Categories: ଖେଳ

୨୦୨୮ ଅଲିମ୍ପିକ୍ସରେ ସ୍ଥାନ ପାଇପାରେ କ୍ରିକେଟ

ଲଣ୍ଡନ,୧୩।୮- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୮ ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍ସରେ ସାମିଲ ହେବା ନେଇ ବେଶ୍‌ ଆଶାବାଦୀ ଅଛି। ଏହା ମାରିଲେବୋନ କ୍ରିକେଟ କ୍ଲବର ବିଶ୍ୱ କ୍ରିକେଟ କମିଟି (ଏମ୍‌ସିସି) ଅଧ୍ୟକ୍ଷ ମାଇକ ଗଟିଂ ସ୍ପଷ୍ଟ କରିଛନ୍ତି। ଅଲିମ୍ପିକ୍‌ ଭଳି ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ସାମିଲ ହେବା ବଡ଼ ସଫଳତା। ଏ ସମ୍ପର୍କରେ ଆଇସିସି କାର୍ଯ୍ୟକାରୀ ମୁଖ୍ୟ ମନୁ ସାହନେଙ୍କ ସହ ଆଲୋଚନା ଚାଲିଛି। ଏହା ଅନ୍ତର୍ଜାତୀୟ କ୍ରିକେଟ ପାଇଁ ଏକ ବଡ଼ ବୋନସ ହେବ ବୋଲି ଗଟିଂ କହିଛନ୍ତି। ଥରେ ଅଲିମ୍ପିକ୍ସରେ ସ୍ଥାନ ପାଇଲା ପରେ ଦୁଇ ସପ୍ତାହରେ ଟୁର୍ନାମେଣ୍ଟ ଶେଷ କରିବା କଷ୍ଟକର ନୁହେଁ ବୋଲି ସେ କହିଛନ୍ତି।

Share