୧୮ ବ୍ୟାଙ୍କରେ ୩୨ ହଜାର କୋଟିର ଠକେଇ: ଏସ୍‌ବିଆଇରେ ସର୍ବାଧିକ

ନୂଆଦିଲ୍ଲୀ,୯-୯: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ(ଏପ୍ରିଲ-ଜୁନ୍‌)ରେ ୧୮ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ମୋଟ୍‌ ୩୧,୮୯୮.୬୩ କୋଟି ଟଙ୍କାର ୨୪୮୦ ମାମଲା ଧରାପଡିଛି। ଦେଶର ଶୀର୍ଷ ବ୍ୟାଙ୍କ ଏସ୍‌ବିଆଇରେ ସର୍ବାଧିକ ଠକେଇ, ଜାଲିଆତି ଧରାପଡିଛି। ଠକେଇ କାରଣରୁ ଏସ୍‌ବିଆଇ ସବୁଠାରୁ ବେଶି ୩୮% ଅର୍ଥ ହରାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଦତ୍ତ ଆର୍‌ଟିଆଇ ତଥ୍ୟରୁ ଜଣାପଡିଛି। ମଧ୍ୟପ୍ରଦେଶର ଆର୍‌ଟିଆଇ କର୍ମୀ ଚନ୍ଦ୍ରଶେଖର ଗୌଡଙ୍କ ପକ୍ଷରୁ ଏ ସମ୍ପର୍କରେ ତଥ୍ୟ ମଗାଯାଇଥିଲା। ସେ କହିଛନ୍ତି ଯେ, ଏସ୍‌ବିଆଇରେ ୧୨,୦୧୨.୭୭ କୋଟି ଟଙ୍କାର ସର୍ବାଧିକ ୧୧୯୭ ଠକେଇ ମାମଲା ଧରାପଡିଛି। ଏହି ଅବଧିରେ ଆଲ୍ଲାହାବାଦ୍‌ ବ୍ୟାଙ୍କ ଦ୍ୱିତୀୟ ସ୍ଥାନରେ ରହିଛି। ଏହାର ୨୮୫୫.୪୬ କୋଟି ଟଙ୍କାର ୩୮୧ ମାମଲା ସାମ୍ନାକୁ ଆସିଛି। ଏହାପରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ମୋଟ ୨୫୨୬.୫୫ କୋଟି ଟଙ୍କାର ୯୯ ମାମଲା ରହିଛି। ତେବେ ଠକେଇ କରାଯିବାର ପଦ୍ଧତି, ବ୍ୟାଙ୍କ ଓ ଗ୍ରାହକଙ୍କୁ ହୋଇଥିବା କ୍ଷତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇନାହିଁ। ନିଜ ପାଖରେ ତଥ୍ୟ ଉପଲବ୍ଧ ନ ଥିବା କେନ୍ଦ୍ରୀୟ ବ୍ୟାଙ୍କ କହିଛି। ସେହିପରି ବ୍ୟାଙ୍କ ଅଫ୍‌ ବରୋଦାର ୨୨୯୭.୦୫ କୋଟି ଟଙ୍କାର ୭୫ ମାମଲା, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସର ୨୧୩୩.୦୮ କୋଟି ଟଙ୍କାର ୪୫ ମାମଲା, କାନାରା ବ୍ୟାଙ୍କର ୨୦୩୫.୮୧ କୋଟି ଟଙ୍କାର ୬୯ମାମଲା, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୧୯୮୨.୨୭ କୋଟି ଟଙ୍କାର ୧୯୪ ମାମଲା, ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୧୧୯୬.୧୯ କୋଟି ଟଙ୍କାର ୩୧ ଠକେଇ ମାମଲା ସାମ୍ନାକୁ ଆସିଛି। ଆଲୋଚ୍ୟ ଅବଧିରେ କର୍ପୋରେଶନ ବ୍ୟାଙ୍କର ୧୬ ମାମଲାରେ ୯୬୦.୮୦ କୋଟି ଟଙ୍କା, ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ୪୬ ମାମଲାରେ ୯୩୪.୬୭ କୋଟି ଟଙ୍କା, ସିଣ୍ଡିକେଟ ବ୍ୟାଙ୍କର ୫୪ ମାମଲାରେ ୭୯୫.୭୫ କୋଟି ଟଙ୍କା, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୫୧ ମାମଲାରେ ୭୫୩.୩୭ କୋଟି ଟଙ୍କା, ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୪୨ ମାମଲାରେ ୫୧୭.୨୦ କୋଟି ଟଙ୍କା, ୟୁକୋ ବ୍ୟାଙ୍କର ୩୪ ମାମଲାରେ ୪୭୦.୭୪ କୋଟି ଟଙ୍କା, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରେ ୮୫ ମାମଲାରେ ୨୫୩.୪୩ କୋଟି ଟଙ୍କା, ଆନ୍ଧ୍ରା ବ୍ୟାଙ୍କରେ ୨୩ ମାମଲାରେ ୧୩୬.୨୭ କୋଟି ଟଙ୍କା, ଇଣ୍ଡିଆନ ବ୍ୟାଙ୍କରେ ୩୭ ମାମଲାରେ ୩୭.୧୭ କୋଟି ଟଙ୍କା ଏବଂ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରେ ଗୋଟିଏ ମାମଲାରେ ୨.୨ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri