୨୫ କିମି ସାଇକେଲ ଚଳାଇ ସଚେତନତା ବାର୍ତ୍ତା ଦେଲେ ଶକ୍ତି ମନ୍ତ୍ରୀ

ଜୁନାଗଡ଼,୪।୬(ଡି.ଏନ୍‌.ଏ.)-ଜୁନାଗଡ଼ ବିଧାୟକ ତଥା ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ୨୫ କି.ମି. ସାଇକେଲ ଚଳାଇ ସଚେତନତା ବାର୍ତ୍ତା ଦେଇଛନ୍ତି ା ସାଇକେଲ ଚଳାଇବାର ଉପକାରିତା ଓ ଏଥିପ୍ରତି ଆଗ୍ରହ ସୃଷ୍ଟି ପାଇଁ ମନ୍ତ୍ରୀ ମିଶ୍ର ଗୁରୁବାର ସକାଳେ ଭବାନୀପାଟଣାସ୍ଥିତ ନିଜ ବାସଭବନରୁ ସାଇକେଲ ଚଳାଇ ୨୫ କିମି ଦୂର ଜୁନାଗଡ ସହରକୁ ଆସିଥିଲେ ା ପ୍ରଥମେ ସେ ବିଜୁପଟ୍ଟନାୟକ ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ବ୍ୟାଡମିଣ୍ଟନ ଖେଳିଥିଲେ। ପରେ ସହରର ବିଭିନ୍ନ ଲୋକଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ବୁଝିଥିଲେ। ଶ୍ରମିକ ଓ ଦିନମଜୁରିଆମାନେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ପ୍ରତିଦିନ ସାଇକେଲରେ ନିଜ କର୍ମକ୍ଷେତ୍ରକୁ ଯାଇଥାନ୍ତି। ସେଥିପାଇଁ ମନ୍ତ୍ରୀ ବିଶ୍ୱ ସାଇକେଲ ଦିବସ ଉପଲକ୍ଷେ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ା