୨ ବିଷାକ୍ତ ସାପ ଉଦ୍ଧାର

ଢେଙ୍କିକୋଟ, ୧୭ା୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫରେଷ୍ଟ ସେକ୍ସନ ଖଣ୍ଟ ଘର ପଞ୍ଚାୟତ କାଶିବେଡା ଗ୍ରାମରୁ ଗୁୁରୁବାର ଅପରାହ୍ନରେ ୨ଟି ବିଷଧର ସାପକୁ ବନବିଭାଗ ତରଫରୁ ଉଦ୍ଧାର କରାଯାଇଛି। କାଶିବେଡା ଗ୍ରାମ ମୁଣ୍ଡାସାହି ଚନ୍ଦ୍ରା ମୁଣ୍ଡାଙ୍କ ଘର ଭିତରେ ଗୋଟିଏ ଜାଗାରେ ୧୦ଟାରୁ ଊର୍ଦ୍ଧ୍ୱ ବିଷଧର ସାପ ଥିବା ହଠାତ୍‌ ଘର ପରିବାର ଲୋକ ଦେଖି ଭୟଭୀତ ହୋଇଯାଇଥିଲେ ଏବଂ ଢେଙ୍କିକୋଟ ଫରେଷ୍ଟର ଗୌରଚନ୍ଦ୍ର ନାୟକଙ୍କୁ ଖବର ଦେଇଥିଲେ। ଫରେଷ୍ଟର ଖବରପାଇ ହରିଚନ୍ଦନପୁର ସ୍ନେକ୍‌ ହେଲ୍ପ ଲାଇନର ସଦସ୍ୟ ପ୍ରହଲ୍ଲାଦ ନାୟକଙ୍କୁ ଖବର କରିଥିଲେ। ସେ ତୁରନ୍ତ ଆସି ପହଞ୍ଚିଥିଲେ। ମାତ୍ର ସେତେବେଳକୁ ସାପ ସବୁ ଏଣେତେଣେ ହୋଇ ପଳାଇ ଯାଇଥିବା ବେଳେ ୨ଟି ସାପକୁ ସେ କାବୁ କରିଥିଲେ। ଉଦ୍ଧାର ଦୁଇ ସାପଙ୍କୁ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଫରେଷ୍ଟର ଗୌରଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?