Categories: ଖେଳ

୨୧ ବର୍ଷରୁ କମ୍‌ ଫୁଟ୍‌ବଲ: ସ୍ପେନ୍‌ ୫ମ ଥର ୟୁରୋପ ଚାମ୍ପିୟନ

ଉଡିନେ (ଇଟାଲି), ୧ା୭ (ଏଏଫ୍‌ପି)- ଗତଥରର ଚାମ୍ପିୟନ ଜର୍ମାନୀକୁ ୨-୧ ଗୋଲରେ ପରାସ୍ତ କରି ସ୍ପେନ୍‌ ୨୧ ବର୍ଷରୁ କମ୍‌ ୟୁରୋପିଆନ ଫୁଟ୍‌ବଲ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଛି। ବିଜୟୀ ଦଳ ପକ୍ଷରୁ ଫାବିଏନ ରୁଇଜ୍‌ (୭ମ ମିନିଟ) ଓ ଡାନି ଓଲେ୍‌ମୋ (୬୯ତମ ମିନିଟ) ଗୋଲ ସ୍କୋର କରିଥିଲେ। ପରାଜିତ ଦଳ ପକ୍ଷରୁ ମ୍ୟାଚ ଶେଷ ହେବାକୁ ଆଉ ୨ ମିନିଟ ସମୟ ବକି ଥିବାବେଳେ ନାଦିମ ଆମ୍‌ରି ଏକ ଗୋଲ ସ୍କୋର କରିଥିଲେ। ଏହି ବିଜୟ ଦ୍ୱାରା ଦୁଇ ବର୍ଷ ପୂର୍ବେ ଫାଇନାଲରେ ଜର୍ମାନୀ ନିକଟରୁ ୧-୦ ଗୋଲରେ ପରାଜୟର ପ୍ରତିଶୋଧ ନେଇ ପାରିଛି ସ୍ପେନ୍‌। ୨୦୧୩ ପରେ ସ୍ପେନ୍‌ ପୁଣି ଚାମ୍ପିୟନ ହୋଇପାରିଛି। ଏଥିସହିତ ୫ଥର ୨୧ ବର୍ଷରୁ କମ୍‌ ୟୁରୋପିଆନ ଫୁଟ୍‌ବଲ ଚାମ୍ପିୟନଶିପ୍‌ ଟାଇଟଲ ଜିତିବାରେ ଇଟାଲୀ ସହିତ ସମକକ୍ଷ ହୋଇ ପାରିଛି। ଜର୍ମାନୀ କୋଚ୍‌ ଷ୍ଟିଫାନ୍‌ କୁଞ୍ଜ୍‌ କହିଛନ୍ତି ମ୍ୟାଚ ଜିତିପାରି ନ ଥିବାରୁ ଆମେ ଦୁଃଖିତ, କିନ୍ତୁ ସ୍ପେନ ଆମଠାରୁ ଭଲ ଖେଳିଥିଲା।

Share