Categories: ଖେଳ

ୟୁଏସ୍‌ ଓପନ ଚାମ୍ପିୟନ ବାଏଙ୍କାଙ୍କୁ ମିଳିଲା ଡବ୍ଲ୍ୟୁଡବ୍ଲ୍ୟୁଇ ବେଲ୍ଟ

ନୂଆଦିଲ୍ଲୀ,୧୪।୯- ନୂଆକରି ୟୁଏସ୍‌ ଓପନ ଜିତିଥିବା କାନାଡାର ବାଏଙ୍କା ଆଣ୍ଡ୍ରେସ୍କୁଙ୍କୁ ବିଶ୍ୱ ରେଶଲିଂ ଚାମ୍ପିୟନଶିପ (ଡବ୍ଲ୍ୟୁଡବ୍ଲ୍ୟୁଇ)ର ମହିଳା ଡିଭିଜନ ଚାମ୍ପିୟନ ବେଲ୍ଟ ମିଳିଛି। ୨୩ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ସେରେନା ଓ୍ବିଲିୟମ୍ସଙ୍କୁ ହରାଇ ଦେଇଥିବା ୧୯ ବର୍ଷୀୟ ଖେଳାଳି ଶୁକ୍ରବାର ଟୁଇଟ୍‌ କରି ଡବ୍ଲ୍ୟଡବ୍ଲ୍ୟୁଇକୁ ଉପହାର ପାଇଁ ଧନ୍ୟବାଦ୍‌ ଜଣାଇଛନ୍ତି। ଏଥିସହ ବେଲ୍ଟ ଧରିଥିବା ଫଟୋ ମଧ୍ୟ ଶେୟାର କରିଛନ୍ତି। ଏହାର ଜବାବ ଦେଇଛନ୍ତି ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ଟ୍ରିପଲ ଏଚ୍‌। ଡବ୍ଲ୍ୟୁଡବ୍ଲ୍ୟୁଇକୁ ତୁମକୁ ସର୍ବଦା ସ୍ବାଗତ କରୁଛି। କିନ୍ତୁ ସେହି ଟାଇଟଲ ପାଇଁ ତୁମେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ୟୁଏସ୍‌ ଓପନ ପାଇଁ ପୁଣି ଥରେ ଶୁଭେଚ୍ଛା ବୋଲି ଟ୍ରିପଲ ଏଚ୍‌ ଟୁଇଟ୍‌ କରିଛନ୍ତି। ଉକ୍ତ ଡବ୍ଲ୍ୟୁଡବ୍ଲ୍ୟୁଇ ବେଲ୍ଟରେ ଆଣ୍ଡ୍ରେସ୍କୁଙ୍କ ସମ୍ପୂର୍ଣ୍ଣ ନାମ ସହିତ ୟୁଏସ୍‌ ଓପନର ଲୋଗୋ ରହିଛି।

Share