୨ ପୃଷ୍ଠାର ଚିଠି ଜାରି କଲା ଆନ୍ଦ୍ର-ଓଡିଶା ସ୍ପେଶାଲ ଜୋନାଲ କମିଟି

ଚିତ୍ରକୋଣ୍ଡା,୨୧ା୫(ଡି.ଏନ.ଏ.)-  ମଙ୍ଗଳବାର ମାଓବାଦୀମାନେ ତେଲୁଗୁ ଭାଷାରେ ୨ ପୃଷ୍ଠାର ଚିଠି ଜାରି କରିଛନ୍ତି। ଏଥିରେ ସେମାନେ ପାଡୁଆ ଏନକାଉଣ୍ଟରକୁ ତୀବ୍ର ନିନ୍ଦା କରିଛନ୍ତି। ଆନ୍ଦ୍ର-ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର କମ୍ରେଡ ଗଣେଶ ଏହି ଚିଠି ଜାରି କରିଥିବା ଜଣାପଡିଛି। ପାଡୁଆ ଏନକାଉଣ୍ଟରରେ ମୃତ ୫ଜଣ ମାଓବାଦୀଙ୍କ ଉଦେଶ୍ୟରେ ଚଳିତ ମାସ ୨୫ ତାରିଖରେ ଆନ୍ଦ୍ର ଏବଂ ଓଡିଶା ବନ୍ଦ ଲାଗି ସେ ଉଲ୍ଲେଖ କରିଛନ୍ତି । ପଡୁଆ ଅଞ୍ଚଳରେ ଲୁଚି ରହିଥିବା ଖଣିଜ ସମ୍ପଦକୁ ଲୁଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ରାସ୍ତା ଘାଟ ଓ ମୋବାଇଲ ଟାୱାର ନିର୍ମାଣ କରୁଛନ୍ତି । ମାତ୍ର ଲୋକଙ୍କୁ ମେଡିକାଲ ସୁବିଧା ଓ ଆଦିବାସୀଙ୍କ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ନେଇ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ଚିଠିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri