୧୦ରୁ ରଙ୍ଗସାଇଡ୍‌ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର, ୮ା୨(ବ୍ୟୁରୋ): ରାଜଧାନୀରେ ରଙ୍ଗ୍‌ସାଇଡ୍‌ରେ ଡ୍ରାଇଭିଂ କରୁଥିବା ଗାଡ଼ି ଚାଳକଙ୍କ ସଂଖ୍ୟା ବଢୁଛି। ତେଣୁ କମିଶନରେଟ ପୋଲିସ ଏହା ଉପରେ ରୋକ୍‌ ଲଗାଇବା ପାଇଁ ପଦେକ୍ଷପ ନେଇଛି। ଗୁରୁବାର ପ୍ରଥମେ ଦିନରେ ରାଜଧାନୀର ୯ଟି ସ୍ଥାନରେ ଯାଞ୍ଚ କରାଯାଇ ୮୦ ଜଣ ରଙ୍ଗ୍‌ସାଇଡ୍‌ ଗାଡ଼ି ଚାଳକଙ୍କୁ ଧରିବା ସହ ସେମାନଙ୍କ ଗାଡ଼ିିକୁ ଜବତ କରିଛି। ଏହି ଯାଞ୍ଚର ୨୪ ଘଣ୍ଟା ନ ପୁରୁଣୁ ଯାଞ୍ଚ ହେଉଥିବା ଛକରେ ପୂର୍ବଭଳି ଅବସ୍ଥା। ତେଣୁ ପୁଣି ଆସନ୍ତା ୧୦ ତାରିଖଠାରୁ ସପ୍ତାହକ ପର୍ଯ୍ୟନ୍ତ ରଙ୍ଗ୍‌ସାଇଡ଼୍‌ ଗାଡ଼ିଚାଳନାକୁ କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ ଶୁକ୍ରବାର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଜବତ ଗାଡ଼ିିର ପ୍ରୋସିକ୍ୟୁଶନ ରିପୋର୍ଟ ପ୍ରସ୍ତୁତ କରିବା ଟ୍ରାଫିକ ପୋଲିସ ପାଇଁ ସମସ୍ୟା ଉପୁଜୁଛି। କାରଣ ଏହି ରିପୋର୍ଟରେ ଏକାଧିକ ଫର୍ମ ପୂରଣ କରିବାକୁ ପଡୁଛି। ତେଣୁ ଯେତିକି ଗାଡ଼ି ଧରାପଡ଼ିିଛି ସେଗୁଡିକର ରିପୋର୍ଟ ଏକା ସମୟରେ ପ୍ରସ୍ତୁତ କରିବା ଟ୍ରାଫିକ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଅନେକେ ଟ୍ରାଫିକ ପୋଲିସ ଏହାର ପ୍ରୋସେସ୍‌ ଜାଣିନାହାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି କାଗଜପତ୍ର ପ୍ରସ୍ତୁତ ପାଇଁ ଏକାଧିକ ଟ୍ରାଫିକ ପୋଲିସଙ୍କୁ ଟ୍ରେନିଂ ଦିଆଯିବ ବୋଲି ଡିସିପି ନାଥ କହିଛନ୍ତି। ସେହିପରି ପୁଳା ପୁଳା ପ୍ରୋସିକ୍ୟୁଶନ ରିପୋର୍ଟ କୋର୍ଟକୁ ବୋହି ନେବାରେ ମଧ୍ୟ ହଇରାଣ ହେବାକୁ ପଡ଼ୁଛି। ତେଣୁ ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଛି। ଅନେକ ସମୟରେ ଟ୍ରାଫିକ ପୋଲିସ ଜବତ କରିଥିବା ଗାଡ଼ିର ପ୍ରୋସିକ୍ୟୁଶନ ରିପୋର୍ଟ କୋର୍ଟକୁ ପଠାଇବା ପରେ ଗାଡ଼ି ମାଲିକମାନେ ରଙ୍ଗ୍‌ସାଇଡ୍‌ରେ ଗାଡ଼ି ଚାଳନା କରି ନ ଥିବା ଫାଙ୍କିବାର ସମ୍ଭାବନା ରହିଛି। ତେଣୁ ପୋଲିସ ବଡି କ୍ୟାମେରା ସାହାଯ୍ୟରେ ରଙ୍ଗ୍‌ସାଇଡ୍‌ ଗାଡ଼ିଚାଳକଙ୍କ ଫୁଟେଜ କଏଦ କରି ରଖିବ। ଯଦି କେହି ଏହାକୁ ଫାଙ୍କିବାକୁ ଚେଷ୍ଟା କରନ୍ତି ତାହାଲେ ଏହି ଫୁଟେଜକୁ କୋର୍ଟରେ ଦାଖଲ କରାଯିବ। ଯେଉଁଠାରେ ଫୁଟେଜ କଏଦ ହୋଇ ନ ଥିବ ସେଠାରେ ସାକ୍ଷୀମାନଙ୍କୁ ସମନ କରାଯାଇ କୋର୍ଟକୁ ଡକାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।
ପୋଲିସ ପକ୍ଷରୁ ପ୍ରତିଦିନ ରଙ୍ଗ୍‌ସାଇଡ଼୍‌ ଗାଡ଼ିଚାଳକଙ୍କୁ ଧରାଯାଉଥିବାରୁ ଜବତ ଗାଡ଼ି ଗୁଡିକୁ ଏଜି ଛକସ୍ଥିତ ଟ୍ରାଫିକ ଥାନାରେ ରଖିବାକୁ ଜାଗା ନାହିଁ। ତେଣୁ ଏକାଧିକ ଗାଡ଼ିକୁ ରିଜର୍ଭ ଗ୍ରାଉଣ୍ଡକୁ ନେବା ପାଇଁ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଅନ୍ୟପଟରେ ଟ୍ରାଫିକ ପୋଲିସ ଉପରେ ମଧ୍ୟ ଅଭିଯୋଗ ଲାଗିଛି। ପୋଲିସ ଲୋକଙ୍କ ଦାମୀ ଗାଡ଼ି ଜବତ କରୁଥିଲେ ମଧ୍ୟ ଠିକ୍‌ ଢଙ୍ଗରେ ନେଉ ନ ଥିବାରୁ ଗାଡ଼ିର ବିଭିନ୍ନ ଯନ୍ତ୍ରାଂଶ ଭାଙ୍ଗି ଯାଉଛି। ଏଥିଯୋଗୁ ସମ୍ପୃକ୍ତ ଗାଡ଼ିଗୁଡ଼ିକର ମାଲିକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri