Categories: ଖେଳ

୧୫ରେ ଫିଟ୍‌ନେସ ଟେଷ୍ଟ ଦେବେ ଈଶାନ୍ତ

ନୂଆଦିଲ୍ଲୀ,୧୨।୨- ଭାରତୀୟ ଦଳର ଆସନ୍ତା ୧୪ ତାରିଖରୁ ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷରେ ଅଭ୍ୟାସ ଟେଷ୍ଟ ମ୍ୟାଚ୍‌ ଖେଳିବ। ଏହାର ଗୋଟିଏ ଦିନ ପରେ ଟିମ୍‌ ଇଣ୍ଡିଆର ସିନିୟର ପେସର ଈଶାନ୍ତ ଶର୍ମା ଫିଟ୍‌ନେସ ଟେଷ୍ଟର ସମ୍ମୁଖୀନ ହେବେ। ଏଥିରେ ସଫଳ ହେଲେ ହିଁ ସେ ନ୍ୟୁଜିଲାଣ୍ଡ ଗସ୍ତ କରିବେ। ୩୧ ବର୍ଷୀୟ ପେସର ଗତ ୨୧ ତାରିଖରେ ବିଦର୍ଭ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଆହତ ହୋଇଥିଲେ। ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ତାଙ୍କୁ ୬ ସପ୍ତାହ ବିଶ୍ରାମ ଦରକାର। ଏବେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଏହି ପେସରଙ୍କ ଚିକିତ୍ସା କରାଯାଉଛି। ଚୟନ କମିଟି ଈଶାନ୍ତଙ୍କ ନାମ ଟେଷ୍ଟ ଦଳରେ ସାମିଲ କରିଛି। ପୂର୍ବରୁ ସେ ଉମେଶ ଯାଦବଙ୍କ ସହ ଗତ ୬ ତାରିଖରେ ନ୍ୟୁଜିଲାଣ୍ଡ ଗସ୍ତ କରିବାର ଥିଲା। କିନ୍ତୁ ଆହତ ସମସ୍ୟା ଯୋଗୁ ବିଳମ୍ବ ହୋଇଛି। ଉଲ୍ଲେଖଯୋଗ୍ୟ, ୯୬ ଟେଷ୍ଟ ଖେଳିଥିବା ଡାହାଣହାତୀ ପେସରଙ୍କ ନାମରେ ୨୯୨ ଉଇକେଟ ରହିଛି। ଏହାବାଦ୍‌ ୮୦ ଦିନିକିଆରେ ୧୧୫ ଉଇକେଟ ଓ ୧୪ ଟି୨୦ରୁ ୮ ଉଇକେଟ ନେଇଛନ୍ତି।

Share