୧ଲକ୍ଷ ପରିବାରକୁ ମିଳିବ ଭୂମି ଅଧିକାର ପ୍ରମାଣପତ୍ର

ଭୁବନେଶ୍ୱର, ୧୫।୧୧ (ବ୍ୟୁରୋ):ଓଡ଼ିଶା ସରକାରଙ୍କର ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ଜାଗା ମିଶନ୍‌ ଅଧୀନରେ ହିତାଧିକାରୀଙ୍କୁ ରାଜ୍ୟର ବିଭିନ୍ନ ମହାନଗର ନିଗମ ତଥା ସହରାଞ୍ଚଳରେ ଭୂମି ଅଧିକାର ପ୍ରମାଣପତ୍ର ଯୋଗାଇ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମଧ୍ୟ ଏନେଇ ତପତ୍ରତା ପ୍ରକାଶ ପାଇଛି। ସୋମବାର କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସଭାପତିତ୍ୱରେ ଡ୍ରୋନ୍‌ ସର୍ଭେ ଜନିତ କ୍ଷେତ୍ରକର୍ମୀଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ମହାନଗର ନିଗମର ସମସ୍ତ ୱାର୍ଡ଼ ଅଫିସର, କମ୍ୟୁନିଟି ଅର୍ଗାନାଇଜର୍‌, ଜୋନାଲ୍‌ କମ୍ୟୁନିଟି ଅର୍ଗାନାଇଜର୍‌, ଅମିନ, ଜାଗା କୋର୍ଡିନେଟର୍‌ ପ୍ରମୁଖଙ୍କ ନିମନ୍ତେ ଏହି ପ୍ରଶିକ୍ଷଣ କରାଯାଇଥିଲା। ସହରାଞ୍ଚଳ ବସ୍ତିରେ ‘ଅର୍ବାନ ସ୍ଲମ ହାଉସ୍‌ ହୋଲ୍‌ଡ ଏରିଆ’ (ଉଷା) ସର୍ଭେ କରିବା ପୂର୍ବରୁ ଡ୍ରୋନ୍‌ ସର୍ଭେ କରିବାର ବ୍ୟବସ୍ଥା ଜାଗା ମିଶନ ଧାର୍ଯ୍ୟ କରିଛି। ଏହାକୁ ଭିତ୍ତି କରି ଓଡ଼ିଶା ସରକାରଙ୍କ ତରଫରୁ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ ସହିତ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ପ୍ରତ୍ୟେକ ବସ୍ତିରେ ଡ୍ରୋନ୍‌ ସର୍ଭେ ହୋଇ ବ୍ୟକ୍ତିଗତ ଘରଗୁଡ଼ିକର ନକ୍ସା ଚିତ୍ର ଉତ୍ତୋଳନ କରାଯିବ। ଏହାକୁ ଭିତ୍ତିକରି ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ନିମନ୍ତେ ‘ଉଷା’ ସର୍ଭେ କରାଯିବ। ସର୍ଭେ ନିୟମ ଅନୁସାରେ ନିର୍ଦ୍ଦିଷ୍ଟ ବସ୍ତିର ସ୍ଲମ୍‌ ଡ଼ୁଏଲର୍ସ ଆସୋସିଏଶନ୍‌ (ଏସ୍‌ଡିଏ)ର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସମ୍ପୃକ୍ତ ୱାର୍ଡ଼ ଅଫିସର, କମ୍ୟୁନିଟି ଅର୍ଗାନାଇଜର୍‌, ଗୋଷ୍ଠୀ ସଞ୍ଚାଳନ ପ୍ରକ୍ରିୟାକୁ ଆଗେଇ ନେବେ।
ବିଏମ୍‌ସିର ୩ ଜୋନ୍‌ରେ ୪୩୬ଟି ବସ୍ତି ଜାଗା ମିଶନ ଅନ୍ତର୍ଭୁକ୍ତ ହୋଇଥିବାବେଳେ ପ୍ରତ୍ୟେକ ବସ୍ତିରେ ଗୋଟିଏ ଲେଖାଏଁ ଏସ୍‌ଡିଏ ରହିଛି। ଦକ୍ଷିଣ-ପୂର୍ବ ଜୋନ୍‌ରେ ୧୩୯ଟି ଏସ୍‌ଡିଏ, ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୧୪୨ଟି ଏସ୍‌ଡିଏ ଏବଂ ନର୍ଥ ଜୋନ୍‌ରେ ୧୫୫ଟି ଏସ୍‌ଡିଏ ରହିଛି। ଏହି ସମସ୍ତ ଏସ୍‌ଡିଏରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରକୁ ଜାଗା ମିଶନ ଅଧୀନରେ ଭୂମି ଅଧିକାର ପ୍ରମାଣପତ୍ର ଦେବାର ଲକ୍ଷ୍ୟ ରଖାଯାଇଛି। ସର୍ଭେ ପରେ ଭୂମି ଅଧିକାର ପ୍ରମାଣପତ୍ର ପାଇ ସମ୍ପୃକ୍ତ ହିତାଧିକାରୀ ଆବାସ ଯୋଜନାରେ ଘର କରିବାର ଯୋଗ୍ୟତା ମଧ୍ୟ ହାସଲ କରିପାରିବେ। ପ୍ରତ୍ୟେକ ହିତାଧିକାରୀ ପରିବାରଙ୍କୁ ମୌଳିକ ଭାବେ ୩୦ବର୍ଗମିଟରରୁ ୪୫ ବର୍ଗମିଟର ପରିସୀମାର ଭୂମି ଅଧିକାର ପ୍ରମାଣପତ୍ର ଦିଆଯିବାର ବ୍ୟବସ୍ଥା ରହିଛି। ଭୁବନେଶ୍ୱରରେ ପ୍ରଥମକରି ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଛି। ମଙ୍ଗଳବାରଠାରୁ ଅନ୍ୟ ସହରରେ ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମ କରାଯିବ। ପ୍ରଶିକ୍ଷଣରେ ବିଏମ୍‌ସି ଅତିରିକ୍ତ କମିଶନର ତଥା ଜାଗା ମିଶନ୍‌ର ନୋଡାଲ୍‌ ଅଫିସର ଲକ୍ଷ୍ମୀକାନ୍ତ ସେଠୀ ସଂଯୋଜନା ଅଧିକାରୀ ଭାବେ ରହିଥିବା ବେଳେ ଟାଟାଷ୍ଟିଲ୍‌ ଫାଉଣ୍ଡେଶନ୍‌ର ରାଜ୍ୟ ମୁଖ୍ୟ ଅମ୍ବିକା ନନ୍ଦ, ଅତିରିକ୍ତ ସଚିବ ଜାଗା ମିଶନ୍‌ ସୌରେନ୍ଦ୍ର ରାଉତ, ଉପନିର୍ଦ୍ଦେଶକ ଜାଗା ମିଶନ୍‌ ସଞ୍ଜୟ କୁମାର ରାଉତ, ବିଏମ୍‌ସି ଉପ ଆୟୁକ୍ତ ହାଉସିଂ ରମେଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri