ହ୍ୟୁଷ୍ଟନ ମଞ୍ଚରୁ ଭାରତ-ଆମେରିକାର ଘୋଷଣା: ଆତଙ୍କବାଦ ବିରୋଧରେ ଏକାଠି

ହ୍ୟୁଷ୍ଟନ,୨୨ା୯(ପି.ଟି./ଆଇଏଏନ୍‌ଏସ୍‌)- ଆତଙ୍କବାଦ କେବଳ ଭାରତ କି ଆମେରିକା ପାଇଁ ନୁହେଁ, ବରଂ ସାରା ବିଶ୍ୱ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି। ଆତଙ୍କବାଦର ମୁକାବିଲା ପାଇଁ ଭାରତ ଓ ଆମେରିକା ଏକାଠି ହୋଇଥିବାବେଳେ ଏହାର ମୂଳୋତ୍ପାଟନ ଲାଗି ବିଶ୍ୱ ସମୁଦାୟ ଆଗେଇ ଆସିବା ଜରୁରୀ ହୋଇପଡ଼ିଛି। ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶ୍ୱ ସମୁଦାୟକୁ ଏପରି ଆହ୍ବାନ ଦେଇଛନ୍ତି।
୭ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ହାଓଡି ମୋଦି’ ମେଗା ଇଭେଣ୍ଟରେ ଉଦ୍‌ବୋଧନ ଦେଇଛନ୍ତି। ହ୍ୟୁଷ୍ଟନର ଏନ୍‌ଆର୍‌ଜି ଷ୍ଟାଡିୟମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ୫୦ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରିଛନ୍ତି। ଆମେରିକାରେ ଏତେବଡ଼ କାର୍ଯ୍ୟକ୍ରମରେ ଭାଷଣ ଦେବାରେ ମୋଦି ହେଉଛନ୍ତି ପ୍ରଥମ ବିଦେଶୀ ନିର୍ବାଚିତ ନେତା। ଏହି ମେଗା ଇଭେଣ୍ଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଯୋଗଦେଇ ମୋଦିଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ।
ପ୍ରଥମେ ମୋଦି ଅଭିଭାଷଣ ଆରମ୍ଭ କରି ଟ୍ରମ୍ପ୍‌ଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ‘ଅବ୍‌କି ବାର ଟ୍ରମ୍ପ୍‌ ସରକାର’ (ଏଥର ଟ୍ରମ୍ପ୍‌ ସରକାର) ବୋଲି କହିଥିଲେ। ସେ କହିଥିଲେ, ଟ୍ରମ୍ପ୍‌ ଜଣେ ସ୍ବତନ୍ତ୍ର ବ୍ୟକ୍ତି ଯାହାଙ୍କର ସବୁଠାରେ ଗଭୀର ତଥା ସ୍ଥାୟୀ ପ୍ରଭାବ ରହିଛି ବୋଲି ମୋଦି କହିଥିଲେ। ଏଭଳି ବିଶାଳ ଐତିହାସିକ ସମାବେଶରେ ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିବା ତାଙ୍କ ପାଇଁ ଅତ୍ୟନ୍ତ ସମ୍ମାନର କଥା। ଭାରତ ତଥା ସାରା ବିଶ୍ୱରେ ଥିବା ଭାରତୀୟମାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ, ଆମ ଗହଣରେ ଆଜି ଜଣେ ଅତି ସ୍ବତନ୍ତ୍ର