୧ ଅକ୍ଟୋବରରୁ SBIର ନୂଆ ନିୟମ: ସାଲାରି ଆକାଉଣ୍ଟଧାରୀଙ୍କ ପାଇଁ ଲାଗିବ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୪।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ନିଜ ସାଲାରି ପ୍ୟାକେଜ ଆକାଉଣ୍ଟ ହୋଲ୍ଡରଙ୍କ ପାଇଁ ATM ଟ୍ରାଞ୍ଜାକ୍ସନ ନିୟମରେ ପରିବର୍ତ୍ତନ କରିଛି। ନୂଆ ନିୟମ ୧ ଅକ୍ଟୋବର ୨୦୨୬ରୁ ଲାଗୁ ହେବ।

SBIର ସମସ୍ତ ପ୍ରକାର ସାଲାରି ପ୍ୟାକେଜ ଆକାଉଣ୍ଟ ଧାରକଙ୍କ ପାଇଁ ଅନ୍ୟ ବ୍ୟାଙ୍କର ATM/ADWMରେ SBI ଡେବିଟ କାର୍ଡ ବ୍ୟବହାର କରି ମିଳୁଥିବା ମାସିକ ଫ୍ରି ଟ୍ରାଞ୍ଜାକ୍ସନ ସଂଖ୍ୟା ୧୦ରୁ ହ୍ରାସ ପାଇ ୫ ହେବ। ଏହି ୫ଟି ଫ୍ରି ଟ୍ରାଞ୍ଜାକ୍ସନ ମଧ୍ୟରେ ଫାଇନାନ୍ସିଆଲ ଏବଂ ନନ-ଫାଇନାନ୍ସିଆଲ, ଉଭୟ ପ୍ରକାରର ଟ୍ରାଞ୍ଜାକ୍ସନ ସାମିଲ ରହିବ।

ମାସିକ ଫ୍ରି ଟ୍ରାଞ୍ଜାକ୍ସନ ସୀମା ଶେଷ ହେବା ପରେ ଗ୍ରାହକଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ
ପ୍ରତ୍ୟେକ କ୍ୟାଶ ଉଠାଣ: ୨୩ ଟଙ୍କା+ GST
ପ୍ରତ୍ୟେକ ନନ-ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ: ୧୧ ଟଙ୍କା + GST
ଏହି ଚାର୍ଜ ଫ୍ରି ଟ୍ରାଞ୍ଜାକ୍ସନ ସୀମା ଅତିକ୍ରମ କଲେ ଲାଗୁ ହେବ।

ଅନ୍ୟ SBI ଆକାଉଣ୍ଟ ପାଇଁ ନିୟମ ଅପରିବର୍ତ୍ତିତ
SBIର ସାଲାରି ପ୍ୟାକେଜ ଆକାଉଣ୍ଟ ବ୍ୟତୀତ ଅନ୍ୟ ଆକାଉଣ୍ଟ ଧାରକଙ୍କ ପାଇଁ ଫ୍ରି ମାସିକ ATM ଟ୍ରାଞ୍ଜାକ୍ସନ ଏବଂ ସର୍ଭିସ ଚାର୍ଜରେ କୌଣସି ପରିବର୍ତ୍ତନ ହେବ ନାହିଁ। ସମସ୍ତ ସେଣ୍ଟରରେ ଏହି ଗ୍ରାହକମାନେ ପ୍ରତି ମାସରେ ୫ଟି ଫ୍ରି ଟ୍ରାଞ୍ଜାକ୍ସନ ପାଇବେ। ଫ୍ରି ଲିମିଟ ପରେ ଏଠାରେ ମଧ୍ୟ ପ୍ରତ୍ୟେକ କ୍ୟାଶ ଉଠାଣ ପାଇଁ ୨୩ ଟଙ୍କା + GST ଏବଂ ନନ-ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ ପାଇଁ ୧୧ ଟଙ୍କା + GST ଚାର୍ଜ ଲାଗିବ। ଏହି ଚାର୍ଜ ୧ ଡିସେମ୍ବର ୨୦୨୫ରୁ ଲାଗୁ ରହିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ ଆକ୍ରମଣ; ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

ନୂଆଦିଲ୍ଲୀ,୪।୯: ସେପ୍ଟେମ୍ବର ୨, ୨୦୨୬ ରେ, ଭାରତୀୟ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ରୁଷିଆର ନୋଭୋରୋସିସ୍କରୁ କରାଚୀ ଯାଉଥିବା ମାଲବାହୀ ଜାହାଜ MV BARYON (IMO 9151412)…

‘ଭାରତର ୪ବନ୍ଧ ଆମ ପାଇଁ ଡେଥ ଓ୍ବାରେଣ୍ଟ’, ଘାବରେଇଲେଣି ପାକିସ୍ତାନୀ ଏକ୍ସପର୍ଟ, ଧମକ ଦେଇ କହିଲେ…

ଇସଲାମାବାଦ,୪।୯: ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ପଦକ୍ଷେପ ନେବା ପରଠାରୁ ପାକିସ୍ତାନ ବିଷ ଓଗାଳି ଚାଲିଛି। ଇତିମଧ୍ୟରେ, ପାକିସ୍ତାନୀ ଜଳ ବିଶେଷଜ୍ଞ ରସିଦ ଆବାସି…

ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ…

ଜନ୍ମାଷ୍ଟମୀ ପରଦିନ ସୃଷ୍ଟି ହେବ ଦୁର୍ଲଭ ମହାଲକ୍ଷ୍ମୀ ରାଜଯୋଗ, କେବଳ ଏହି ୩ ରାଶି ଉପରେ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ମହାଲକ୍ଷ୍ମୀ ରାଜଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ମନେ କରାଯାଏ । ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ଗୋଟିଏ ରାଶିରେ ଏକତ୍ର ହେଲେ ଏହି…

ରିଷିଡ଼ାରେ ଧୂମ୍‌ଧାମ୍‌ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସମଗ୍ର ବିଦ୍ୟାଳୟରେ ଆଧ୍ୟାତ୍ମିକ ପରିବେଶ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମାତୃରାମ ସୋହନ ଲାଲ ବିହାର ରିଷିଡ଼ା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ…

ଖୁଆଡ଼ରୁ ଖସି ବାହାରକୁ ଆସିଲା ହୁଲକ୍ ଗିବନ୍

ଭୁବନେଶ୍ୱର, ୪।୯ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁଆଡ଼ରୁ ଖସି ଏକ ହୁଲକ୍ ଗିବନ୍ ବାହାରକୁ ଆସିଯିବା ଘଟଣାକୁ ନେଇ କିଛି ସମୟ ପାଇଁ ଚର୍ଚ୍ଚା ସୃଷ୍ଟି…

୧୦ ଏକର ଜମିରେ ଗଞ୍ଜେଇ ଚାଷ :  ୧୨ ହଜାର ଗଛ ନଷ୍ଟ; ୩ ଗିରଫ

କୋରାପୁଟ, ୪/୯ (ଅମିତାଭ ବେହେରା): କୋରାପୁଟ ଜିଲାରେ ଅବୈଧ ନିଶାଦ୍ରବ୍ୟ ଚାଷ ବିରୋଧରେ ପୋଲିସର ଅଭିଯାନ ଜୋରଦାର ଚାଲିଛି। ସୂଚନା ଆଧାରରେ ପାଡ଼ୱା ଥାନା ପୋଲିସ ଡିସାରିଗୁଡ଼ା…

ଭଡ଼ା ଘରେ ଚାଲିଥିଲା ଗଞ୍ଜେଇ କାରବାର, ମାଡ଼ି ବସିଲା ପୁରୀ ପୋଲିସ

ପୁରୀ,୪।୯(ଅଜିତ୍‌ କୁମାର ମହାନ୍ତି ): ପୁରୀ ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି । ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri