Categories: ଖେଳ

୧୭ ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌: ନବି ମୁମ୍ବାଇରେ ହେବ ଫାଇନାଲ

ନୂଆଦିଲ୍ଲୀ, ୧୮ା୨ (ପି.ଟି.)- ନଭେମ୍ବର ୨୧ରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟବଲ ବିଶ୍ୱ କପ୍‌ର ଫାଇନାଲ ନବି ମୁମ୍ବାଇରେ ଖେଳାଯିବ। ଟୁର୍ନାମେଣ୍ଟର ଆୟୋଜକ କମିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୬ଟି ଟିମ୍‌କୁ ନେଇ ଆୟୋଜିତ ହେବାକୁଥିବା ଏହି ଟୁର୍ନାମେଣ୍ଟରେ ୩୨ଟି ମ୍ୟାଚ ଖେଳାଯିବ। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଭାରତ ଆଉ ଏକ ଫିଫା ଇଭେଣ୍ଟ ଆୟୋଜନ ଲାଗି ପ୍ରସ୍ତୁତ ହେଉଛି। ଏହି ଟୁର୍ନାମେଣ୍ଟ କିପରି ସଫଳତାର ସହିତ ଆୟୋଜନ ହୋଇପାରିବ ସେ ଦିଗରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି। ଭାରତର ୧୭ ବର୍ଷରୁ କମ୍‌ ମହିଳା ଦଳ ପ୍ରଥମ ଥର ଏକ ଫିଫା ଟୁର୍ନାମେଣ୍ଟ ଖେଳିବାକୁ ଯାଉଛି। ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚଗୁଡ଼ିକ ୪ଟି ସହର ଅହମ୍ମଦାବାଦ, ଭୁବନେଶ୍ୱର, ଗୁଆହାଟୀ ଏବଂ କୋଲକାତାଠାରେ ଖେଳାଯିବ।

Share