Categories: ଖେଳ

ୟୁଏସ୍‌ ଓପନ: ସେମିରୁ ସୌରଭ ବାଦ୍‌

ଫୁଲର୍ଟନ(ଆମେରିକା),୧୪।୭(ପିଟି)- ଚଳିତ ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ଅନ୍ତିମ ଭାରତୀୟ ଖେଳାଳି ଭାବେ ସୌରଭ ବର୍ମା ପୁରୁଷ ସିଙ୍ଗଲ୍ସ ବର୍ଗର ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ତାଙ୍କୁ ୯-୨୧, ୧୮-୨୧ ଗେମ୍‌ରେ ଥାଇଲାଣ୍ଡର ଟାନୋଙ୍ଗସାକ ସେନସୋମ୍ବୁସୁକ ହରାଇଛନ୍ତି। ବିଶ୍ୱର ୪୩ ର଼୍ୟାଙ୍କଧାରୀ ସୌରଭ ମ୍ୟାଚ୍‌ରେ ମାତ୍ର ୩୯ ମିନିଟ୍‌ ପର୍ଯ୍ୟନ୍ତ ତିଷ୍ଠି ପାରିଥିଲେ। ତାଙ୍କ ବ୍ୟତୀତ ପାରୁପଲ୍ଲୀ କାଶ୍ୟପ, ଏଚ୍‌.ଏସ୍‌. ପ୍ରନୟ, ଅଜୟ ଜୟରାମ ଓ ଲକ୍ଷ୍ୟ ସେନ ଟୁର୍ନାମେଣ୍ଟରେ ପୂର୍ବରୁ ବିଦାୟ ନେଇସାରିଛନ୍ତି।

Share