Categories: ଖେଳ

୧୫୦ ଟେଷ୍ଟ ଉଇକେଟ କ୍ଲବରେ ସାମି

କିଙ୍ଗ୍‌ଷ୍ଟନ,୨।୯: ଭାରତୀୟ ପେସର ମହମ୍ମଦ ସାମି ରବିବାର ସ୍ବତନ୍ତ୍ର କ୍ଲବରେ ସ୍ଥାନ ପାଇଛନ୍ତି। ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଘରୋଇ ଅଲରାଉଣ୍ଡର ରଖିମ କର୍ନଓ୍ବାଲଙ୍କୁ ଅଜିଙ୍କ୍ୟ ରାହାନେଙ୍କ ହାତରେ କ୍ୟାଚ୍‌ ଆଉଟ କରାଇ ଟେଷ୍ଟ କ୍ୟାରିୟରରେ ୧୫୦ ଉଇକେଟ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ଦେଶର ୫ମ ବୋଲର। ତେବେ କମ୍‌ ଟେଷ୍ଟ ଖେଳି ୧୫୦ ଉଇକେଟ ହାତେଇଥିବା ଭାରତୀୟ ବୋଲରଙ୍କ ତାଲିକାରେ ସାମି ୩ୟ ସ୍ଥାନରେ ରହିଛନ୍ତି। ୨୮ ବର୍ଷୀୟ ପେସର କ୍ୟାରିୟରର ୪୨ତମ ଟେଷ୍ଟରେ ଏହି କ୍ଲବରେ ସ୍ଥାନ ପାଇଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବ ୩୯ ମ୍ୟାଚ୍‌ରେ ୧୫୦ ଟେଷ୍ଟ ଉଇକେଟ ନେଇ ଏବେ ମଧ୍ୟ ଦ୍ରୁତତମ ଭାରତୀୟ ବୋଲର ହୋଇ ରହିଛନ୍ତି। ତାଙ୍କ ପଛକୁ ଜାଭାଗଲ ଶ୍ରୀନାଥ (୪୦ ଟେଷ୍ଟ), ଜାହିର ଖାନ୍‌ (୪୯) ଓ ଈଶାନ୍ତ ଶର୍ମା (୫୪) ରହିଛନ୍ତି।

Share