ବ୍ୟକ୍ତି ଅଛନ୍ତି, ଯିଏ ଆମେରିକାର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ। ବିଶ୍ୱ ରାଜନୀତିରେ ପ୍ରତି ଆଲୋଚନାରେ ତାଙ୍କ ନାଁ ଉଠିଥାଏ। ସିଇଓରୁ କମାଣ୍ଡର ଇନ୍‌ ଚିଫ୍‌, ବୋର୍ଡ ରୁମ୍‌ରୁ ଓଭାଲ ଅଫିସ, ଷ୍ଟୁଡିଓରୁ ବିଶ୍ୱମଞ୍ଚ, ରାଜନୀତିରୁ ଅର୍ଥନୀତି ଏବଂ ସୁରକ୍ଷା, ସବୁକ୍ଷେତ୍ରରେ ତାଙ୍କର ଗଭୀର ପ୍ରଭାବ ରହିଥିବା ଟ୍ରମ୍ପ୍‌ଙ୍କୁ ଅଭିନନ୍ଦନ ଜଣାଇବାକୁ ଯାଇ ମୋଦି କହିଥିଲେ। ସେ ଏକାଧିକ ଥର ଟ୍ରମ୍ପଙ୍କ ସହ ମିଶିବାର ସୁଯୋଗ ପାଇଛନ୍ତି। ସବୁଥର ତାଙ୍କଠାରୁ ଭବ୍ୟ ବନ୍ଧୁତ୍ୱପୂର୍ଣ୍ଣ ସମ୍ଭାଷଣ ମିଳିଛି। ଦୁଇ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ସୁଦୃଢ଼ ତଥା ଗଭୀର ସମ୍ପର୍କର ବନ୍ଧନକୁ ଆପଣମାନେ ଅନୁଭବ କରିପାରିବେ। ହ୍ୟୁଷ୍ଟନରୁ ହାଇଦ୍ରାବାଦ, ବୋଷ୍ଟନରୁ ବେଙ୍ଗାଲୁରୁ, ସିକାଗୋରୁ ସିମଲା, ଲସ୍‌ ଆଞ୍ଜେଲସ୍‌ରୁ ଲୁଧିଆନା, ସବୁ ସମ୍ପର୍କର କେନ୍ଦ୍ରବିନ୍ଦୁ ହେଉଛନ୍ତି ଜନସାଧାରଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଟ୍ରମ୍ପ୍‌ ଆମେରିକା ଅର୍ଥନୀତିକୁ ପୁଣିଥରେ ସୁଦୃଢ଼ କରିଛନ୍ତି। ଆମେରିକା ଓ ସାରା ବିଶ୍ୱ ପାଇଁ ସେ ଅନେକ କିଛି ହାସଲ କରିଛନ୍ତି। ଭାରତ ତାଙ୍କ ସହ ଦୃଢ଼ ସମ୍ପର୍କ ଯୋଡ଼ିଛି ବୋଲି ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନନ୍ତ୍ରୀ କହିଥିଲେ। ରାଷ୍ଟ୍ରପତି ଟ୍ରମ୍ପ୍‌ ଇସ୍‌ଲାମିକ୍‌ ଆତଙ୍କବାଦକୁ ସାରା ବିଶ୍ୱ ପାଇଁ ବିପଦ ବୋଲି ଅଭିହିତ କରିବା ସହ ଏହାର ସଫଳ ମୁକାବିଲା ଲାଗି ଭାରତ ସହ ଆମେରିକା ଛିଡ଼ା ହୋଇଛି ବୋଲି କହିଥିଲେ। ସେହିପରି ସୁରକ୍ଷା କ୍ଷେତ୍ରରେ ଭାରତ ସହ ସ୍ବାକ୍ଷରିତ ଚୁକ୍ତି ସମ୍ପର୍କରେ ଅବତାରଣା କରିଥିଲେ। ଆମେରିକାକୁ ଆତଙ୍କବାଦରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଦେଶର ସୀମାକୁ ବନ୍ଦ କରିବା ଉପରେ ଟ୍ରମ୍ପ୍‌ ଗୁରୁତ୍ୱ ଦେଇଥିଲେ। ଆତଙ୍କବାଦ ନିରୋଧୀ ଲଢ଼େଇରେ ସେ ମୋଦିଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ଅଭିହିତ କରିଥିଲେ।
ହ୍ୟୁଷ୍ଟନ-ଇଣ୍ଡିଆ ଫୋରମ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ଙ୍କ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଥିଲେ, ଭାରତ-ଆମେରିକା ମଧ୍ୟରେ ନୂଆ ଇତିହାସ ଓ ରସାୟନ ସୃଷ୍ଟି ହେଉଛି। ଏଠାରେ ଉପସ୍ଥିତ ଜନସମୁଦ୍ର ଏହାର ପ୍ରମାଣ ଦେଉଛି। କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ଙ୍କ ଉପସ୍ଥିତି ୧୩୦ କୋଟି ଭାରତୀୟଙ୍କ ପାଇଁ ସମ୍ମାନର ବିଷୟ। ଭାରତର ବିକାଶ ସମ୍ପର୍କରେ ପ୍ରଶଂସା ହେଉଛି ପ୍ରବାସୀ ଭାରତୀୟଙ୍କ ସଫଳତାର ସମ୍ମାନ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବହୁ ଲୋକ ନାମ ପଞ୍ଜୀକରଣ କରିଥିଲେ । ହେଲେ ସ୍ଥାନାଭାବ ଯୋଗୁ ସେମାନେ ଆସିପାରି ନାହାନ୍ତି। ଏଥିଲାଗି ମୋଦି ସେମାନଙ୍କୁ କ୍ଷମା ମାଗିବା ସହ ହ୍ୟୁଷ୍ଟନ ସହର ଓ ଆମେରିକାକୁ ଧନ୍ୟବାଦ ଦେଇଥିଲେ। ମୋଦି କହିଥିଲେ, ସେ ୧୩୦ କୋଟି ଭାରତୀୟଙ୍କ ନିର୍ଦ୍ଦେଶରେ କାମ କରୁଥିବା ସାଧାରଣ ବ୍ୟକ୍ତି। କାର୍ଯ୍ୟକ୍ରମର ନାମ ହାଓଡି ମୋଦି ରଖାଯାଇଛି। ଏହାର ତାତ୍ପର୍ଯ୍ୟ ହେଉଛି ହାଓଡି ଇଣ୍ଡିଆ। ତେବେ ଭାରତରେ ସବୁ ଠିକ୍‌ ଅଛି ବୋଲି ମୋଦି ବିଭିନ୍ନ ଭାରତୀୟ ଭାଷାରେ ଉତ୍ତର ଦେଇଥିଲେ। ଭାରତ ଭିନ୍ନ ଭିନ୍ନ ଭାଷା, ସମ୍ପ୍ରଦାୟ, ପୂଜା ପଦ୍ଧତି, ବେଶଭୂଷାକୁ ନେଇ ଏକ ସ୍ବତନ୍ତ୍ର ଦେଶ। ବିବିଧତାରେ ଏକତା ହେଉଛି ଆମର ପରମ୍ପରା, ଶକ୍ତି ଓ ପ୍ରେରଣା। ୨୦୧୯ ସାଧାରଣ ନିର୍ବାଚନ ଭାରତୀୟ ଗଣତନ୍ତ୍ରର ଧ୍ୱଜା ବିଶ୍ୱରେ ଉଡାଇଛି। ନିର୍ବାଚନରେ ଭାଗନେଇଥିବା ୮ କୋଟି ପ୍ରଥମଥର ମତଦାତା ଯୁବକ। ଏଥର ସର୍ବାଧିକ ମହିଳା ନିର୍ବାଚିତ ହୋଇ ପାର୍ଲାମେଣ୍ଟକୁ ଯାଇଛନ୍ତି। ୬ ଦଶକରେ ପ୍ରଥମଥର ପାଇଁ ଏକ ସରକାର ପୂର୍ବାପେକ୍ଷା ଅଧିକ ଆସନରେ ସଫଳତା ହାସଲ କରି କ୍ଷମତାକୁ ଫେରିଛି। ଧୈର୍ଯ୍ୟ ଆମର ପରିଚୟ, କିନ୍ତୁ ବିକାଶ ପାଇଁ ଆମେ ଏବେ ଅଧର୍ଯ୍ୟ। ଭାରତରେ ସବୁଠୁ ଚର୍ଚ୍ଚିତ ଶବ୍ଦ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri