୧ଲକ୍ଷ ପରିବାରକୁ ମିଳିବ ଭୂମି ଅଧିକାର ପ୍ରମାଣପତ୍ର

ଭୁବନେଶ୍ୱର, ୧୫।୧୧ (ବ୍ୟୁରୋ):ଓଡ଼ିଶା ସରକାରଙ୍କର ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ଜାଗା ମିଶନ୍‌ ଅଧୀନରେ ହିତାଧିକାରୀଙ୍କୁ ରାଜ୍ୟର ବିଭିନ୍ନ ମହାନଗର ନିଗମ ତଥା ସହରାଞ୍ଚଳରେ ଭୂମି ଅଧିକାର ପ୍ରମାଣପତ୍ର ଯୋଗାଇ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମଧ୍ୟ ଏନେଇ ତପତ୍ରତା ପ୍ରକାଶ ପାଇଛି। ସୋମବାର କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସଭାପତିତ୍ୱରେ ଡ୍ରୋନ୍‌ ସର୍ଭେ ଜନିତ କ୍ଷେତ୍ରକର୍ମୀଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ମହାନଗର ନିଗମର ସମସ୍ତ ୱାର୍ଡ଼ ଅଫିସର, କମ୍ୟୁନିଟି ଅର୍ଗାନାଇଜର୍‌, ଜୋନାଲ୍‌ କମ୍ୟୁନିଟି ଅର୍ଗାନାଇଜର୍‌, ଅମିନ, ଜାଗା କୋର୍ଡିନେଟର୍‌ ପ୍ରମୁଖଙ୍କ ନିମନ୍ତେ ଏହି ପ୍ରଶିକ୍ଷଣ କରାଯାଇଥିଲା। ସହରାଞ୍ଚଳ ବସ୍ତିରେ ‘ଅର୍ବାନ ସ୍ଲମ ହାଉସ୍‌ ହୋଲ୍‌ଡ ଏରିଆ’ (ଉଷା) ସର୍ଭେ କରିବା ପୂର୍ବରୁ ଡ୍ରୋନ୍‌ ସର୍ଭେ କରିବାର ବ୍ୟବସ୍ଥା ଜାଗା ମିଶନ ଧାର୍ଯ୍ୟ କରିଛି। ଏହାକୁ ଭିତ୍ତି କରି ଓଡ଼ିଶା ସରକାରଙ୍କ ତରଫରୁ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ ସହିତ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ପ୍ରତ୍ୟେକ ବସ୍ତିରେ ଡ୍ରୋନ୍‌ ସର୍ଭେ ହୋଇ ବ୍ୟକ୍ତିଗତ ଘରଗୁଡ଼ିକର ନକ୍ସା ଚିତ୍ର ଉତ୍ତୋଳନ କରାଯିବ। ଏହାକୁ ଭିତ୍ତିକରି ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ନିମନ୍ତେ ‘ଉଷା’ ସର୍ଭେ କରାଯିବ। ସର୍ଭେ ନିୟମ ଅନୁସାରେ ନିର୍ଦ୍ଦିଷ୍ଟ ବସ୍ତିର ସ୍ଲମ୍‌ ଡ଼ୁଏଲର୍ସ ଆସୋସିଏଶନ୍‌ (ଏସ୍‌ଡିଏ)ର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସମ୍ପୃକ୍ତ ୱାର୍ଡ଼ ଅଫିସର, କମ୍ୟୁନିଟି ଅର୍ଗାନାଇଜର୍‌, ଗୋଷ୍ଠୀ ସଞ୍ଚାଳନ ପ୍ରକ୍ରିୟାକୁ ଆଗେଇ ନେବେ।
ବିଏମ୍‌ସିର ୩ ଜୋନ୍‌ରେ ୪୩୬ଟି ବସ୍ତି ଜାଗା ମିଶନ ଅନ୍ତର୍ଭୁକ୍ତ ହୋଇଥିବାବେଳେ ପ୍ରତ୍ୟେକ ବସ୍ତିରେ ଗୋଟିଏ ଲେଖାଏଁ ଏସ୍‌ଡିଏ ରହିଛି। ଦକ୍ଷିଣ-ପୂର୍ବ ଜୋନ୍‌ରେ ୧୩୯ଟି ଏସ୍‌ଡିଏ, ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୧୪୨ଟି ଏସ୍‌ଡିଏ ଏବଂ ନର୍ଥ ଜୋନ୍‌ରେ ୧୫୫ଟି ଏସ୍‌ଡିଏ ରହିଛି। ଏହି ସମସ୍ତ ଏସ୍‌ଡିଏରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରକୁ ଜାଗା ମିଶନ ଅଧୀନରେ ଭୂମି ଅଧିକାର ପ୍ରମାଣପତ୍ର ଦେବାର ଲକ୍ଷ୍ୟ ରଖାଯାଇଛି। ସର୍ଭେ ପରେ ଭୂମି ଅଧିକାର ପ୍ରମାଣପତ୍ର ପାଇ ସମ୍ପୃକ୍ତ ହିତାଧିକାରୀ ଆବାସ ଯୋଜନାରେ ଘର କରିବାର ଯୋଗ୍ୟତା ମଧ୍ୟ ହାସଲ କରିପାରିବେ। ପ୍ରତ୍ୟେକ ହିତାଧିକାରୀ ପରିବାରଙ୍କୁ ମୌଳିକ ଭାବେ ୩୦ବର୍ଗମିଟରରୁ ୪୫ ବର୍ଗମିଟର ପରିସୀମାର ଭୂମି ଅଧିକାର ପ୍ରମାଣପତ୍ର ଦିଆଯିବାର ବ୍ୟବସ୍ଥା ରହିଛି। ଭୁବନେଶ୍ୱରରେ ପ୍ରଥମକରି ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଛି। ମଙ୍ଗଳବାରଠାରୁ ଅନ୍ୟ ସହରରେ ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମ କରାଯିବ। ପ୍ରଶିକ୍ଷଣରେ ବିଏମ୍‌ସି ଅତିରିକ୍ତ କମିଶନର ତଥା ଜାଗା ମିଶନ୍‌ର ନୋଡାଲ୍‌ ଅଫିସର ଲକ୍ଷ୍ମୀକାନ୍ତ ସେଠୀ ସଂଯୋଜନା ଅଧିକାରୀ ଭାବେ ରହିଥିବା ବେଳେ ଟାଟାଷ୍ଟିଲ୍‌ ଫାଉଣ୍ଡେଶନ୍‌ର ରାଜ୍ୟ ମୁଖ୍ୟ ଅମ୍ବିକା ନନ୍ଦ, ଅତିରିକ୍ତ ସଚିବ ଜାଗା ମିଶନ୍‌ ସୌରେନ୍ଦ୍ର ରାଉତ, ଉପନିର୍ଦ୍ଦେଶକ ଜାଗା ମିଶନ୍‌ ସଞ୍ଜୟ କୁମାର ରାଉତ, ବିଏମ୍‌ସି ଉପ ଆୟୁକ୍ତ ହାଉସିଂ ରମେଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri