏସ୍‌ଆଇ କୈଳାସ ଚନ୍ଦ୍ର ପ୍ରଧାନ, ଝାରସୁଗୁଡ଼ାର ହାବିଲଦାର ଆଲେକଜାଣ୍ଡାର କୁଜୁର, ବ୍ରହ୍ମପୁର ଭିଜିଲାନ୍ସ କନଷ୍ଟେବଳ ବିପ୍ରଚରଣ ଗୌଡ଼। ଖୋର୍ଦ୍ଧା ସଦର ଥାନା ଇନ୍ସପେକ୍ଟର ବିକ୍ରମ କେଶରୀ ଜେନାଙ୍କୁ ପୋଲିସ ପଦକ ମିଳିବାର ଥିଲା। ତେବେ ଚୋରା ଖଣି କାରବାର କେସ୍‌ରେ ଏସ୍‌ଟିଏଫ୍‌ ତାଙ୍କୁ ସମନ କରିଥିବାରୁ ପୋଲିସ ପଦକ ଦିଆଯାଇନାହିଁ। ଏହି ଅବସରରେ ପୋଲିସ ପଦକ ପାଇଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଆହୁରି ଭଲ କାମ କରିବା ସହ ଲୋକଙ୍କ ନିକଟତର ହେବାକୁ ଆହ୍ବାନ ଦେଇଛନ୍ତି। ଜନସାଧାରଣଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଏହାର ସମାଧାନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri