Posted inଖେଳ

ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ

ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ଟେନିସ୍‌ ଶେଷ ହୋଇଛି। ଟୁର୍ନାମେଣ୍ଟର ଏହି ୧୩୯ତମ ସଂସ୍କରଣରେ ସ୍ପେନର ରାଫାଲ ନାଡାଲ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ପରାସ୍ତ ହୋଇ ସେରେନା ଓ୍ବିଲିୟମ୍ସ ବିଶ୍ୱ ରେକର୍ଡର ସମକକ୍ଷ ହେବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି।

ଚଳିତ ବର୍ଷ ୨୦୧୯ର ସମସ୍ତ ୪ଟି ଗ୍ରାଣ୍ଡସ୍ଳାମ୍‌ ଟେନିସ ଟୁର୍ନାମେଣ୍ଟର ସଫଳ ପରିସମାପ୍ତି ଘଟିଛି। ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ମଧ୍ୟ ସଫଳତାର ସହ ଆୟୋଜିତ ହୋଇଛି। ୧୮୮୧ ମସିହାରେ ପ୍ରତିଷ୍ଠିତ ଏବଂ ୧୩୮ ବର୍ଷରେ ପଦାର୍ପଣ କରିଥିବା ବିଶ୍ୱର ଏହି ସର୍ବପୁରାତନ ଗ୍ରାଣ୍ଡସ୍ଳାମ୍‌ ଟୁର୍ନାମେଣ୍ଟର ୧୩୯ ତମ ସଂସ୍କରଣର ସଫଳ ପରିସମାପ୍ତି ଘଟିଛି। ଗ୍ରାସ୍‌କୋର୍ଟରୁ ଆରମ୍ଭ ହୋଇଥିବା ଏହି ମେଗା ଟେନିସ୍‌ ପ୍ରତିଯୋଗିତା ମାତ୍ର ୨ଟି ସଂସ୍କରଣ ପାଇଁ କ୍ଲେ କୋର୍ଟରେ ଖେଳାଯାଇଥିବାବେଳେ ୧୯୭୮ ମସିହାରୁ ଆଉଟ୍‌ ଡୋର ହାର୍ଡକୋର୍ଟରେ ଖେଳାଯାଇଆସୁଛି। ୧୯୮୭ ମସିହାରୁ ବର୍ଷର ୪ର୍ଥ ଗ୍ରାଣ୍ଡସ୍ଲାମ୍‌ ରୂପେ ୟୁଏସ୍‌ ଓପନ୍‌ ଅଷ୍ଟ୍ରେଲିଆନ ଓପନ୍‌, ଫ୍ରେଞ୍ଚ୍‌ ଓପନ୍‌ ଏବଂ ୱିମ୍ବେଲଡନ୍‌ ଟେନିସ୍‌ ପରେ ଖେଳାଯାଇଆସୁଛି। ଲୋକପ୍ରିୟତାର ଶୀର୍ଷରେ ଥିବା ଏହି ଗ୍ରାଣ୍ଡସ୍ଳାମ୍‌ ଟୁର୍ନାମେଣ୍ଟର ୧୩୯ ତମ ସଂସ୍କରଣ ଅଗଷ୍ଟ ମାସ ୨୬ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ୮ତାରିଖରେ ସମାପ୍ତ ହୋଇଛି। ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେଶନ୍‌ ଏବଂ ୟୁଏସ୍‌ ଟେନିସ୍‌ ଆସୋସିଏଶନ୍‌ ଦ୍ୱାରା ନ୍ୟୁୟର୍କ ସିଟିର ନ୍ୟାଶନାଲ ଟେନିସ୍‌ ସେଣ୍ଟର ୧୪ଟି ଡୋକୋ ହାର୍ଡ କୋର୍ଟରେ ଟୁର୍ନାମେଣ୍ଟର ବିଭିନ୍ନ ବର୍ଗର ମ୍ୟାଚ ଖେଳାଯାଉଥିବା ବେଳେ ୫୭ ମିଲିୟନ ଆମେରିକୀୟ ଡଲାରର ପୁରସ୍କାର ରାଶି ଟେନିସ୍‌ ଜଗତର ଉଭୟ ମହିଳା ଏବଂ ପୁରୁଷ ବିଭାଗର ନାମୀଦାମୀ ଖେଳାଳିମାନଙ୍କୁ ଆକର୍ଷିତ କରିଥିଲା। ଉଭୟ ମହିଳା ଏବଂ ପୁରୁଷ ବିଭାଗରେ ବିଶ୍ୱର ଟେନିସ୍‌ ର଼୍ୟାଙ୍କିଙ୍ଗର ଶ୍ରେଷ୍ଠ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ମଧ୍ୟ ଅନେକ ର଼୍ୟାଙ୍କିଙ୍ଗ ଖେଳାଳି ଶେଷ ମୁହୂର୍ତ୍ତରେ ଏହି ଶ୍ରେଷ୍ଠ ପ୍ରତିଯୋଗିତାରୁ ବ୍ୟକ୍ତିଗତ କାରଣ ଯୋଗୁ ଓହରି ଯାଇଥିଲେ। ମାତ୍ର ତାହାର ପ୍ରଭାବ ଆଦୌ ଟୁର୍ନାମେଣ୍ଟର ଗ୍ଲାମରକୁ ପ୍ରଭାବିତ କରି ନ ଥିଲା। ବିଶ୍ୱର ଯେଉଁ ଶ୍ରେଷ୍ଠ ଟେନିସ୍‌ ଖେଳାଳିମାନଙ୍କ ଚଳିତ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଳାମ୍‌ରେ ସମାଗମ ହୋଇଥିଲା ସେମାନଙ୍କ ମଧ୍ୟରେ ଥିଲେ ନୋଭାକ ଜୋକୋଭିଚ୍‌, ରାଫାଲ ନାଡାଲ୍‌, ରୋଜର ଫେଡେରର, ଡୋମିନିକ୍‌ ଥିମ୍‌, ଡାନିଲ ମେଡ୍‌ଡେଡେଭ, ଏଡ୍‌ମଣ୍ଡ କାଇଲ, ଡଙ୍ଗ୍‌ ଚେନ୍‌, ଗ୍ରିଗୋର ଡିମିଟ୍ରୋଭ୍‌, ଡି.ଏନ୍‌. ଗାବ୍ରିଏଲ୍‌, ଫାବିଆନୋ ଥୋମାସ୍‌, ଡାରସିସ୍‌ ଷ୍ଟିଭ, ଡାନିଏଲ୍‌ ମାର୍କସ୍‌, ବର୍ନା କୋରିକ। ସେହିପରି ମହିଳା ବିଭାଗରେ ନାଓମି ଓସାକା, ଆଶଲେ ବାର୍ଟି, କାରୋଲିନା ପ୍ଳିସ୍କୋଭା, ସିମୋନା ହାଲେପ୍‌, ଏଲିନା ଭିଟୋଲିନା, ସେରେନା ୱିଲିୟମ୍ସ୍‌, ମାଡିସନ୍‌ କେଜ। ୟୁଏସ୍‌ ଓପନ୍‌ରେ ଏଥର ଭାରତୀୟ ଟେନିସ୍‌ ଖେଳାଳିଙ୍କ ଚମକ ଦେଖିବାକୁ ମିଳିନାହିଁ। ଭାରତର ସୁମିତ ନାଗାଲ ଓ ପ୍ରଜନେସ ଗୁଣେଶ୍ୱରନ ଖେଳିଥିଲେ ମଧ୍ୟ ପୁରୁଷ ସିଙ୍ଗିଲ୍ସ ପ୍ରଥମ ରାଉଣ୍ଡ ପାର କରି ନଥିଲେ। ପୁରୁଷ ବିଭାଗର ଏଥର ଜୋକୋଭିଚ୍‌ ନାଡାଲ ଏବଂ ଫେଡେରର ଟାଇଟଲ୍‌ ଦୌଡ଼ରେ ରହିଥିଲେ। ମହିଳା ସିଙ୍ଗଲସ୍‌ରେ ନାଓମି ଓସାକା, ସେରେନା ୱିଲିୟମସ, ଏଲିନା ଭିଟୋଲିନା, ସିମୋନା ହାଲେପ୍‌, କାରୋଲିନା ପ୍ଳିସ୍କୋଭା ଓ ଆଲେକ୍ସ ବାର୍ଟିଙ୍କ ପରି ଟାଇଟଲ ଦୃଢ ଦାବିଦାର ଖେଳାଳିମାନେ ରହିଥିଲେ। ମାତ୍ର ଅଧିକାଂଶ ଖେଳାଳିଙ୍କ ଫିଟନେସ୍‌ ସମସ୍ୟା ଯୋଗୁଁ ଅସୁବିଧାରେ ରହିଥିବାର ଦେଖାଯାଇଥିଲା।


ମାତ୍ର ଚଳିତ ୟୁଏସ୍‌ ଗ୍ରାଣ୍ଡସ୍ଳାମ୍‌ରେ ଅନେକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଅନେକ ଅଭିଜ୍ଞ ପୁରୁଷ ଏବଂ ମହିଳା ଖେଳାଳି ଫିଟ୍‌ନେସ୍‌ ସମସ୍ୟା ଯୋଗୁ ଅସୁବିଧାରେ ରହିଥିବାବେଳେ ତାହାର ସୁଯୋଗ ଅନେକ ଯୁବ ଖେଳାଳି ନେବାର ସମ୍ଭାବନା ଯାହା ରହିଥିଲା ତାହା ସତ୍ୟ ପ୍ରମାଣିତ ହୋଇଛି। ମହିଳା ସିଙ୍ଗଲ୍ସ ଫାଇନାଲରେ କାନାଡାର ୧୯ ବର୍ଷୀୟା ବାଏଙ୍କା ଆଣ୍ଡ୍ରେସ୍କୁଙ୍କୁ ଐତିହାସିକ ସଫଳତା ମିଳିବା ସହିତ ଏହି ଚାମ୍ପିୟନ ମୁକୁଟ ପିନ୍ଧିବାକୁ ସକ୍ଷମ ହୋଇଛନ୍ତି। ଏଥି ସହିତ ୩୫ ବର୍ଷୀୟା ଭେଟେରାନ୍‌ ଆମେରିକୀୟ ଟେନିସ୍‌ ଖେଳାଳି ସେରେନା ୱିଲିୟମସ୍‌ଙ୍କ ୨୪ତମ ଗ୍ରାଣ୍ଡସ୍ଳାମ୍‌ ଟ୍ରଫି ଜିତିବାର ସ୍ବପ୍ନ ଅଧୁରା ରହିଗଲା। ୨୩ଥର ଗ୍ରାଣ୍ଡସ୍ଳାମ୍‌ ଜିତିବା ପରେ ୨ଥର ୱିମ୍ବେଲଡନ୍‌ ଫାଇନାଲରେ ପହଞ୍ଚତ୍ଥିଲେ ମଧ୍ୟ ଚାମ୍ପିୟନ ହେବାର ସୁଯୋଗରୁ ବଞ୍ଚତ୍ତ ହୋଇଛନ୍ତି। ଅନଭିଜ୍ଞ ଆଣ୍ଡ୍ରେସ୍କୁଙ୍କୁ ହରାଇଥିଲେ ସେରେନା କିମ୍ବଦନ୍ତୀ ଅଷ୍ଟ୍ରେଲୀୟ ମହିଳା ଖେଳାଳି ମାର୍ଗାରେଟ କୋର୍ଟଙ୍କ ୨୪ତମ ଗ୍ରାଣ୍ଡସ୍ଳାମ୍‌ ଟାଇଟଲ ହାସଲ ରେକର୍ଡର ସମକକ୍ଷ ହୋଇ ପାରିଥାନ୍ତେ। ଗତବର୍ଷ ବିଶ୍ୱ ମାନ୍ୟତାରେ ୧୭୮ ତମ ସ୍ଥାନରେ ଥିବା ଆଣ୍ଡ୍ରେସ୍କୁ ଜୀବନର ପ୍ରଥମ ଗ୍ରାଣ୍ଡସ୍ଳାମ୍‌ ଟ୍ରଫି ଜିତିବା ପରେ ଏବେ ଏଟିପି ର଼୍ୟାଙ୍କିଙ୍ଗର ପଞ୍ଚମ ସ୍ଥାନରେ ପହଞ୍ଚତ୍ଛନ୍ତି। ୨୦୦୯ ମସିହା ପରେ ୟୁଏସ୍‌ ଫାଇନାଲ ଖେଳିବାରେ ସେ ଥିଲେ ସର୍ବକନିଷ୍ଠ ଟେନିସ୍‌ ମହିଳା ଖେଳାଳି। ତାଙ୍କର ଏହି ସଫଳତା ନିଶ୍ଚିତ ଭାବେ ଯୁବ ଟେନିସ୍‌ ଖେଳାଳିଙ୍କୁ ଉସତ୍ାହିତ କରିବା ସହିତ ପ୍ରେରଣା ମଧ୍ୟ ଦେବ। ସେହିପରି ପୁରୁଷ ବିଭାଗରେ ଏକ ରୋମାଞ୍ଚକର ଫାଇନାଲର ମାରାଥନ ରେସ୍‌ରେ ସ୍ପେନର ତାରକା ଟେନିସ୍‌ ଖେଳାଳି ୩୩ ବର୍ଷୀୟ ରାଫାଲ ନାଡାଲ ରୁଷିଆର ଡାନିଲ୍‌ ମେଡ୍‌ଭେଡେଭଙ୍କୁ ଦୀର୍ଘ ୪ଘଣ୍ଟା ୫୦ମିନିଟ୍‌ର କଡ଼ା ସଂଘର୍ଷ ପରେ ହରାଇ ନିଜ ଟେନିସ୍‌ ଜୀବନର ୧୯ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ୫ସେଟ୍‌ ବିଶିଷ୍ଟ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚରେ ୩-୨ ସେଟ୍‌ରେ ଜିତି ବାଜି ମାରିଥିଲେ। ନାଡାଲଙ୍କ କ୍ୟାରିୟରର ଏହାଥିଲା ଅନ୍ୟତମ ଶ୍ରେଷ୍ଠ ମ୍ୟାଚ। ଆଉ ଗୋଟିଏ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କଲେ ସେ ସୁଇଜରଲାଣ୍ଡର ରୋଜର ଫେଡରରଙ୍କ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ରେକର୍ଡର ସମକକ୍ଷ ହେବେ। ୨୪ହଜାର ଦର୍ଶକଙ୍କ ଉପସ୍ଥିତିରେ ନାଡାଲ ତାଙ୍କ କ୍ୟାରିୟରର ୪ର୍ଥ ୟୁଏସ୍‌ ଗ୍ରାଣ୍ଡସ୍ଳାମ୍‌ ଟ୍ରଫି ହାସଲ କରିବା ସମୟରେ ସଂପୂର୍ଣ୍ଣ ଷ୍ଟାଡିୟମ ତାଙ୍କୁ ସମର୍ଥନ କରିଥିଲା।
ବର୍ତ୍ତମାନ ରୋଜର ଫେଡେରର ସର୍ବାଧିକ ୨୦ଟି ଗ୍ରାଣ୍ଡସ୍ଲାମ୍‌ ଜିତି ସର୍ବାଗ୍ରେ ରହିଥିବା ବେଳେ, ରାଫାଲ ନାଡାଲ୍‌ ୧୯ଟି, ନୋଭାକ ଜୋକୋଭିଚ୍‌ ୧୬ଟି, ପିଟ୍‌ ସାମ୍ପ୍ରାସ୍‌ ୧୪ଟି ଏବଂ ରୟ ଇମରସନ୍‌ ୧୨ଟି ଟାଇଟଲ ଜିତି ଆଗରେ ରହିଛନ୍ତି। ୨୦୦୫ ମସିହାରୁ ରୋଜର ଫେଡରର, ରାଫାଲ ନାଡାଲ ଏବଂ ନୋଭାକ ଜୋକୋଭିଚ୍‌ କ୍ରମାଗତ ଭାବେ ୧୨ଟି ଗ୍ରାଣ୍ଡସ୍ଳାମ୍‌ ଜିତିବାକୁ ସକ୍ଷମ ହୋଇଛନ୍ତି। ଯାହାକି ଅନ୍ୟ ତାରକାମାନଙ୍କୁ ବେଶ୍‌ ଚିନ୍ତାରେ ପକାଇଛି।
୨୦୧୮ ନୋଭାକ ଜୋକୋଭିଚ୍‌ ପୁରୁଷ ବିଭାଗରେ ଚାମ୍ପିୟନ ହୋଇଥିବା ବେଳେ ମହିଳା ସିଙ୍ଗଲସ୍‌ରେ ନାଓମି ଓସାକା ଚାମ୍ପିୟନ ହେବାର ଗୌରବ ହାସଲ କରିଥିଲେ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନରେ ପୁରୁଷ ବିଭାଗରେ ଜୋକୋଭିଚ୍‌ ଚାମ୍ପିୟନ ହୋଇଥିବାବେଳେ ମହିଳା ସିଙ୍ଗଲସ୍‌ରେ ନାଓମି ଓସାକା ଟାଇଟଲ ହାସଲ କରିଥିଲେ। ସେହିପରି ଫ୍ରେଞ୍ଚ୍‌ ଓପନ୍‌ ଟୁର୍ନାମେଣ୍ଟରେ ପୁରୁଷ ବିଭାଗରେ ନାଡାଲ ଏବଂ ମହିଳା ବିଭାଗ ସିଙ୍ଗଲ୍ସରେ ଆସଲେ ବାର୍ଟି ଏବଂ ୱିମ୍ବେଲଡନ୍‌ରେ ପୁରୁଷ ବିଭାଗରେ ଜୋକୋଭିକ୍‌ ଏବଂ ମହିଳା ସିଙ୍ଗଲ୍ସରେ ସିମୋନା ହାଲେପ୍‌ ଚାମ୍ପିୟନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri