Categories: ଖେଳ

୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ: ଭାରତ-ରୋମାନିଆ ମ୍ୟାଚ୍‌ ଡ୍ର

ନୂଆଦିଲ୍ଲୀ, ୧୭।୨ (ପି.ଟି.)- ତୁର୍କୀର ତର୍କଲର୍‌ଠାରେ ରବିବାର ଭାରତ ଓ ରୋମାନିଆ ମଧ୍ୟରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଡ୍ର’ରେ ଶେଷ ହୋଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉଭୟ ଦଳ ୩ଟି ଲେଖାଏ ଗୋଲ ଦେଇଥିଲେ। ଭାରତ ପକ୍ଷରୁ ମାରିୟାମାଲ ବଲମୁରୁଗାନ ଡବଲ୍‌ ଗୋଲସ୍କୋର କରିଥିଲେ। ସୁନିତା କୁମାରୀ ଅନ୍ୟତମ ଗୋଲଟି ଦେଇଥିଲେ। ଉଭୟ ଦଳ ବୁଧବାର ଆଉ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ପରସ୍ପରକୁ ଭେଟିବାର କାଯ୍ରସୂଚୀ ରହିଛି।

Share