୧୧ ପ୍ରବାସୀଙ୍କୁ ଛତିଶଗଡ଼ ପଠାଇଲେ ସ୍ବେଚ୍ଛାସେବୀ: ଆଉ କେବେ ବାହାରକୁ କାମ ପାଇଁ ଆସିବୁ ନାହିଁ କହିଲେ ଶ୍ରମିକ

ଭଟଲି,୯ା୫(ଡି.ଏନ୍‌.ଏ.): ଦେଶରେ ମହାମାରୀ କରୋନା ଭୂତାଣୁ ଦ୍ରୁତଗତିରେ ମାଡ଼ିଚାଲିଛି। ଏଥିଲାଗି ଚାରିଆଡ଼େ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟ ସରକାର ଫେରାଇ ଆଣିବାର ବ୍ୟବସ୍ଥା କରିଥିବାବେଳେ ଓଡ଼ିଶାରେ ମଧ୍ୟ ଅନ୍ୟ ରାଜ୍ୟର ଶ୍ରମିକ ଫସି ରହିଛନ୍ତି। ସେମାନେ କାମ ଅଭାବରୁ ଖାଇବାକୁ ନ ପାଇ ନିଜ ରାଜ୍ୟକୁ ଫେରିବାର ଉଦ୍ୟମ କରୁଛନ୍ତି। ତେବେ ସେମାନଙ୍କ ଫେରିବାର କୌଣସି ବ୍ୟବସ୍ଥା ନ ଥିବାବେଳେ ସେମାନେ ବିଭିନ୍ନ ପ୍ରକାର ହଟହଟାର ସମ୍ମୁଖୀନ ହେବା ସହିତ ଚାଲିଚାଲି ନିଜ ରାଜ୍ୟକୁ ଫେରିବାର ଉଦ୍ୟମ କରୁଛନ୍ତି ା ଶନିବାର ସକାଳେ ୧୧ଜଣ ଶ୍ରମିକ ଓ ୨ଜଣ ଛୁଆ ଚାଲି ଚାଲି ଛତିଶଗଡ଼ ରାଜ୍ୟ ଚାମ୍ପା ଜିଲାକୁ ଯାଉଥିବା ଭଟଲିରେ ଦେଖିବାକୁ ମିଳିଥିଲା। ତେବେ ସେମାନେ ବିଗତ ୪ଦିନ ଧରି ଢେଙ୍କାନାଳ ଜିଲାରୁ ଚାଲି ଚାଲି ଆସି ଭଟଲିରେ ପହଞ୍ଚିଥିଲେ। ଏହା ଦେଖି ଭଟଲିର କେତେକ ଯୁବକ ସେମାନଙ୍କୁ ଅଟକାଇ ଜଳଖିଆ ଖାଇବା ବ୍ୟବସ୍ଥା କରିବା ସହିତ ସେମାନଙ୍କୁ ଛତିଶଗଡ଼ ସୀମା ପର୍ଯ୍ୟନ୍ତ ଯିବା ପାଇଁ ଦୁଇଟି ଗାଡ଼ିର ବ୍ୟବସ୍ଥା କରିଥିଲେ। ସାମାଜିକ ଦୂରତା ଅବଳମ୍ବନ କରିବା ପାଇଁ ୧୧ଜଣଙ୍କ ପାଇଁ ଦୁଇଟି ଗାଡ଼ି ବ୍ୟବସ୍ଥା କରାଯାଇଥିବା ସେହି ଯୁବକମାନେ ପ୍ରକାଶ କରିଥିଲେ। ଏହାସହିତ ସେମାନେ ଛତିଶଗଡ଼ ସୀମାରେ ପହଞ୍ଚିବା ପରେ ତାଙ୍କ ନିଜ ଗ୍ରାମରେ ଛାଡ଼ିବା ପାଇଁ ଛତିଶଗଡ଼ ରାଜ୍ୟ ସରିଆଠାରୁ ମଧ୍ୟ ଏକ ଗାଡ଼ିର ବ୍ୟବସ୍ଥା କରାଯାଇଥିଲା ା ପରେ ସେମାନେ ତରଜୁଙ୍ଗା ପହଞ୍ଚିବା ପରେ ସେମାନଙ୍କକୁ ଭାଜପା ଯୁବ ରାଜ୍ୟ ସମ୍ପାଦକ ଇରାସିସ୍‌ ଆଚାର୍ଯ୍ୟ ଭେଟି ସେମାନଙ୍କୁ ସମସ୍ତଙ୍କୁ ମାସ୍କ ପିନ୍ଧାଇବା ପାଇଁ ଶୁଖିଲା ଖାଦ୍ୟ ପରିବେଷଣ କରିଥିଲେ। ଏହି ଶ୍ରମିକମାନେ ଢେଙ୍କାନାଳ ଜିଲାର ଏକ ଇଟାଭାଟିରେ କାମ କରୁଥିବା ଜଣାପଡ଼ିଥିଲା। ତେବେ ସେହି ଶ୍ରମିକମାନଙ୍କ ମଧ୍ୟରୁ ଜଣେ ନିଜର ପାଠପଢ଼ା ଖର୍ଚ୍ଚ ପାଇଁ ଶ୍ରମିକ ଭାବେ କାମ କରିବାକୁ ଓଡ଼ିଶା ଆସିଥିବା କହି କାନ୍ଦୁଥିବାବେଳେ ଅନ୍ୟ ଶ୍ରମିକମାନେ ଆଉ କେବେ ମଧ୍ୟ ବାହାରକୁ କାମ କରି ଆସିବୁ ନାହିଁ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri