୨୧ ଅକ୍ଟୋବରରେ ବିଜେପୁର ଉପନିର୍ବାଚନ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୨୧ରେ ଏଠାରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏ ନେଇ ସେପ୍ଟେମ୍ବର ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୩୦ରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଅକ୍ଟୋବର ୧ରେ ଯାଞ୍ଚ ହେବ। ଅକ୍ଟୋବର ୩ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି। ୨୪ରେ ଭୋଟ ଗଣତି ହେବ।

ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିଥିଲେ। ଉଭୟ ସ୍ଥାନରୁ ବିଜୟୀ ହେବା ପରେ ନବୀନ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ। ଫଳରେ ବିଜେପୁର ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା।