୧୪ ଦିନରେ ହେଲା ସ୍ଥିତି ସ୍ବାଭାବିକ: ତାଳଚେର କୋଲ୍‌ ଫିଲ୍ଡସ ଚଳଚଞ୍ଚଳ

ତାଳଚେର, ୭ା୮ (ନି.ପ୍ର.)-ଭରତପୁର ଖଣି ଦୁର୍ଘଟଣା ପରେ ୧୪ ଦିନ ଧରି ଠପ୍‌ ହୋଇଯାଇଥିବା ତାଳଚେର କୋଲ୍‌ ଫିଲ୍ଡସରେ ମଙ୍ଗଳବାର ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି। ସମସ୍ୟା ସମାଧାନ ପାଇଁ ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକ ସଫଳ ହେବା ପରେ ଅପରାହ୍ନରୁ କୋଲ୍‌ ଫିଲ୍ଡସର ବିଭିନ୍ନ ଖଣିରେ ଉତ୍ତୋଳନ ସହ ପରିବହନ କାର୍ଯ୍ୟ ଆରମ୍ଭ ହୋଇଛି। କେବଳ ଭରତପୁର ଖଣିର ଦୁର୍ଘଟଣା ସ୍ଥାନକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଖଣିରୁ ପୂର୍ବପରି କୋଇଲା ଉତ୍ପାଦନ କରାଯିବ ବୋଲି ଜଗନ୍ନାଥ ଏରିଆ ଜେନେରାଲ ମ୍ୟାନେଜର ଏମ.ଜି. ବ୍ରହ୍ମପୁରକର ସୂଚନା ଦେଇଛନ୍ତି। କୋଲ୍‌ ଫିଲ୍ଡସ ଚଳଚଞ୍ଚଳ ହୋଇଥିବାରୁ ଏବେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନ୍‌ଟିପିସି ଓ ଏହା ଅଧୀନରେ ଥିବା ଟିଟିପିଏସ୍‌ରେ ଦେଖାଦେଇଥିବା କୋଇଲା ସଙ୍କଟର ସମାଧାନ ହୋଇପାରିବ।
ପ୍ରକାଶ ଯେ, ଜୁଲାଇ ୨୩ ରାତିରେ ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଖସି ୪ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠାରୁ ଆନ୍ଦୋଳନ ଯୋଗୁ ଭରତପୁର ସହ ତାଳଚେରରେ ଥିବା ଏମ୍‌ସିଏଲ୍‌ର ହିଙ୍ଗୁଳା, ବଳରାମ, ନନ୍ଦିରା, ଜଗନ୍ନାଥ, ଅନନ୍ତ, ଲିଙ୍ଗରାଜ, ଭୁବନେଶ୍ୱରୀ, କଣିହାଁ ଓପନକାଷ୍ଟ ଆଦି ଖଣିରେ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଫଳରେ ଏମ୍‌ସିଏଲ୍‌ର ଶତାଧିକ କୋଟି ଟଙ୍କାର କ୍ଷତି ହେବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମଧ୍ୟ ବିପୁଳ ପରିମାଣର ରାଜସ୍ବ ହରାଇବାକୁ ପଡ଼ିଥିଲା। ସେହିପରି ଖଣି ବନ୍ଦର ପ୍ରଭାବ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନ୍‌ଟିପିସି ଓ ଏହା ପରିଚାଳନାରେ ଥିବା ଟିଟିପିଏସ୍‌ ଉପରେ ବି ପଡ଼ିଥିଲା। କୋଇଲା ଅଭାବରୁ ଏନ୍‌ଟିପିସିର ୪ଟି ଓ ଟିଟିପିଏସ୍‌ର ୫ଟି ବିଦ୍ୟୁତ୍‌ ଉତ୍ପାଦନ ୟୁନିଟ୍‌ ବନ୍ଦ ହୋଇଯାଇଥିଲା। ପ୍ରଶାସନ ପକ୍ଷରୁ ବାରମ୍ବାର ଆଲୋଚନା କରାଯାଇଥିଲେ ବି ଏକ କୋଟି ଟଙ୍କା ଲେଖାଏ କ୍ଷତିପୂରଣ ପାଇଁ ମୃତକଙ୍କ ପରିବାର ଓ ଗ୍ରାମବାସୀ ଅଡ଼ିବସିଥିବାରୁ ବୈଠକ ବିଫଳ ହେଉଥିଲା। ତେବେ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ ଓ ତୁରନ୍ତ ଖଣି କାର୍ଯ୍ୟ ଆରମ୍ଭ କରିବାକୁ ବିଭିନ୍ନ ଶ୍ରମିକ ସଙ୍ଗଠନ, କୋଲ କଞ୍ଜ୍ୟୁମର ଆସୋସିଏଶନ, ଟ୍ରକ୍‌ ମାଲିକମାନଙ୍କ ପକ୍ଷରୁ ପ୍ରଶାସନ ଉପରେ ବାରମ୍ବାର ଚାପ ପକାଯାଇଥିଲା। ସୋମବାର ଏମ୍‌ସିଏଲ୍‌ର ଏଠାରେ ଥିବା ୪ ଗୋଟି ଶ୍ରମିକ ସଙ୍ଗଠନ ନେତୃତ୍ୱରେ ହଜାର ହଜାର ଶ୍ରମିକ ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ତୁରନ୍ତ ଖଣି କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଥିଲେ। ମଙ୍ଗଳବାର ଖଣି କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସେମାନଙ୍କୁ କୁହାଯାଇଥିଲା। ତଦନୁଯାୟୀ ପୂର୍ବାହ୍ନରେ ଜିଲା ପ୍ରଶାସନ ଓ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ସମସ୍ୟାର ସମାଧାନ ହୋଇଥିବା ଜଣାପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri