୧୦ ସୁଦ୍ଧା ସିସିଟିଭି ଇନ୍‌ଷ୍ଟାଲେଶନ ସମ୍ପର୍କିତ ତଥ୍ୟ ଦେବାକୁ ନିର୍ଦ୍ଦେଶ: ରେକର୍ଡିଂ ହେବ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଚଳିତବର୍ଷ ଯୁକ୍ତ୨ ପରୀକ୍ଷାକୁ ସ୍ବଚ୍ଛ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ଯେଉଁଠାରେ ସିସିଟିଭି ନ ଥିବ ସେଠାରେ ପରୀକ୍ଷା ହେବ ନାହିଁ। ଏଥିପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଇନ୍‌ଷ୍ଟାଲେଶନ ସମ୍ପର୍କିତ ତଥ୍ୟ ଚଳିତମାସ ୧୦ ତାରିଖ ସୁଦ୍ଧା ଦେବାକୁ ବିଭାଗ ପକ୍ଷରୁ କଲେଜଗୁଡ଼ିକୁ କୁହାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ଜୁନିୟର କଲେଜଗୁଡ଼ିକୁ ଚିଠି ମାଧ୍ୟମରେ ଜଣାଇଦିଆଯାଇଛି। ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ଲଗାଇବାରେ ବିଫଳ ହେଲେ ସେଠାରେ ପରୀକ୍ଷା କେନ୍ଦ୍ର ହେବ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାଶ କହିଛନ୍ତି। ସେ କହିଛନ୍ତି, ଏଥର ସମ୍ପୂର୍ଣ୍ଣ ପରୀକ୍ଷାକୁ ରେକର୍ଡ କରି ରଖାଯିବ। ପରୀକ୍ଷା ସମୟରେ ପାୱାର ବ୍ୟାକ୍‌ଅପ୍‌, ଇଣ୍ଟରନେଟ୍‌ କନେକଶନ୍‌ ଭଳି ସେବା ଉପଲବ୍ଧ କରାଯିବ। ସେଲଫ୍‌ ଫାଇନାନ୍ସିଂ କଲେଜଗୁଡ଼ିକରେ ପ୍ରାକ୍ଟିକାଲ୍‌ ପରୀକ୍ଷା ମଧ୍ୟ ସିସିଟିଭିରେ ରେକର୍ଡିଂ ହୋଇ ରହିବ। ସୂଚନାଯୋଗ୍ୟ, ପରୀକ୍ଷା ସମୟରେ କଲେଜଗୁଡ଼ିକରେ ଅବାଧ କପି କରାଯାଉଥିବା ଘଟଣା ନଜରକୁ ଆସିବା ପରେ ଗତବର୍ଷଠାରୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ନିଷ୍ପତ୍ତି ନେଇଥିଲା। ତେବେ ଗତବର୍ଷ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିପାରି ନ ଥିଲା। ଏବର୍ଷ କିନ୍ତୁ ପରୀକ୍ଷାକୁ ଶୃଙ୍ଖଳିତ କରିବା ଲାଗି ପରିଷଦ ପକ୍ଷରୁ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନ ପୂର୍ବରୁ ଜଣା ନ ଥିଲା କ’ଣ ହେବ, ହେଲେ ହୋଇଛି ଗଣତନ୍ତ୍ରର ବଡ଼ ବିଜୟ: ପ୍ରିୟଙ୍କା

ନୂଆଦିଲ୍ଲୀ,୧୮।୪: କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀ ଶନିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ, ସେ କହିଥିଲେ ଯେ ଶୁକ୍ରବାର ଯାହା ଘଟିଲା…

ପଥରରେ ଛେଚି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ: ଥାନାରେ ପହଞ୍ଚି ସତ ବଖାଣିଲେ ପୁଅ

ସୁନ୍ଦରଗଡ,୧୮।୪(ଜୟ ନାରାୟଣ ମେଣ୍ଡୁଳି): ପାରିବାରିକ କଳହକୁ କେନ୍ଦ୍ର କରି ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲେ ସ୍ବାମୀ। ଏପରି ଏକ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ ଜିଲା ତଳସରା…

ଅକ୍ଷୟ ତୃତୀୟାର ଦିନକ ପୂର୍ୱରୁ ଏତେ କମିଗଲା ସୁନାଦର! ଦେଖନ୍ତୁ ଆପଣଙ୍କ ସହରର ଲାଟେଷ୍ଟ ରେଟ୍‌…

ନୂଆଦିଲ୍ଲୀ,୧୮।୪: ଆଜି, ଶନିବାର, ୧୮ ଏପ୍ରିଲ, ୨୦୨୬ ଅକ୍ଷୟ ତୃତୀୟା (୧୯ ଏପ୍ରିଲ) ର ମାତ୍ର ଗୋଟିଏ ଦିନ ପୂର୍ୱରୁ; ସୁନା ବଜାରରେ କାର୍ଯ୍ୟକଳାପ ତୀବ୍ର ହେବାରେ…

IPL 2026ରେ ଏତେ ଲକ୍ଷ ଟଙ୍କାର ଗାଡ଼ି ଉପରକୁ ଛକା ମାରିଲେ ଏହି ଖେଳାଳି ହୋଇଗଲା…

ନୂଆଦିଲ୍ଲୀ,୧୮।୪: IPL ମ୍ୟାଚଗୁଡ଼ିକରେ, ଚୌକା ଏବଂ ଛକାର ଏକ ସାଧାରଣ ଘଟଣା ହୋଇଥିଲେ ମଧ୍ୟ, କେତେକ ସମୟରେ ଏକ ନିର୍ଦ୍ଦିଷ୍ଟ ସଟ ଏତେ ସ୍ପଷ୍ଟ ଭାବରେ ଦେଖାଯାଏ…

ଏତେ ବଢିଗଲା ମୋବାଇଲ ରେଟ୍‌, କିଣିବା ପୂର୍ୱରୁ ଜାଣି ନିଅନ୍ତୁ ନୂଆ ରେଟ୍‌…

ନୂଆଦିଲ୍ଲୀ,୧୮।୪: ସମସ୍ତେ ଅନୁମାନ କରୁଥିଲେ ଯେ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ଭାରତରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବ, ଏହି ସମୟ ମଧ୍ୟରେ ଆପଣଙ୍କର ନୂତନ…

ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଯାଉଛନ୍ତି କି? ପୂର୍ୱରୁ ଜାଣିନିଅନ୍ତୁ ସୁନା ଦୋକାନର ସ୍କିମ୍‌ ପଛର ସତ…

ନୂଆଦିଲ୍ଲୀ,୧୮।୪: କିସ୍ତିରେ ସୁନା କିଣିବା ଏକ ବୁଦ୍ଧିମାନ ଧାରଣା। ଆପଣ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ରାଶି ରଖିଛନ୍ତି, ଏବଂ ସମୟସୀମା ଶେଷ ହେବା ପର୍ଯ୍ୟନ୍ତ,…

ଇରାନ-ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କେବେ ଏବଂ କେଉଁଠି ହେବ? ସାମ୍ନାକୁ ଆସିଲା ସ୍ଥାନ ସହ ତାରିଖ

ତେହରାନ,୧୮।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, କୂଟନୈତିକ ପ୍ରୟାସ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ, ସୋମବାର (୨୦ ଏପ୍ରିଲ, ୨୦୨୬) ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଇରାନ…

କୋହଲିଙ୍କ ଫଟୋରେ ‘ଲାଇକ୍‌’ ମାରିବା ପରେ ମୁହଁ ଖୋଲିଲେ ଅଭିନେତ୍ରୀ: ମୁଁ ଏବେ ଦୁଃଖିତ…

ନୂଆଦିଲ୍ଲୀ,୧୮।୪: ଆଜିର ସମୟରେ ସୋସିଆଲ ମିଡିଆ ଏକ ଏପରି ପ୍ଲାଟଫର୍ମରେ ପରିଣତ ହୋଇଛି, ଯେଉଁଠାରେ ସାମାନ୍ୟ କାର୍ଯ୍ୟକଳାପ ମଧ୍ୟ ଏକ ବଡ଼ ସମସ୍ୟାର ରୂପ ନେଇପାରେ। ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri