୨ ରାଜ୍ୟରୁ ଫେରିଲେ ୩ ୮୭ ପ୍ରବାସୀ

ରାୟଗଡା ଅଫିସ, ୩ା୬-କରୋନା ଲକ୍‌ ଡାଉନ ଯୋଗୁ ତେଲେଙ୍ଗନା ଓ ତାମିଲନାଡୁରେ ଅଟକି ଥିବା ଶ୍ରମିକ ରାୟଗଡା ଫେରିଛନ୍ତି। ମଙ୍ଗଳବାର ତାମିଳନାଡୁରୁ ୧୫୧ ଶ୍ରମିକ ଫେରିଥିବା ବେଳେ ବୁଧବାର ତେଲେଙ୍ଗନାରୁ ୨୩୬ ଶ୍ରମିକ ରାୟଗଡା ଫେରିଛନ୍ତି। ଏହି ୨ ଦିନରେ ଫେରିଥିବା ମୋଟ ୩୮୭ ଶ୍ରମିକଙ୍କୁ ସେମାନଙ୍କ ଅଞ୍ଚଳକୁ ପ୍ରଶାସନ ପଠାଇଛି। ତେଲେଙ୍ଗନାରେ ଅଟକି ଥିବା ୨୩୬ ଶ୍ରମିକ ଟ୍ରେନ ଯୋଗେ ବୁଧବାର ରାୟଗଡା ଫେରିଛନ୍ତି। ଏଥିରେ ଗଜପତି ଜିଲାର ୩ଜଣ ଓ ନବରଙ୍ଗପୁର ଜିଲାର ୨୩୩ ଶ୍ରମିକ ଅଛନ୍ତି। ଶ୍ରମିକ ଆସୁଥିବା ନେଇ ଖବର ପୂର୍ବରୁ ପ୍ରଶାସନ ନିକଟରେ ପହଞ୍ଚତ୍ଥିଲା। ସେହି ଅନୁସାରେ ଉପଜିଲ୍ଲାପାଳ ରାୟଗଡା ସହରର ଗଜପତି ଛକରୁ ସାଇ ଇଣ୍ଟର ନ୍ୟାଶନାଲ ଛକ ଏବଂ ଷ୍ଟେସନ ଅଞ୍ଚଳରେ ୧୪୪ଧାରା ଜାରି କରିଥିଲେ। ଆସିଥିବା ଶ୍ରମିକଙ୍କୁ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି ଅମ୍ରିତ ଋତୁରାଜ, ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଆଞ୍ଚଳିକ ପରିବହନ ଅଧିକାରୀ ଦିଲୀପ ଦଳାଇ, ଏସଡିପିଓ ତପନ ରଥ ,ପୌର ପରିଷଦ କର୍ମଚାରୀ ସ୍ବାଗତ କରିଥିଲେ। ରେଳ ଷ୍ଟେସନରେ ସେମାନଙ୍କ ପଞ୍ଜୀକରଣ କରି ହାତରେ ଷ୍ଟାମ୍ପ ମରାଯାଇଥିଲା। ପରେ ସମ୍ପୃକ୍ତ ଜିଲାର ଜିଲା ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଥିଲା।
ସେହିପରି ତାମିଲନାଡ଼ୁର ତିରୁପୁରରୁ ମଙ୍ଗଳବାର ୧୫୧ ଜଣ ଶ୍ରମିକ ରାୟଗଡା ଫେରିଥିଲେ। ସେମାନଙ୍କ ମଧ୍ୟରେ ରାୟଗଡ଼ା ଜିଲାର ୪୪ଜଣ, ଗଜପତି ୧୮, କୋରାପୁଟ ୨, କନ୍ଧମାଳ ୫୮, ନବରଙ୍ଗପୁର ୨୮ ଏବଂ କଳାହାଣ୍ଡି ଜିଲାର ଜଣେ ଶ୍ରମିକ ଥିଲେ। ରାୟଗଡ଼ା ଜିଲାର ୪୪ ଶ୍ରମିକଙ୍କ ମଧ୍ୟରୁ ରାୟଗଡ଼ା ପୌରାଞ୍ଚଳର ୧୨ଜଣ ଥିବା ବେଳେ ବିଷମକଟକ ବ୍ଲକ୍‌ର ୩, ଚନ୍ଦ୍ରପୁରର ୪, ମୁନିଗୁଡ଼ାର ୪, ଗୁଣପୁରର ୧୩, କଲ୍ୟାଣସିଂପୁରର ଜଣେ ଏବଂ ପଦ୍ମପୁର ବ୍ଲକ୍‌ର ୭ ଜଣ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

୨୦ ବର୍ଷରେ ପାଦ ଥାପିବ ଟାଉନ ଦୁର୍ଗାପୂଜା କମିଟି, ବଂଶଧାରା ନଦୀତଟରେ ପୂଜାର୍ଚ୍ଚନା

ଗୁଡ଼ାରି,୧୯ା୯(ପ୍ରମୋଦ କୁମାର ପତି): ପବିତ୍ର ରାଧାଷ୍ଟମୀ ଅବସରରେ ଶନିବାର ଗୁଡ଼ାରି ଟାଉନ ଦୁର୍ଗାପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ନିମନ୍ତେ ମୃତ୍ତିକା ପୂଜା ଅନୁଷ୍ଠିତ ହୋଇଯାଇଛି। ପବିତ୍ର ବଂଶଧାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?