୩୩ ପରିବାର ଉଚ୍ଛେଦକୁ ବିରୋଧ

ପର୍ଲା,୨୮।୪(ଡି.ଏଡ଼.ଏ.): କଳାହାଣ୍ଡି ଜିଲା ସଦର ବ୍ଲକ ତଥା ଶଗଡା ସଂରକ୍ଷିତ ଜଙ୍ଗଲ ଜମିରେ ଘରଦ୍ୱାର କରି ରହି ଆସୁଥିବା ୩୩ ଆଦିବାସୀ ପରିବାରକୁ ବନ ବିଭାଗ ଉଚ୍ଛେଦ କରିଛି। ଯୁଗସାଇପାଟଣା ପଞ୍ଚାୟତ, ନେହେଲା ଓ ଶଗଡା ପଞ୍ଚାୟତର ମାଖାଗୁଡା ଗ୍ରାମର ଏହି ପରିବାର ଅମାବଲସା ବିଟ୍‌ ଓ ରାକେଶଦୁଣ୍ଡା ଜଙ୍ଗଲର ଅଲମାଠାରେ ରହି ଆସୁଛନ୍ତି। ହେଲେ ଶୁକ୍ରବାର ପୋଲିସ ଫୋର୍ସ ଓ ସଦର ଉପଜିଲାପାଳଙ୍କ ଉପସ୍ଥିତିରେ ସେମାନଙ୍କ ଘର ଭାଙ୍ଗି ଜବରଦଖଲ ଉଚ୍ଛେଦ କରାଯାଇଛି। ଏଣୁ ଏମାନେ ଏବେ ନିକଟସ୍ଥ ଲବଣିସରଠାରେ ଗଛ ମୂଳରେ ଆଶ୍ରୟ ନେଇଛନ୍ତି। ଦିନବେଳେ ପ୍ରଚଣ୍ଡ ଖରାରେ ଏମାନେ ଝାଳନାଳ ହୋଇ ଶିଝୁଛନ୍ତି। ସନ୍ଧ୍ୟାରେ କାଳବୈଶାଖୀରେ ଭୟଭୀତ ହୋଇ ରହୁଛନ୍ତି। ଏଭଳି ପରିସ୍ଥିତିରେ ଏମାନଙ୍କୁ ଜିଲା ପ୍ରସାଶନ ପକ୍ଷରୁ ଥଇଥାନ କରାଯିବା ପରିବର୍ତ୍ତେ ଉଚ୍ଛେଦ ଘଟଣାକୁ ବିଭିନ୍ନ ମହଲରେ ଦୃଢ ନିନ୍ଦା କରାଯାଉଛି। ଜଙ୍ଗଲ ଜମି ପଟ୍ଟା ପାଇଁ ଏମାନେ ବାରମ୍ବାର ଜିଲା ପ୍ରଶାସନକୁ ଲିଖିତ ଭାବରେ ଜଣାଇ ଆସିଛନ୍ତି। ହେଲେ କୌଣସି ଲାଭ ହେଉନି। ତେବେ ଏ ନେଇ ଧର୍ମଗଡ ଉପଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଯଥାଶୀଘ୍ର ଏମାନଙ୍କ ଥଇଥାନର ବ୍ୟବସ୍ଥା ସହ ଖାଦ୍ୟପେୟ ଯୋଗାଇ ଦେବାକୁ ଦାବି କରାଯାଇଛି। ସେହିଭଳି ଯେଉଁମାନେ ଏଭଳି ଦୁଃସମୟରେ ସେମାନଙ୍କୁ ଉଚ୍ଛଦ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆଇନଜୀବୀ ଦିଗାମ୍ବର ଦୁରିଆ, ଚକ୍ରଧର ବେନୁପାଣି, ଧୀମାନ ଢଗ ନାଏକ ଓ ୟୁଗେଶ ତାଣ୍ଡି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri