୨୯. ୭୭ ଗ୍ରାମ ବ୍ରାଉନସୁଗାର, ୪ ବାଇକ୍‌ ଜବତ: ୨ ଗିରଫ

ଖୋର୍ଦ୍ଧା ଅଫିସ,୧୬ା୧: ଖୋର୍ଦ୍ଧା ଜିଲାର ଜଙ୍କିଆ ଥାନା ପୋଲିସ ଛଣଗିରିର ଦେଉଳି, ସିକୋ ବାଉତି ମନ୍ଦିର ସାହି ଉପରେ ବୁଧବାର ଚଢ଼ାଉ କରି ୨୯. ୭୭ ଗ୍ରାମ ବ୍ରାଉନସୁଗାର ଓ ୪ ବାଇକ୍‌ ଜବତ କରିଛନ୍ତି। ଏହି ଘଟଣାରେ ଗିରଫ ହୋଇଥିବା ଛଣଗିରିର ସଞ୍ଜୟ ମହାପାତ୍ର (୩୨) ଓ ସିକୋ ଦଳବେହେରାସାହିର ମାନସ କୁମାର ମାଝି(୩୦) ନାମକ ୨ ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି। ପୋଲିସ ସୂଚନା ଅନୁସାରେ, ଛଣଗିରିର ଦେଉଳି ଓ ସିକୋ ବାଉତି ମନ୍ଦିର ସାହିରେ ବ୍ରାଉନସୁଗାର କାରବାର ଚାଲିଥିବା ଅଭିଯୋଗ ହୋଇଥିଲା। ଖବରପାଇ ପୋଲିସ ଚଢ଼ାଉ କରିଥିଲା। ଛଣଗିରିର ସଞ୍ଜୟଙ୍କଠାରୁ ୧୫.୯୩୦ ଗ୍ରାମ ବ୍ରାଉନସୁଗାର, ବାଇକ୍‌ (ନଂ. ଓଡି୦୫ ଏଡି ୮୪୫୬, ଓଡି ୦୨ ଏଏଚ ୬୯୮୬, ଓ ଓଡି ୦୨ ଏଏଚ ୮୬୫୩), ୧୨୫୦ ଟଙ୍କା ଜବତ ହୋଇଛି। ସଞ୍ଜୟଙ୍କ ନଁାରେ ୨୦ ବି ଏନ୍‌ଡିପିଏସ୍‌ ଆକ୍ଟ ଦଫାରେ ନଂ. ୯/୨୦ରେ ମାମଲା ରୁଜୁ କରାଯାଇଛି। ସେହିପରି ସିକୋ ଦଳବେହେରାସାହିର ମାନସଙ୍କଠାରୁ ୧୩. ୮୪୦ ଗ୍ରାମ ବ୍ରାଉନସୁଗାର, ବାଇକ୍‌ (ନଂ. ଓଡି ୦୨ ଲଏଏଜେ ୬୪୭୭) ଜବତ କରାଯାଇଥିଲା। ମାନସଙ୍କ ନଁାରେ ୨୦ ବି ଏନ୍‌ଡିପିଏସ୍‌ ଆକ୍ଟ ଦଫାରେ ନଂ. ୧୦/୨୦ରେ ମାମଲା ରୁଜୁ କରାଯାଇଥିବା ଆଇଆଇସି ସତ୍ୟବ୍ରତ ଲେଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri