ଯୁକ୍ତ ୨ ପରୀକ୍ଷା କେନ୍ଦ୍ର ଚୟନରେ ଅନିୟମିତତା ପ୍ରସଙ୍ଗ: ୨୦ ପରୀକ୍ଷା କେନ୍ଦ୍ର ବଦଳାଇବାକୁ ନିଷ୍ପତ୍ତି

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କେନ୍ଦ୍ର ଚୟନରେ ଦୁର୍ନୀତି ହୋଇଥିବା ନେଇ ଗତ ୭ତାରିଖରେ ଅନୁଷ୍ଠିତ ପରୀକ୍ଷା ପରିଚାଳନା କମିଟି ବୈଠକରେ ୬ଜଣ ସଦସ୍ୟ ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ ନେଇ ନାନା ବାଦ ବିବାଦ ଦେଖାଯିବା ପରେ ରବିବାର ପୂର୍ବରୁ ଚୂଡାନ୍ତ ହୋଇସାରିଥିବା ପରୀକ୍ଷା କେନ୍ଦ୍ର ତାଲିକାରେ ପରିବର୍ତ୍ତନ କରାଯାଇଛି। ରାଜ୍ୟର ଚୟନ ହୋଇଥିବା ୧୧୪୨ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ୨୦ କେନ୍ଦ୍ର ବଦଳାଯିବାକୁ ନିଷ୍ପତ୍ତି ହୋଇଥିବା ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ସୂଚନା ଦେଇଛନ୍ତି। ରବିବାର ପୂର୍ବାହ୍ନ ୧୧ଟା ସମୟରେ ବସିଥିବା ପରୀକ୍ଷା ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏହାସହ ପୂର୍ବରୁ କପି ହୋଇଥିବା କଲେଜରେ ଯେପରି ପରୀକ୍ଷା କେନ୍ଦ୍ର ନ ହେବ ସେନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
କମିଟି ସଦସ୍ୟ ତଥା ବିଜେଡି ବିଧାୟକ କିଶୋର ମହାନ୍ତି କହିଛନ୍ତି ଯେ, ଯେଉଁ ପରୀକ୍ଷା କେନ୍ଦ୍ର ଚୟନ କରାଯାଇଥିଲା ସେଥିରୁ ୨୦ଟି ବଦଳାଇବାକୁ ସ୍ଥିର ହୋଇଛି। ବହୁତ ଆବାସିକ ମହାବିଦ୍ୟାଳୟକୁ ଏଥର ପରୀକ୍ଷା କେନ୍ଦ୍ର ତାଲିକାରେ ରଖାଯାଇଥିଲା। ଅପରପକ୍ଷରେ ଅନେକ ସରକାରୀ ଏବଂ ଭଲ କଲେଜକୁ ଜାଣିଶୁଣି ବାଦ୍‌ ଦିଆଯାଇଥିଲା। ଏନେଇ ଆପତ୍ତି ଉଠାଇବା ପରେ ଏଥିରେ ସଂଶୋଧନ କରିବା ପାଇଁ ସ୍ଥିର ହୋଇଛି ଏବଂ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି। କପି ହେଉଥିବା କେନ୍ଦ୍ରରେ ଯେପରି ପରୀକ୍ଷା ନ ହେବ ଏବଂ ପିଲାମାନେ ଭଲରେ ପରୀକ୍ଷା ଦେଇପାରିବେ ତା’ ଉପରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ମହାନ୍ତି କହିଛନ୍ତି।
ଗତ ବୈଠକରେ କମିଟି ସଦସ୍ୟ ଅଭିଯୋଗ କରିଥିଲେ ଯେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କିଛି ଅସାଧୁ କର୍ମଚାରୀ ଟଙ୍କା ଖାଇ ପରୀକ୍ଷା କେନ୍ଦ୍ର ଚୟନରେ ଦୁର୍ନୀତି କରିଛନ୍ତି। ପରୀକ୍ଷା ପରିଚାଳନା କମିଟି ଯେଉଁ ପରୀକ୍ଷା କେନ୍ଦ୍ର ତାଲିକା ପ୍ରସ୍ତୁତ କରିଥିଲା ତାହା ପରିବର୍ତ୍ତନ କରାଯାଇ ଆଉ ଏକ ନୂଆ ତାଲିକା ପ୍ରକାଶ କରାଯାଇଥିଲା। ଯେଉଁ କଲେଜଗୁଡିକରେ ପୂର୍ବବର୍ଷ କପି ହୋଇନାହିଁ କିମ୍ବା ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯାଇନାହିଁ ସେଠାରେ ଏଥର ପରୀକ୍ଷା କେନ୍ଦ୍ର କରିବା ଲାଗି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର କମିଟି ପ୍ରସ୍ତାବକୁ ବେଖାତିର କରି ମନଇଚ୍ଛା ପୁରୁଣା ତାଲିକାକୁ ବଦଳାଇ ଦେବା ସହିତ ନୂଆ ପରୀକ୍ଷା କେନ୍ଦ୍ର ତାଲିକା ପ୍ରସ୍ତୁତ କରାଯାଇଥିଲା। ଏପରିକି କମିଟି ସଦସ୍ୟଙ୍କୁ ମଧ୍ୟ ଜଣାଇ ଦିଆଯାଇ ନ ଥିଲା ବୋଲି ଅଭିଯୋଗ ହୋଇଥିଲା। ତେଣୁ ଏହାକୁ ବିରୋଧ କରି ୪ ଅଧ୍ୟାପକଙ୍କ ସହ ଦୁଇ ବିଧାୟକ ବୈଠକ ଅଧାରୁ ଉଠିଆସିଥିଲେ। ପ୍ରକାଶ ଯେ, ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ପରୀକ୍ଷା କମିଟିର ୧୦ଜଣ ସଦସ୍ୟ ମଧ୍ୟରୁ ଦୁଇଜଣ ବିଧାୟକ, ୪ଜଣ କଲେଜ ଅଧ୍ୟାପକ ଏବଂ ୪ଜଣ ସରକାରୀ ଅଧିକାରୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri