୨ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଚୋରାଚାଲାଣ : ଦୁଇ ଗାଡ଼ି, ୧ ଲକ୍ଷ ଟଙ୍କା ଜବତ, ୪ ଗିରଫ

ମାଲକାନଗିରି,୩ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଭିନ୍ନ ଭିନ୍ନ ଥାନା ଅଧୀନରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବାବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୫୮ କିଲୋଗ୍ରାମ ଗଞ୍ଜେଇ, ୨ଟି ଚାରିଚକିଆ ଯାନ, ୪ଟି ମୋବାଇଲ ସହ ନଗଦ ୧ ଲକ୍ଷ ଟଙ୍କା ଜବତ କରାଯାଇଥିବା ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। କାଲିମେଳା ଥାନା ଭାରପ୍ରାପ୍ତ ନିରୀକ୍ଷକ ଚନ୍ଦ୍ର ଶେଖର ଶବର ତାଙ୍କ ଥାନା କର୍ମଚାରୀଙ୍କ ସହ ମଙ୍ଗଳବାର ରାତିରେ ପୁଲିମେଟଲା କେନାଲ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଏକ ମାର୍ଶଲ ଗାଡ଼ିକୁ ଅଟକାଇଥିଲେ। ତେବେ ଏଥିରେ ୯୩ କିଲୋଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିବା ପରେ ଏଥିରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରିବା ସହ ସଂପୃକ୍ତ ଗାଡ଼ି, ଗୋଟିଏ ମୋବାଇଲ ଓ ୧ ଲକ୍ଷ ଟଙ୍କା ଜବତ କରାଯାଇଛି ା ଗିରଫମାନେ ହେଲେ ମାଲକାନଗିରି ଜିଲାର ଏମ.ଭି-୩୪ ଗ୍ରାମର ମନୋଜ କୁମାର ମଜୁମଦାର (୨୨) ଓ ମନୋଜ ବିଶ୍ୱାସ(୩୮)। ସେହିପରି ମୁଦୁଲିପଡ଼ା ଥାନା ଭାରପ୍ରାପ୍ତ ନିରୀକ୍ଷକ ଯୁଗଳ କିଶେର ଶବର ତାଙ୍କ ଥାନା କର୍ମଚାରୀଙ୍କ ସହ ଗୌଡ଼ଗୁଡ଼ା ଛକ ନିକଟରେ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଏକ କାର ଅଟକାଇ ଯାଞ୍ଚ କରିବାରୁ ୧୬୫ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା। ପରେ ଏଥିରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରିବା ସହ ୩ଟି ମୋବାଇଲ ଓ ସଂପୃକ୍ତ କାର ଜବତ କରାଯାଇଛି। ଗିରଫମାନେ ହେଲେ ଓରକେଲ ଥାନା ଅନ୍ତର୍ଗତ ଟୋଟାଗୁଡ଼ା ଗ୍ରାମର ସୁବାସ ଖରା(୩୭) ଓ ଏମ.ଭି-୮୬ ଗ୍ରାମର ରିତ ସିକଦାର(୩୦)। ଏ ସମ୍ପର୍କରେ କାଲିମେଳା ଥାନା କେସ ନମ୍ବର ୧୦୩ରେ ମାମଲା ରୁଜୁ କରାଯାଇଥିବା ବେଳେ ମୁଦୁଲିପଡ଼ା ଥାନା କେସ ନମ୍ବର ୪୫ରେ ମାମଲା ରୁଜୁ କରାଯାଇ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ମୀନା ପ୍ରକାଶ କରିଛନ୍ତି। ଏହି ଖବରତାଦା ସମ୍ମଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ହୃଷୀକେଶ ଡି.କିଲାରୀଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟଲଣା ଘାଟିରେ ଓଲଟିଲା ପିକ୍ଅପ୍, ୮ ଶ୍ରମିକ….

ଗୁଣପୁର,୨୧।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକର ପୁଟାସିଂ ଥାନା ଅନ୍ତର୍ଗତ ଟଲଣା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝୋଇ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri