Posted inଖେଳ

୨୦୨୦ ଅଲିମ୍ପିକ୍ସରୁ ୩ ଅଷ୍ଟ୍ରେଲୀୟ ଫୁଟବଲର ବାଦ୍‌ ପଡିଲେ

ସିଡ୍‌ନୀ, ୨୦।୧୧(ଏଏଫ୍‌ପି)- ଅଷ୍ଟ୍ରେଲିଆର ୩ଜଣ ୨୩ ବର୍ଷରୁ କମ୍‌ ଫୁଟବଲର ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରୁ ବାଦ୍‌ ପଡିଛନ୍ତି। କାମ୍ବୋଡିଆରେ ଜଣେ ମହିଳା ଏମାନଙ୍କ ବିରୋଧରେ ଅଭିଯୋଗ ଆଣିବାରୁ ଆସନ୍ତାବର୍ଷ ଅଗଷ୍ଟ ପର୍ଯ୍ୟନ୍ତ ଏମାନଙ୍କୁ ବାସନ୍ଦ କରାଯାଇଛି। ଫଳରେ ଏମାନେ ସ୍ବତଃ ଅଲିମ୍ପିକ୍ସରୁ ବାଦ୍‌ ପଡିଛନ୍ତି। ଏହି ୩ଜଣ ଫୁଟବଲର ହେଲେ ନାଥାନିଏଲ ଅଟକିନ୍‌ସନ, ଲାଚଲାନ ଓ୍ବେଲ୍ସ ଓ ବ୍ରାଣ୍ଡନ ଓ୍ବିଲିସନ। ଗତ ମାର୍ଚ୍ଚରେ କାମ୍ବୋଡିଆରେ ଏଏଫ୍‌ସି ୨୩ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ କ୍ୱାଲିଫାଇଙ୍ଗ୍‌ ଟୁର୍ନାମେଣ୍ଟ ଖେଳିବା ଅବସରରେ ଏହି ୩ ଖେଳାଳି ଆଚରଣବିଧି ଉଲ୍ଲଂଘନ କରିବା ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅଣ ପେସାଦାର ଆଚରଣ ପ୍ରଦର୍ଶନ କରିଥିବାରୁ ଏମାନଙ୍କୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଦଳରୁ ବାସନ୍ଦ କରାଯାଇଛି। ସେହିପରି ରିଲେ ମ୍ୟାକ- ଗ୍ରୀ ନାମକ ଆଉ ଜଣେ ଫୁଟବଲରଙ୍କୁ ଏପ୍ରିଲ ୧’ ତାରିଖ ପର୍ଯ୍ୟନ୍ତ ବାସନ୍ଦ କରାଯାଇଛି ବୋଲି ଫୁଟବଲ ଫେଡେରେଶନ ଅଫ୍‌ ଅଷ୍ଟ୍ରେଲିଆ (ଏଫ୍‌ଏଫ୍‌ଏ) ତରଫରୁ କୁହାଯାଇଛି। ଏହି ଖେଳାଳିମାନଙ୍କ ବିରୋଧରେ ଜଣେ ମହିଳା ଅସଦ୍‌ ଆଚରଣ ପ୍ରଦର୍ଶନ କରିବା ନେଇ ଅଭିଯୋଗ ଆଣିଥିଲେ। ଏ ସଂକ୍ରାନ୍ତରେ ଅଧିକ କିଛି ତଥ୍ୟ ମିଳନାହିଁ। ସମ୍ମାନ ଓ ଦାୟିତ୍ୱବୋଧତା ନେଇ କୌଣସି ବୁଝାମଣା କରାଯିବ ନାହିଁ ବୋଲି ଏଫ୍‌ଏଫ୍‌ଏ ତରଫରୁ କୁହାଯାଇଛି। ତେବେ ବାସନ୍ଦାଦେଶ ବିରୋଧରେ ଅପିଲ କରିବାର ଅଧିକାର ଖେଳାଳିଙ୍କର ରହିଛି ବୋଲି ଏଫ୍‌ଏଫ୍‌ଏ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?