୧୩ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ: ୨ ଗିରଫ

ଗୁଣପୁର,୨୭ା୫(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ଗୁଟ୍‌ଖା ଏବଂ ପଲିଥିନ କାରବାର ଥମିବା ନାଁ ଧରୁନି ା ଲକ୍ଷଲକ୍ଷ ଟଙ୍କାର ଗୁଟ୍‌ଖା କାରବାର ହେଉଥିବା ଜଣାପଡ଼ିଛି। ମଙ୍ଗଳବାର ପୋଲିସ ସହରର ଦୁଇଟି ସ୍ଥାନରେ ଚଢ଼ାଉକରି ବ୍ୟାପକ ପରିମାଣରେ ଗୁଟ୍‌ଖା ଜବତ କରିଛି। ଏହାର ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ ବୋଲି ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପୋଲିସ ପକ୍ଷରୁ କୁହାଯାଇଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବି.ସନ୍ତୋଷ କୁମାର ଏବଂ ଶେଷଦେବ ମାଝି। ସନ୍ତୋଷଙ୍କ ନିକଟରୁ ୪ଲକ୍ଷ ୫୦ ହଜାର ଟଙ୍କାର ଏବଂ ଶେଷଦେବଙ୍କ ନିକଟରୁ ୮ ଲକ୍ଷ ୫୦ ହଜାର ଟଙ୍କାର ଗୁଟ୍‌ଖା ଜବତ ହୋଇଛି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ସନ୍ତୋଷଙ୍କ ଗୋଦାମରେ ବହୁ ପରିମାଣର ଗୁଟ୍‌ଖା ଏବଂ ଜରି ଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ସେହିପରି ଶେଷଦେବଙ୍କ ଘର ଡେରାସାହିରେ ହୋଇଥିବା ବେଳେ ଶ୍ରୀନିବାସ ନଗରରେ ଥିବା ତାଙ୍କ ଗୋଦାମରେ ଚଢ଼ାଉ କରାଯାଇ ଗୁଟ୍‌ଖା ଏବଂ ଜରି ଜବତ କରାଯାଇଥିଲା ବୋଲି ଏସ୍‌ଡିପିଓ ରାଜକିଶୋର ଦାସ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ, ଏସ୍‌ଆଇ ରାଜକିଶୋର ବେହେରା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଗତ ୩୦ତାରିଖରେ ମଧ୍ୟ ପୋଲିସ ଚଢ଼ାଉକରି ୮ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତକରି ଗଲାସାହି ଅଞ୍ଚଳର ଜଣଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri