୧୪ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଅଛନ୍ତି ୬ ପୁରୁଷ, ୫ ମହିଳା, ଜଣେ ନାବାଳକ, ୨ ଶିଶୁ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଯାଜପୁର ଜିଲା କଟିକଟା ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୪ ନୂଆ ଅକ୍ରାନ୍ତଙ୍କ ତଥ୍ୟ ମିଳିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୪ ଆକ୍ରାନ୍ତଙ୍କ ମଧ୍ୟରେ ୬ ପୁରୁଷ, ୫ ମହିଳା, ଜଣେ ନାବାଳ, ୨ ଶିଶୁ ରହିଛନ୍ତି। ପୁରୁଷଙ୍କ ବୟସ ଯଥାକ୍ରମେ ୨୯, ୩୮, ୩୫, ୨୯, ୩୪ ଓ ୬୨। ମହିଳାଙ୍କ ବୟସ ଯଥାକ୍ରମେ ୪୦, ୨୦, ୮୫, ୩୬ ଓ ୫୨। ୨ ଶିଶୁଙ୍କ ମଧ୍ୟରୁ ଜଣେ ୩ ବର୍ଷର ଝିଅ ଓ ଜଣେ ୩ ବର୍ଷର ପୁଅ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଥିବା ସୂଚନା ମିଳିଛି। ତେବେ ଏହାକୁ ମିଶାଇ ଗୁରୁବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି।