ୟୁଏଇରୁ ଫେରିଲେ ୨୧୫ ପ୍ରବାସୀ ଓଡିଆ

ଭୁବନେଶ୍ୱର,୧୪।୬(ବ୍ୟୁରୋ)-ୟୁଏଇର ସାରଜାହା ବିମାନ ବନ୍ଦରରୁ ୨୧୫ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଏକ ସ୍ବତନ୍ତ୍ର ବିମାନ ରବିବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ କ୍ୱାରାଣ୍ଟାଇନରେ ରଖାଯିବ। ମହାମାରୀ କରୋନା ଭାଇରସ ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ସକାଶେ କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିଶନରେ ଏହି ଚାଟାର୍ଡ ପ୍ଳେନ ଭୁବନେଶ୍ୱର ଆସିଛି।