‘୨୦ ହଜାର ଦିଅ, ପକ୍କାଘର ନିଅ’

ନୟାଗଡ଼ ଅଫିସ,୪ା୧୨: ୨୦ ହଜାର ଟଙ୍କା ଦିଅ, ପକ୍କା ଘର ନିଅ। ଏହି ଉକ୍ତି ହେଉଛି ଖୋଦ୍‌ ଜଣେ ସରକାରୀ କର୍ମଚାରୀଙ୍କର। ଯୋଗ୍ୟ ତାଲିକାରେ ନାମ ଥିବା ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ନିଆଯାଇ ପକ୍କାଘର କାର୍ଯ୍ୟାଦେଶ ଦିଆଯାଉଛି। ଆଉ ଯିଏ ଦେଇ ନ ପାରିଲା ତାଙ୍କ ନାମକୁ ବାଦ୍‌ ଦିଆଯାଇ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଲାଞ୍ଚ ନିଆଯାଇ ଏହା ପ୍ରଦାନ କରାଯାଉଛି। ଫଳରେ ଯେଉଁ ମହତ ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଣୟନ ହୋଇଛି ତାହା ସାଧନ ହୋଇପାରୁ ନାହିଁ। ନୟାଗଡ଼ ଜିଲା ଭାପୁର ବ୍ଲକରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି।
ଭାପୁର ବ୍ଲକ ଗୋଳପୋଖରୀ ପଞ୍ଚାୟତ ବେଗୁନିଆ ଗ୍ରାମର ଅମରି ସାହୁ (୬୦)। ନିଜ ପୁଅ, ବୋହୂ ଓ ଦୁଇ ନାତୁଣୀଙ୍କୁ ନେଇ ଏହି ବୃଦ୍ଧା ଜଣକ ଏକ ଚାଳଘରେ ରହି ଆସୁଛନ୍ତି। ଦୀର୍ଘବର୍ଷ ହେଲା ସେମାନେ ଏକ ପକ୍କା ଘର ପାଇଁ ଆବେଦନ କରିଥିଲେ। ପରେ ଏସ୍‌ଇସିିସି ତାଲିକାରେ ଅମରିଙ୍କ ନାମ ଆସିଥିଲା। ତାଙ୍କର ପଞ୍ଜୀକୃତ ନମ୍ବର ହେଉଛି ଓଆର ୩୫୦୨୩୭୦। ଏହା ଜଣାପଡ଼ିବା ପରେ ଉକ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) କୃଷ୍ଣଚନ୍ଦ୍ର ମଲ୍ଲିକ ତାଙ୍କ ପାଖକୁ ଯାଇ ତୁମେ ପକ୍କା ଘର ପାଇବା ପାଇଁ ଯୋଗ୍ୟ ହୋଇଛ, ୨୦ ହଜାର ଟଙ୍କା ଦେଲେ ତୁମର ଘର କାର୍ଯ୍ୟାଦେଶ ମିଳିବ ବୋଲି କହିଥିଲେ। ପରେ ଅମରିଙ୍କ ବୋହୂ ଆଶାମଣି ବିଭିନ୍ନ ଆଡୁ ଧାରଉଧାର କରି ୧୦ ହଜାର ଟଙ୍କା ପିଇଓଙ୍କୁ ଦେଇଥିଲେ। ମାସେ ତଳେ ୧୦ ହଜାର ଟଙ୍କା ଦେଇଥିବା ବେଳେ ସେମାନଙ୍କୁ ଆଉ ୧୦ ହଜାର ଟଙ୍କା ମଗାଯାଉଛି। ବଳକା ଟଙ୍କା ଦେଇପାରୁ ନ ଥିବାରୁ ତାଙ୍କୁ ପକ୍କା ଘର କାର୍ଯ୍ୟାଦେଶ ମିଳୁନାହିଁ। କେବଳ ଅମରି ନୁହନ୍ତି, ତାଙ୍କ ଗ୍ରାମର ବିରଞ୍ଚତ୍ ପ୍ରଧାନ, ଚନ୍ଦ୍ରଶେଖର ପ୍ରଧାନ, ବସନ୍ତ ପ୍ରଧାନଙ୍କ ନାମରେ ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଗୃହ ପାଇବା ପାଇଁ ଏସ୍‌ଇସିରେ ନାମ ଥିବାବେଳେ ସେମାନଙ୍କୁ ଦିଆଯାଉନାହିଁ। ବିରଞ୍ଚତ୍ କହନ୍ତି, ପିଇଓଙ୍କୁ ସେ ୧୦ ହଜାର ଟଙ୍କା ଦେଇଛନ୍ତି, ଆଉ ୧୦ ହଜାର ଟଙ୍କା ଦେଲେ ତାଙ୍କର କାର୍ଯ୍ୟାଦେଶ ମିଳିବ। ସରକାର ଗରିବ ଲୋକଙ୍କ ପାଇଁ ପକ୍କା ଘର ଦେଉଥିବା ବେଳେ ଅଧିକାରୀମାନେ ଏହାକୁ ବାଟବଣା କରୁଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଉକ୍ତ ଗ୍ରାମର କିଛି ବ୍ୟକ୍ତିଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରା ନ ଯାଇ ମିଥ୍ୟା ବିଲ୍‌ ହୋଇଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ଏହାର ବିଧିବଦ୍ଧ ତଦନ୍ତ କରାଗଲେ ପ୍ରକୃ୍‌ତ ସତ୍ୟ ପଦାକୁ ଆସିବ। ଏ ନେଇ ପିଇଓ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ସେ ଟଙ୍କା ମାଗିବା କଥାକୁ ଖଣ୍ଡନ କରିଥିଲେ। ହିତାଧିକାରୀମାନେ ତାଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିଥିବା ସେ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri