୨୦୨୪ରୁ ଆଦର୍ଶ ଗୁରୁକୁଳରେ ପାଠପଢ଼ା

ପୁରୀ ଅଫିସ, ୧୪ା୩:ମାଟିତୋଟା ଅଞ୍ଚଳରେ ପ୍ରସ୍ତାବିତ ଆଦର୍ଶ ଗୁରୁକୁଳରେ ଖୁବ୍‌ଶୀଘ୍ର ସେବାୟତ ପରିବାରର ବିଦ୍ୟାର୍ଥୀମାନେ ପାଠ ପଢ଼ିବେ। ଏ ନେଇ ପୂର୍ବରୁ ବିର୍ଲା ଫାଉଣ୍ଡେଶନ ସହ ଏମ୍‌ଓୟୁ ସରିଥିବାବେଳେ ୨୦୨୪ ମସିହାରୁ ପାଠ୍ୟକ୍ରମ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି। ସୋମବାର ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ସ୍ବତନ୍ତ୍ର ବୈଠକରେ ଆଦର୍ଶ ଗୁରୁକୁଳ ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଏସ୍‌ପି କନୱର ବିଶାଲ ସିଂ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ବିର୍ଲା ଫାଉଣ୍ଡେଶନର ସଦସ୍ୟଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇ କହିଛନ୍ତି, ସେବାୟତଙ୍କ ପାଇଁ ହେବାକୁ ଥିବା ଗୁରୁକୁଳର ଲେ-ଆଉଟ ପ୍ଲାନ ଅନୁମୋଦନ ନେଇ ଆଲୋଚନା ହୋଇଥିଲା। ଲେ ଆଉଟ ପ୍ଲାନ ଅନୁମୋଦନ କରାଯାଇଛି। ପୂର୍ବରୁ ବିର୍ଲା ଫାଉଣ୍ଡେଶନ ସହ ଏମ୍‌ଓୟୁ ସ୍ବାକ୍ଷରିତ ହୋଇସାରିଛି। ଏହି ଗୁରୁକୁଳରେ ଶ୍ରୀମନ୍ଦିର ସେବାୟତ ପରିବାରର ପିଲା ଓ ବାହାର ବିଦ୍ୟାର୍ଥୀ ପଢ଼ିପାରିବେ। ତେବେ ସେବାୟତ ଘରର ପିଲାଙ୍କ ପାଇଁ ୫୦ ପ୍ରତିଶତ ସିଟ୍‌ ଆରକ୍ଷଣ ରହିବ। ବୈଠକରେ ଏହାପରେ ସମ୍ପୂର୍ଣ୍ଣ ଡ୍ରଇଁ ପ୍ରସ୍ତୁତ କରାଯିବ। ପରେ କାର୍ଯ୍ୟ ପାଇଁ ଟେଣ୍ଡର ଡକାଯିବ। ଯଥାଶୀଘ୍ର ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଚେଷ୍ଟା ଚାଲିଛି। ସମୁଦାୟ ୩୨ ଏକର ଜାଗାରେ ଗୁରୁକୁଳ ନିର୍ମାଣ କରାଯିବ ବୋଲି ଯାଦବ କହିଛନ୍ତି।
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର କହିଛନ୍ତି, ଆଗାମୀ ଦିନରେ ସମସ୍ତ ତଥ୍ୟ ଆସିବା ଓ ମାଟି ପରୀକ୍ଷା ପରେ ଗୁରୁକୁଳ ନିର୍ମାଣ ପାଇଁ ଟେଣ୍ଡର ଡକାଯିବ। ପରେ ପଞ୍ଜିକା ଦେଖାଯାଇ ଶୁଭତିଥି ନିର୍ଣ୍ଣୟ କରାଯାଇ ମୁଖ୍ୟମନ୍ତ୍ରୀ ଏବଂ ଗଜପତି ମହାରାଜାଙ୍କ ଉପସ୍ଥିତିରେ ଗୁରୁକୂଳ ପାଇଁ ଭୂମି ପୂଜନ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଗୁରୁକୁଳ ଚଳାଇବା ପାଇଁ ଗଠିତ ସୋସାଇଟି ସହ ଆଗକୁ ବୈଠକ ବସିବ। ସମ୍ପୃକ୍ତ ସ୍ଥାନକୁ ସୋସାଇଟିକୁ ହସ୍ତାନ୍ତର କରାଯିବ। ଆଉ କିଛି ଯାହା ପ୍ରକ୍ରିୟା ରହିଛି ତାହା ଶେଷ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି, ସମୁଦାୟ ୩୨ ଏକର ଜମିରେ ଏକାଡେମିକ ଭବନ, ଯଜ୍ଞଶାଳା, ଖେଳପଡ଼ିଆ ଓ ହଷ୍ଟେଲ ପ୍ରଭୃତି ନିର୍ମାଣ କରାଯିବ। ୬ ଏକର ଜାଗାରେ ହଷ୍ଟେଲ, ୮ ଏକରରେ ଖେଳପଡ଼ିଆ, ୪ ଏକରରେ ମନ୍ଦିର ନିର୍ମାଣ ହେବ। ପ୍ରଥମେ ଏକାଡେମୀ ସେକ୍ସନ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri