‘୨୦ ହଜାର ଦିଅ, ପକ୍କାଘର ନିଅ’

ନୟାଗଡ଼ ଅଫିସ,୪ା୧୨: ୨୦ ହଜାର ଟଙ୍କା ଦିଅ, ପକ୍କା ଘର ନିଅ। ଏହି ଉକ୍ତି ହେଉଛି ଖୋଦ୍‌ ଜଣେ ସରକାରୀ କର୍ମଚାରୀଙ୍କର। ଯୋଗ୍ୟ ତାଲିକାରେ ନାମ ଥିବା ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ନିଆଯାଇ ପକ୍କାଘର କାର୍ଯ୍ୟାଦେଶ ଦିଆଯାଉଛି। ଆଉ ଯିଏ ଦେଇ ନ ପାରିଲା ତାଙ୍କ ନାମକୁ ବାଦ୍‌ ଦିଆଯାଇ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଲାଞ୍ଚ ନିଆଯାଇ ଏହା ପ୍ରଦାନ କରାଯାଉଛି। ଫଳରେ ଯେଉଁ ମହତ ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଣୟନ ହୋଇଛି ତାହା ସାଧନ ହୋଇପାରୁ ନାହିଁ। ନୟାଗଡ଼ ଜିଲା ଭାପୁର ବ୍ଲକରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି।
ଭାପୁର ବ୍ଲକ ଗୋଳପୋଖରୀ ପଞ୍ଚାୟତ ବେଗୁନିଆ ଗ୍ରାମର ଅମରି ସାହୁ (୬୦)। ନିଜ ପୁଅ, ବୋହୂ ଓ ଦୁଇ ନାତୁଣୀଙ୍କୁ ନେଇ ଏହି ବୃଦ୍ଧା ଜଣକ ଏକ ଚାଳଘରେ ରହି ଆସୁଛନ୍ତି। ଦୀର୍ଘବର୍ଷ ହେଲା ସେମାନେ ଏକ ପକ୍କା ଘର ପାଇଁ ଆବେଦନ କରିଥିଲେ। ପରେ ଏସ୍‌ଇସିିସି ତାଲିକାରେ ଅମରିଙ୍କ ନାମ ଆସିଥିଲା। ତାଙ୍କର ପଞ୍ଜୀକୃତ ନମ୍ବର ହେଉଛି ଓଆର ୩୫୦୨୩୭୦। ଏହା ଜଣାପଡ଼ିବା ପରେ ଉକ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) କୃଷ୍ଣଚନ୍ଦ୍ର ମଲ୍ଲିକ ତାଙ୍କ ପାଖକୁ ଯାଇ ତୁମେ ପକ୍କା ଘର ପାଇବା ପାଇଁ ଯୋଗ୍ୟ ହୋଇଛ, ୨୦ ହଜାର ଟଙ୍କା ଦେଲେ ତୁମର ଘର କାର୍ଯ୍ୟାଦେଶ ମିଳିବ ବୋଲି କହିଥିଲେ। ପରେ ଅମରିଙ୍କ ବୋହୂ ଆଶାମଣି ବିଭିନ୍ନ ଆଡୁ ଧାରଉଧାର କରି ୧୦ ହଜାର ଟଙ୍କା ପିଇଓଙ୍କୁ ଦେଇଥିଲେ। ମାସେ ତଳେ ୧୦ ହଜାର ଟଙ୍କା ଦେଇଥିବା ବେଳେ ସେମାନଙ୍କୁ ଆଉ ୧୦ ହଜାର ଟଙ୍କା ମଗାଯାଉଛି। ବଳକା ଟଙ୍କା ଦେଇପାରୁ ନ ଥିବାରୁ ତାଙ୍କୁ ପକ୍କା ଘର କାର୍ଯ୍ୟାଦେଶ ମିଳୁନାହିଁ। କେବଳ ଅମରି ନୁହନ୍ତି, ତାଙ୍କ ଗ୍ରାମର ବିରଞ୍ଚତ୍ ପ୍ରଧାନ, ଚନ୍ଦ୍ରଶେଖର ପ୍ରଧାନ, ବସନ୍ତ ପ୍ରଧାନଙ୍କ ନାମରେ ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଗୃହ ପାଇବା ପାଇଁ ଏସ୍‌ଇସିରେ ନାମ ଥିବାବେଳେ ସେମାନଙ୍କୁ ଦିଆଯାଉନାହିଁ। ବିରଞ୍ଚତ୍ କହନ୍ତି, ପିଇଓଙ୍କୁ ସେ ୧୦ ହଜାର ଟଙ୍କା ଦେଇଛନ୍ତି, ଆଉ ୧୦ ହଜାର ଟଙ୍କା ଦେଲେ ତାଙ୍କର କାର୍ଯ୍ୟାଦେଶ ମିଳିବ। ସରକାର ଗରିବ ଲୋକଙ୍କ ପାଇଁ ପକ୍କା ଘର ଦେଉଥିବା ବେଳେ ଅଧିକାରୀମାନେ ଏହାକୁ ବାଟବଣା କରୁଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଉକ୍ତ ଗ୍ରାମର କିଛି ବ୍ୟକ୍ତିଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରା ନ ଯାଇ ମିଥ୍ୟା ବିଲ୍‌ ହୋଇଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ଏହାର ବିଧିବଦ୍ଧ ତଦନ୍ତ କରାଗଲେ ପ୍ରକୃ୍‌ତ ସତ୍ୟ ପଦାକୁ ଆସିବ। ଏ ନେଇ ପିଇଓ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ସେ ଟଙ୍କା ମାଗିବା କଥାକୁ ଖଣ୍ଡନ କରିଥିଲେ। ହିତାଧିକାରୀମାନେ ତାଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିଥିବା ସେ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri