୨ ହଜାରରୁ ଊର୍ଦ୍ଧ୍ୱ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ଦେଲା ବିଏମ୍‌ସି

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଭୁବନେଶ୍ୱରରେ ଥିବା ୨ ହଜାରରୁ ଊର୍ଦ୍ଧ୍ୱ ଭୂମିହୀନ, ନିରାଶ୍ରୟ ଓ ଭିକାରୀଙ୍କୁ ରନ୍ଧ୍ୟା ଖାଦ୍ୟ ବଂଟାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଦଳ ରବିବାର ମଧ୍ୟାହ୍ନରେ ବିଭିନ୍ନ ସ୍ଥାନରେ ରନ୍ଧ୍ୟା ଖାଦ୍ୟ ବାଂଟିଥିବା ଜଣାପଡ଼ିଛି । ମାଷ୍ଟର କ୍ୟାଂଟିନ୍ ବସ୍ ଷ୍ଟାଣ୍ଡ, ରଶୁଲଗଡ଼ ଫ୍‌ଳାଏ ଓଭର ତଳ ଦୁଇଟି ଟିମ୍ ଏହି କାର୍ଯ୍ୟ ଆରମ୍ଭ କରିଥିବା ବେଳେ ମୋଟ୍ ୨୦ ସ୍ଥାନରେ ଖାଦ୍ୟ ବଂଟାଯିବ ବୋଲି ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି । ସେହିପରି ବିଏମ୍‌ସି ଦ୍ୱାରା ଉଦ୍ଧାର କରାଯାଇଥିବା ଭୂମୀହିନ ଓ ଭିକାରୀଙ୍କୁ ତମାଣ୍ଡୋ ସ୍ଥିତ ଏସ୍‌ୟୁଏଚ୍‌ରେ ଥଇଥାନ କରାଯାଇ ରନ୍ଧା ଖାଦ୍ୟ ଦିଆଯାଉଥିବା ବେଳେ ଫ୍ଲାଏ ଓଭର ତଳେ ରହୁଥିବା ବାସହୀନଙ୍କୁ ଆହାର ଖାଦ୍ୟ ଦିଆଯାଉଛି । ପ୍ରତ୍ୟେହ ଦିନ ଏହି କାର୍ଯ୍ୟ ଜାରି ରହିଥିବା ବେଳେ କିପରି ଅଧିକରୁ ଅଧିକ ଲୋକେ ଏଥିରେ ଉପକୃତ ହୋଇପାରିବେ ସେନେଇ ପ୍ରଚେଷ୍ଟା ଜାରି ରହିଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି ।